Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନୁପ୍ରବେଶକାରୀଙ୍କୁ ନେଇ ସାଙ୍ଘାତିକ ତଥ୍ୟ: TMCର ଭୋଟ୍ ବ୍ୟାଙ୍କ ପାଇଁ ଅଣାଯାଉଛ ବାଂଲାଦେଶୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଅନୁପ୍ରବେଶକାରୀଙ୍କୁ ନେଇ ସାଙ୍ଘାତିକ ତଥ୍ୟ: TMCର ଭୋଟ୍ ବ୍ୟାଙ୍କ ପାଇଁ ଅଣାଯାଉଛ ବାଂଲାଦେଶୀ

Key Points

ଅନୁପ୍ରବେଶକାରୀଙ୍କୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ
ପାକିସ୍ତାନ ଓ ବାଂଲାଦେଶ ସହ ସମ୍ପର୍କରେ ଥିଲେ ଝାରସୁଗୁଡ଼ାରେ ଅଟକ ଅନୁପ୍ରବେଶକାରୀ
ରାଜସ୍ୱ ମନ୍ତ୍ରୀଙ୍କ ଏ ବୟାନ ପରେ ବଡ଼ ହଟ ଚମଟ
TMCର ଭୋଟ୍ ବ୍ୟାଙ୍କ ବଢ଼ାଇବାକୁ ଉଦ୍ଦେଶ୍ୟ ମୂଳକ ଭାବେ ଅଣାଯାଉଛନ୍ତି ବାଂଲାଦେଶୀ
ଅନୁପ୍ରବେଶକାରୀଙ୍କ ସପକ୍ଷରେ ଓକିଲାତି କରୁଥିବା TMC ସାଂସଦ ମହୁଆ ମୈତ୍ରଙ୍କୁ ବି ମନ୍ତ୍ରୀଙ୍କ କଡ଼ା ଭର୍ତ୍ସନା

ଝାରସୁଗୁଡ଼ାରେ ଅଟକ ଅନୁପ୍ରବେଶ କାରୀଙ୍କୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ଏ ବୟାନ ପରେ ସୃଷ୍ଟି ହୋଇଛି ହଇଚଇ। ପାକିସ୍ତାନ ଓ ବାଂଲାଦେଶ ଲିଙ୍କ ସାମ୍ନାକୁ ଆସିବା ପରେ ଅନୁପ୍ରବେଶ କାରୀଙ୍କୁ ତଡ଼ି ପାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ କାମ କରୁଛନ୍ତି ରାଜ୍ୟ ସରକାର। କଡ଼ା ଚେତାବନୀ ଦେଇ ରାଜସ୍ବମନ୍ତ୍ରୀ କହିଛନ୍ତି ଓଡ଼ିଶାକୁ ଆଉ ଏକ ବେଙ୍ଗଲ କରିବାକୁ ଏଠାକୁ ଛୁଟୁଛନ୍ତି ଅନୁପ୍ରବେଶ କାରୀ ।

ଏଠି ଆସି ବନ୍ଧୁକ କାରଖାନା କି ଡ୍ରଗ୍ସ କାରବାର କରିବା ଉଦ୍ୟମ ସଫଳ କରିବାକୁ ଦିଆଯିବ ନାହିଁ। ବାଂଲାଦେଶରୁ ବେଙ୍ଗଲ ହେଇ ଓଡ଼ିଶାରେ ଚାଲୁଥିବା ସବୁ ବେଆଇନ କାମରେ ପକାଯିବ ସମ୍ପୂର୍ଣ୍ଣ ପୂର୍ଣ୍ଣଛେଦ । ଅନୁପ୍ରବେଶକାରୀଙ୍କ ସପକ୍ଷରେ ଓକିଲାତି କରୁଥିବା TMC ସାଂସଦ ମହୁଆ ମୌତ୍ରଙ୍କୁ ବି କଡ଼ା ଭର୍ତ୍ସନା କରିଛନ୍ତି ରାଜସ୍ବ ମନ୍ତ୍ରୀ। ମହୁଆ ପ୍ରସଙ୍ଗରେ ବିଜେଡି ଉପରେ ଆକ୍ରମଣ କରିଛନ୍ତି ଝାରସୁଗୁଡା ବିଧାୟକ।

ରାଜସ୍ୱ ମନ୍ତ୍ରୀ ଆହୁରି କହିଛନ୍ତି ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଅନୁପ୍ରବେଶ କରୁଛନ୍ତି । ମମତା ବାନାର୍ଜୀଙ୍କ ଦଳ ତୃଣ ମୂଳ କଂଗ୍ରେସର ଭୋଟ୍ ବ୍ୟାଙ୍କ ବଢ଼ାଇବାକୁ ସେମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଅଣା ଯାଉଛି । ସେମାନଙ୍କୁ ଆଣି ହିନ୍ଦୁ ମାନଙ୍କ ବିରୋଧରେ ଅପରାଧ କରାଉଛନ୍ତି । ପଶ୍ଚିମବଙ୍ଗରେ ଏବେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । TMC ପ୍ରାୟୋଜିତ ଅନୁପ୍ରବେଶକାରୀ ଆତଙ୍କ ଖେଳାଉଛନ୍ତି। ପଶ୍ଚିମବଙ୍ଗ ପାଲଟିଛି ଆତଙ୍କବାଦୀ ତିଆରିର ଏନ୍ତୁଡ଼ି ଶାଳ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁପ୍ରବେଶକାରୀଙ୍କୁ ନେଇ ଧରପଗଡ଼ ଆରମ୍ଭ ହୋଇଥିବା ବେଳେ ଆଗକୁ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଯୋଜନା କରୁଥିବା ରାଜସ୍ୱ ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
shocking-information-about-infiltrators-bangladeshis-are-being-brought-in-for-tmcs-vote-bank | Argus News