ବିଧିବଦ୍ଧ ଭାବେ ଦାୟିତ୍ୱ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି
·11 months ago·1 min read

Key Points
ନୂଆ ମହିଳା କମିଶନ ଅଧ୍ୟକ୍ଷା ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଶୋଭନା ମହାନ୍ତି
ଯୋଗ ଦେବା ପରେ ସେ କହିଛନ୍ତି, କେହି ଆଇନଠାରୁ ଊଦ୍ଧର୍ବରେ ନୁହନ୍ତି
ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର
ଦାୟିତ୍ବ ନେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ବିଧିବଦ୍ଧ ଭାବେ ନିଯୁକ୍ତ ହେଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ସମାଜର ଅସହାୟ ଅବହେଳିତ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ କାମ କରିବି ବୋଲି ନିଜ ପ୍ରତିକ୍ରିୟାରେ ସେ ଜଣାଇଛନ୍ତି ।
ପ୍ରତିଟି ମହିଳା କିପରି ସୁରକ୍ଷା ପାଇବେ ତୃଣମୂଳ ସ୍ତରରେ ସେ ଦିଗରେ ଚେଷ୍ଟିତ ରହିବି । ମହିଳାଙ୍କ ସମସ୍ୟା ସାମ୍ନାକୁ ଆଣିବି । ଅଧ୍ୟକ୍ଷା ଭାବେ ଯେଉଁ ଦାୟିତ୍ୱ ମିଳିଛି ସର୍ବଦା ଚେଷ୍ଟା କରିବି ଯେପରି ମହିଳାମାନେ ଗୁହାରି କରି ବିଫଳ ନହେବେ ମୋ ପାଖକୁ ଯେଉଁ ଅଭିଯୋଗ ଆସିବ ତାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ନିର୍ଣ୍ଣାୟକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶୋଭନା ମହାନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: