Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମିଶନ ଶକ୍ତି ରାଜ୍ୟର, କେନ୍ଦ୍ରକୁ ଦୋଷ ଠେଲିଲେ ବବି ?

Odisha

ମିଶନ ଶକ୍ତି ରାଜ୍ୟର, କେନ୍ଦ୍ରକୁ ଦୋଷ ଠେଲିଲେ ବବି ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ମିଶନ ଶକ୍ତି ରାଜ୍ୟର, କେନ୍ଦ୍ରକୁ ଦୋଷ ଠେଲିଲେ ବବି ?

Key Points

  • ହାରିବା ଭୟରେ ବିଳିବିଳେଇଲେଣି ବବି  !
  • ମିଶନଶକ୍ତି କାହା ଅଧୀନରେ ଆସୁଛି ଜାଣିନାହାନ୍ତି ?
  • ଅନିୟମିତତା କରି ସୁଜାତାଙ୍କ ପଦ ଗଲା
  • ଦୋଷ କିନ୍ତୁ ଧର୍ମେନ୍ଦ୍ରଙ୍କର ହେଲା କେମିତି ?

ଅର୍ଗସ ବ୍ୟୁରୋ : ବବି ବୁଝୁନାହାନ୍ତି କିଛି ? ଯାହା ମନକୁ ଆସିଲା, ତାହା କହିଲେ...ସୋସିଆଲ ମିଡିଆରେ ବି ପୋଷ୍ଟ କଲେ। କିନ୍ତୁ ସେ ତଥ୍ୟ କେତେ ସତ ? କେତେ ମିଛ ? ସେନେଇ ସାମାନ୍ୟତମ ଅନୁସନ୍ଧାନ ବି କଲେନି । ସମ୍ବଲପୁରରୁ ସଂସଦକୁ ଯିବାକୁ ସ୍ଵପ୍ନ ଦେଖୁଛନ୍ତି ହେଲେ ମିଶନଶକ୍ତି ରାଜ୍ୟ ଅଧୀନରେ ଅଛି କି କେନ୍ଦ୍ର ଅଧୀନରେ ଅଛି ତାହା ଜାଣିପାରିଲେନି । ଦେଖନ୍ତୁ...ସୋସିଆଲ ମିଡିଆରେ କ'ଣ ପୋଷ୍ଟ କରିଛନ୍ତି ବବି ? ନିଜ ଫେସବୁକ୍‌ ପେଜରେ ଲେଖିଛନ୍ତି, ଯେତେବେଳେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କଲେ, ମିଶନ ଶକ୍ତି ମା'ଙ୍କ ଦୁବାଇ ଯିବା ବନ୍ଦ କରିଦେଲେ । ଆଉ ଯେବେ ସେ ନାମାଙ୍କନ ଦାଖଲ କଲେ ମିଶନ ଶକ୍ତି ସଚିବ, କେନ୍ଦ୍ରାପଡ଼ାର ଝିଅ ସୁଜାତା ରାଉତଙ୍କୁ ବାହାର କରିଦେଲେ । ବାସ୍‌ କିଛି ଏମିତି ମିଛ ଗପ ଲେଖିଛନ୍ତି ବବି । ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ।

ସମ୍ବଲପୁରରୁ ଏଥର ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାର୍ଥୀ ଘୋଷଣା ହେବା ଦିନରୁ ତାଙ୍କର ଲୋକପ୍ରିୟତା ବି ବଢିବାରେ ଲାଗିଛି । ଏମିତିକି ବିକାଶ ପାଇଁ ଧର୍ମେନ୍ଦ୍ରଙ୍କୁ ଏଥର ସମ୍ବଲପୁରରୁ ଜିତାଇବାକୁ ଭୋଟର୍‌ ମନସ୍ଥ କରିଛନ୍ତି । ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବବି । ପୂର୍ବରୁ ବି ବିଜେଡି ସଭାରେ ଲୋକ ହେଉନଥିବା ଏବଂ କେମିତି ବବି ଲୋକଙ୍କ କଥା ନଶୁଣି ପଳାଉଛନ୍ତି ସେନେଇ ଭିଡିଓ ସାମ୍ନାକୁ ଆସିଥିଲା । କିନ୍ତୁ ବିଜେଡି ସପକ୍ଷରେ ଜନତାଙ୍କୁ ଭୋଟ ଦେବାକୁ ମିଶନଶକ୍ତିର ସଚିବ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା । ପରେ ତାଙ୍କ ବିରୋଧରେ ନିର୍ବାଚନ କମିଶନ ଆକ୍ସନ ନେଲେ । ତାଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ । ହେଲେ ଏଥିରେ ଧର୍ମେନ୍ଦ୍ରଙ୍କୁ କାହିଁକି ବବି ଦାୟୀ କଲେ ସେନେଇ କିଛି ବୁଝାପଡୁନି । ଖାଲି ଦାୟୀ କଲେ ତାହା ନୁହେଁ ବରଂ ଧର୍ମେନ୍ଦ୍ର କାଳେ ନିର୍ବାଚନ ଜିତିଲେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୂରା ବନ୍ଦ କରିଦେବେ ବୋଲି ଅପପ୍ରଚାର ବି କଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର .

ମୋଟ୍‌ ଉପରେ, ଅଳ୍ପ ବିଦ୍ୟା ଭୟଙ୍କରୀ । ମିଶନ ଶକ୍ତିର ସେକ୍ରେଟାରୀ ନିଜ କ୍ଷମତାର ଦୁରୁପଯୋଗ କରି ବିଜେଡିକୁ ଭୋଟ ଦେବା ପାଇଁ ଧମକ ଦେଇଥିବାରୁ ନିର୍ବାଚନ କମିଶନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ହେଲେ ବବି ବାବୁଙ୍କୁ ବୁଝେଇବ କିଏ ଏତେ କଷ୍ଟ ବିଷୟ? ନିଜେ ଅପାଠୁଆ ପରି ଚାରି ପଟରେ ଅପାଠୁଆ ଲୋକ ଭରି ରଖିଛନ୍ତି ଯେ ତାଙ୍କୁ ଯାହା ଶୁଣିବାକୁ ଭଲ ଲାଗେ ସେଇୟା କହୁଛନ୍ତି । ସ୍ଥିତି ଏମିତି ହୋଇପାରେ, ଯଦି ବବିଙ୍କ ଘରେ ପାଣି ଆସୁ ନଥିବ ତେବେ ସେ ବି କହିବେ ଧର୍ମେନ୍ଦ୍ରଙ୍କ ପାଇଁ ନଈରୁ ପାଣି ଶୁଖିଗଲା । ଏ ସବୁ କଥା ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ବବି ବୁଝନ୍ତିନି କିଛି । କେବଳ ମିଛ ଓ ବାହାସ୍ପୋଟ କଥାରେ ବିଶ୍ଵାସ କରନ୍ତି । ତେଣୁ ଏମିତି ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ସମ୍ବଲପୁରବାସୀ କେବେ ବି ଭୋଟ୍ ଦେବେନି ବୋଲି ଲୋକେ କହିଲେଣି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Argus Whatsapp Channel Mobile Top
Sponsored
BJD Leader Bobby Das | Argus News