Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଇଲା ଚୋରି ମାମଲାରେ ହେମଗିରି ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍

Rashmita Mishra
Browse all articles by Rashmita Mishra
·1 year ago·2 min read
କୋଇଲା ଚୋରି ମାମଲାରେ ହେମଗିରି ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍

କୋଇଲା ଚୋରି ମାମଲାରେ ତତ୍କାଳୀନ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍। ସୁନ୍ଦରଗଡ଼, ହେମଗିର ଥାନା ତେଲେଣ୍ଡିହି ଜଙ୍ଗଲରୁ କୋଇଲା ଚୋରି ମାମଲାରେ ହେମଗିରର ତତ୍କାଳୀନ ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତିଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । ବେଆଇନ କୋଇଲା ଖଣି କାରବାର ଚାଲିଥିବା ସୂଚନା ପାଇଥିଲେବି ତତକାଳୀନ ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ତାଙ୍କୁ ନୋଟିସ ଜାରି ହୋଇଛି। ତେଣୁ ତାଙ୍କ ବିରୋଧରେ କାହିଁକି ରୁଲ୍-୧୫ ଓସିଏସ୍ ଲାଗୁ ନ ହେବ, ସେ ନେଇ ଦର୍ଶାଇବା ପାଇଁ କୁହାଯାଇଛି।

ରତନସରାରେ ବି ୧୦ରୁ ଅଧିକ ଖଣିରେ ଚଢ଼ାଉ କଲା ଟିମ୍‌ । ବିପୁଳ ଚୋରା କୋଇଲା ଜବତ ହୋଇଛି । କଳା ହୀରା କାରବାର ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ । ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଡେପୁଟି ଡାଇରେକ୍ଟର ମାଇନ୍ସ ଓ ହେମଗିରି ତହସିଲଦାରଙ୍କୁ ଚିଠି କରି ତିନି ଦିନ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତେଲେନଡ଼ିହିର ବିଶାଳ ଚୋରା ମାଇନ୍ସରୁ କୋଇଲା ହେଉଥିଲା ଚାଲାଣ । କୋଲ ୱାସେରି ଓ କୋଲ ଡିପୋମାନଙ୍କୁ ଚୋରା କୋଇଲା ଯାଉଥିବା ସନ୍ଦେହନ। ଅଂଚଳର ସମସ୍ତ କୋଲ ୱାସେରି ଓ କୋଲ ଡିପୋକୁ ଯାଞ୍ଚ କରିବା ସହ ଷ୍ଟକ୍‌ର ହିସାବ ନେବା ପାଇଁ ଚିଠିରେ ନିର୍ଦ୍ଦେଶ ହୋଇଛି । ଯଦି ହିସାବରୁ ବେଶୀ କୋଇଲା ବାହାରିଲା ତାହା କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ।

ଗୋଟିଏ ପରେ ଗୋଟିଏ ଗାଁ ଡେଇଁ ବହୁ ଆଗକୁ ବଢିଛି ଏହି କଳାହୀରାର କଳା ବେପାର । ତେଲେନଡିହି ଜଙ୍ଗଲରୁ ପାଖାପାଖି ୧୦ କିଲୋମିଟର ଦୂରରେ ରହିଛି ରତନସରା ଗାଁ । ରତନସରା ଗାଁରେ ମଧ୍ୟ ରହିଛି ମାଫିଆଙ୍କ କୋଇଲା ଖଣି । ଏଠାରେ ଘଞ୍ଚ ଜଙ୍ଗଲ ନୁହଁ ବରଂ ଗାଁ ନିକଟ ଦେଇ ବହି ଯାଇଥିବା ଚତୁର୍ଭୁଜ ନାଳ କଡେ କଡେ ମାଫିଆ ଖୋଳିଛନ୍ତି ନିଜର କୋଇଲା ଖଣି । ଆଉ ଏହି ବେଆଇନ କୋଇଲା ଖଣିରୁ କୋଇଲା ଉତ୍ତୋଳନ କରି ଚୋରା ଚାଲାଣ କରାଯାଉଛି । ରାଷ୍ଟ୍ରର ସମ୍ପତ୍ତିକୁ ଖୁଲମ୍‌ଖୁଲା ବିକ୍ରି କରି ଟଙ୍କା ନିଜ ପକେଟ୍‌କୁ ନେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
show-cause-notice-issued-to-hemgiri-tehsildar-in-coal-theft-case | Argus News