Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର

Odisha

ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର

Rashmita Mishra
Browse all articles by Rashmita Mishra
·1 year ago
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର

ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର କରାଯାଇଛି । ସ୍ଥାନୀୟ ବିଡିଓ ଆଜି ତାଙ୍କ ଘରକୁ ଯାଇ ଶିବାନୀଙ୍କୁ ଆବାସ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି।  ଏଥିପାଇଁ ଆଶା ଦିଦି ଶିବାନୀ ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିଛନ୍ତି । ବାତ୍ୟା ସମୟରେ ଆଶା ଦିଦି ଶିବାନୀ ମଣ୍ଡଳ ପକ୍ଷାଘାତର ଶିକାର ଜଣେ 80 ବର୍ଷୀୟା ବୃଦ୍ଧାଙ୍କୁ ନିଜ ପିଠିରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଏ ନେଇ ଖବର ପ୍ରସାରଣ ପରେ ତାଙ୍କୁ ଫୋନ୍ କରି କଥା ହେବା ସହ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Shivani has been granted a residence by the Prime Minister | Argus News