Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣ୍ଡିଆନଙ୍କୁ ଏତେ ସୁରକ୍ଷା କିଆଁ ?

Odisha

ପାଣ୍ଡିଆନଙ୍କୁ ଏତେ ସୁରକ୍ଷା କିଆଁ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପାଣ୍ଡିଆନଙ୍କୁ ଏତେ ସୁରକ୍ଷା କିଆଁ ?

Key Points

  • ପାଣ୍ଡିଆନଙ୍କୁ ଏତେ ସୁରକ୍ଷା କିଆଁ ?
  • ଜଣେ ଅଧ୍ୟକ୍ଷଙ୍କୁ ଜଗୁଛନ୍ତି ୭୪ ପୋଲିସ ?
  • ସତ କହିଦେଲା RTI ତଥ୍ୟ

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ସୁରକ୍ଷା ଦେଖିଲେ ଉଡିଯିବ ହୋସ । କାରଣ ତାଙ୍କୁ ଜଗିବାକୁ ୧୦ କି ୨୦ ନୁହେଁ ବରଂ ୭୪ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ହେଲେ ଫାଇଭ-ଟି ଅଧ୍ୟକ୍ଷଙ୍କ ସୁରକ୍ଷାରେ ଏତେ ମାତ୍ରାରେ ସୁରକ୍ଷାକର୍ମୀ କାହିଁକି ନିୟୋଜିତ ଅଛନ୍ତି ସେନେଇ ଉଠିଲାଣି ପ୍ରଶ୍ନ । ଖାଲି ପ୍ରଶ୍ନ ଉଠୁଛି ତାହା ନୁହେଁ ବରଂ ସୁରକ୍ଷା ବାବଦରେ କେମିତି କୋଟି କୋଟି ଟଙ୍କା ପାଣିରେ ପଡୁଛି ସେନେଇ ବି ସବୁ ତଥ୍ୟ ଦେଇଛି RTI । ଯାହାକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା ।

ଫାଇଭ-ଟି ଅଧ୍ୟକ୍ଷଙ୍କ ପିଛା ଛାଡୁନି ବିବାଦ । କାରଣ ପୂର୍ବରୁ ପୂରା ରାଜ୍ୟକୁ ଚପ୍ପରରେ ଚକ୍କର କାଟିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲେ । ଆଉ ଏବେ ନିଜ ସୁରକ୍ଷାରେ ରାଜ୍ୟ ରାଜକୋଷକୁ ଯେମିତି ହରିଲୁଟ୍‌ କଲେଣି ତାହାକୁ ନେଇ ଉଠିଲାଣି ପ୍ରଶ୍ନ । କାରଣ ୭୪ ପୋଲିସ କର୍ମଚାରୀଙ୍କ ଛଡ଼ା ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି । ତେବେ କେଉଁ ଆଧାରରେ ରାଜକୋଷର ଅପବ୍ୟୟ କରି ଏତେ ସଂଖ୍ୟକ ପୋଲିସ ଅଧିକାରୀଙ୍କୁ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି ? ସେନେଇ ପ୍ରଶ୍ନ ଉଠାଇବା ସହ ସୁରକ୍ଷାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ ବା ଓସା। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

RTIରୁ ମିଳିଥିବା ସୂଚନା ଅନୁସାରେ, ପାଣ୍ଡିଆନଙ୍କ ସୁରକ୍ଷାରେ ୨ ସବ୍‌ ଇନ୍ସପେକ୍ଟରଙ୍କ ସହ ୧୨ ହାବିଲଦାର, ୫୬ କନଷ୍ଟେବଳ ବା ସିପାହୀ ଏବଂ ୪ ଜଣ ମହିଳା କନଷ୍ଟେବଳ  ନିୟୋଜିତ ହୋଇଛନ୍ତି । ଖାଲି ଏତିକି ନୁହେଁ ବରଂ ଏଥିସହ ଗୋଟିଏ ଗାଡ଼ି ମଧ୍ୟ ଯୋଗାଇ ଦେଇଛି ଗୃହ ବିଭାଗ । ସୂଚନା ଅଧିକାର ଆଇନରେ ତିଛି ଏମିତି ତଥ୍ୟ ଦେଇଛି କମିଶନରେଟ୍‌ ପୋଲିସର ରିଜର୍ଭ ପୋଲିସ ଅଫିସ୍ ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ରାଜ୍ୟରେ ଗତ କିଛିମାସ ହେଲାଣି ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଚାଲିଛି । କାରଣ ସରକାରୀ ଧନରେ ସେ ଯେମିତି ବାବୁଠାଣୀର ଜୀବନ ବିତାଉଛନ୍ତି ତାହା କେଉଁ ନିୟମ ଅନୁସାରେ ଚାଲିଛି ତାହାକୁ ନେଇ ଅନେକ ପ୍ରଶ୍ନ ବିଗତ ଦିନରେ ଉଠିଛି । ଖାଲି ପାଣ୍ଡିଆନ ନୁହନ୍ତି ବରଂ ରାଜ୍ୟରେ ବେଆଇନ ଭାବେ ମୁଷ୍ଟିମେୟ ଅଧିକାରୀଙ୍କ ଦ୍ୱାରା ଚାଟାର୍ଡ ଫ୍ଲାଇଟ୍ ବା ପ୍ରାଇଭେଟ ଜେଟର ବ୍ୟାପକ ଅପବ୍ୟବହାର ହୋଇଥିବା ସହ ୫୦ କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିବା ଅଭିଯୋଗ କରିଛି ରାଜ୍ୟ ସୂଚନା ଅଧିକାର ଅଭିଯାନ ।

ସଂସଦୀୟ ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ, ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ହେଲିକପ୍ଟର ଭଡ଼ା ବାବଦରେ ୫୨ କୋଟି ୧୮ ଲକ୍ଷ ୩୪ ହଜାର ୫୨୯ ଟଙ୍କା ଖର୍ଚ୍ଚ ହୋଇଛି। ଏଥିସହ ଚାଟାର୍ଡ ଫ୍ଲାଇଟ୍ ଭଡ଼ାରେ ଯୋଗାଉଥିବା ସଂସ୍ଥା ୨୦୧୯ଠାରୁ ଏବେ ସୁଦ୍ଧା ୫୦ କୋଟି ୯୫ ଲକ୍ଷ ୨୧ ହଜାର ୪୫୦ ଟଙ୍କା ନେଇଛନ୍ତି। କେଉଁ ଅଧିକାରୀ କେଉଁ କାର୍ଯ୍ୟ ପାଇଁ ହେଲିକପ୍ଟର ଓ ଚାଟାର୍ଡ ଫ୍ଲାଇଟର ବ୍ୟବହାର କରିଛନ୍ତି, ସର୍ବସାଧାରଣରେ ତାହାର ତଥ୍ୟ ପ୍ରକାଶ କରାଯାଉ ବୋଲି ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ । ତେବେ ଏତେ ପରିମାଣରେ ଟଙ୍କା ଖର୍ଚ୍ଚ ହେବା ପରେ ବି ସରକାର କିମ୍ବା ପାଣ୍ଡିଆନଙ୍କର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।
 

Argus Whatsapp Channel Mobile Top
Sponsored
BJD Leader VK Pandian | Argus News