Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରାବଣ ସରିବାକୁ ବସିଲାଣି, ହେଲେ ରାଜ୍ୟରେ ନିଅଣ୍ଟିଆ ବର୍ଷା: ୯ ଜିଲ୍ଲାର ସ୍ଥିତି ଉତ୍କଟ

Ritu Das
Browse all articles by Ritu Das
·11 months ago·3 min read
ଶ୍ରାବଣ ସରିବାକୁ ବସିଲାଣି, ହେଲେ ରାଜ୍ୟରେ ନିଅଣ୍ଟିଆ ବର୍ଷା: ୯ ଜିଲ୍ଲାର ସ୍ଥିତି ଉତ୍କଟ

Key Points

ଶ୍ରାବଣ ସରିବାକୁ ବସିଲାଣି

ରାଜ୍ୟରେ ନିର୍ଦ୍ଦିଷ୍ଟ ପ୍ରକାର ପାଣିପାଗର ପ୍ରକ୍ରିୟା ନଥିବା ବେଳେ କମିଛି ବର୍ଷାର ପ୍ରଭାବ

କେଉଁଠି ବିଲ ଫାଟି ଆଁ କରିଛି ତ କେଉଁଠି ଜମି ଅଧା ରୁଆ ହୋଇଛି

ଶ୍ରାବଣ ସରିବାକୁ ବସିଲାଣି, ହେଲେ ରାଜ୍ୟରେ ନିଅଣ୍ଟିଆ ବର୍ଷା।୯ ଜିଲ୍ଲାର ସ୍ଥିତି ଉତ୍କଟ। ରାଜ୍ୟରେ ନିର୍ଦ୍ଦିଷ୍ଟ ପ୍ରକାର ପାଣିପାଗର ପ୍ରକ୍ରିୟା ନଥିବା ବେଳେ କମିଛି ବର୍ଷାର ପ୍ରଭାବ। କେଉଁଠି ବିଲ ଫାଟି ଆଁ କରିଛି ତ କେଉଁଠି ଜମି ଅଧା ରୁଆ ହୋଇଛି । ଏପଟେ ପାଣିପାଗ ବିଭାଗ ନିର୍ଦ୍ଦେଶିକା କହୁଛନ୍ତି ଗୋଟେ ତଥ୍ୟ କହୁଛି ଆଉ ଗୋଟେ ।ଟିକେ ନଜର ପକାନ୍ତୁ ତଥ୍ୟ ଉପରେ। ଜୁନ୍‌ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ହାରାହାରି ୬୩୪ ମିଲିମିଟର ବର୍ଷା ହୋଇଛି। ଏହାକୁ ସ୍ୱାଭାବିକ କୁହାଯିବ । ମାତ୍ର ୯ଟି ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ପୁରୀରେ ସର୍ବାଧିକ ୪୦% ବର୍ଷା କମ୍‌ ଥିବା ବେଳେ ଗଜପତିରେ ୪୦%, ରାୟଗଡ଼ାରେ ୩୩%, ଗଞ୍ଜାମରେ ୨୮%, କଳାହାଣ୍ଡିରେ ୩୨%, ଖୋର୍ଦ୍ଧାରେ ୨୫%, ନୂଆପଡ଼ାରେ ୨୧%, ବଲାଙ୍ଗିରରେ ୨୩%. ନବରଙ୍ଗପୁରରେ ୨୩% ବର୍ଷା କମ୍‌ ହୋଇଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧରେ ବର୍ଷା ଅଧିକ ଥିବା ବେଳେ ୧୬ ଜିଲ୍ଲାରେ ବର୍ଷା ସ୍ୱାଭାବିକ ଅଛି।ଆଉ ତଥ୍ୟ ସହ ସମାନ ଚାଷ ଜମିର ସ୍ଥିତି।ଯାହାକୁ ନେଇ ଚିନ୍ତାରେ ଚାଷୀ।


ଅନ୍ୟପଟେ ଗ୍ରାଉଣ୍ଡ ର ସ୍ଥିତି ଯଦି ଦେଖିବା ତେବେ ନୂଆପଡ଼ା ଜିଲ୍ଲାରେ ସ୍ଵଳ୍ପ ବୃଷ୍ଟିପାତ ଏବେ ଚାଷୀ ମୁଣ୍ଡ ବିନ୍ଧାର କାରଣ ସାଜିଛି l ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଯେଉଁ ସମୟରେ ଚାଷ କାମ ଆଗକୁ ବଢିବା କଥା ସେହି ସମୟରେ ଧାନ ମରି ଯାଉଛି। ଇଏ ହେଉଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ କୁରୁମପୁରୀ ପଞ୍ଚାୟତ ଦଳଦଲି ଗାଆଁର ଦୃଶ୍ୟ। ଏହି ଗାଁର ଚାଷୀ ସୋଭାରାମ ପଟେଲ ସାତ ଏକର ଜମିରେ ଧାନ ଚାଷ କରିଛନ୍ତି। ହେଲେ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ଧାନ ସବୁ ମରିବା ଆରମ୍ଭ ହୋଇ ଯାଇଛି l ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ଜମି ଫାଟି ଆଁ କରିଛି। ଚାଷୀ ଉପରକୁ ଚାହିଁ ବର୍ଷା କୁ ଅନେଇ ବସିଛି। ନିଜ ଆଖି ସାମନାରେ ଧାନ ମରି ଯାଉଥିବା ଦେଖି ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ନୂଆପଡ଼ା ଜିଲ୍ଲାର କୋମନା, ନୂଆପଡ଼ା, ବୋଡ଼େନ, ଖଡ଼ିଆଳ ଓ ସିନାପାଲି ଭଲି ବ୍ଲକରେ ଚାଷ କାମ ପ୍ରଭାବିତ ହୋଇଛି। ଚାଷୀ କେବଳ ଉପର ବର୍ଷା କୁ ଅପେକ୍ଷା କରି ଅନେଇ ବସିଛି ।ଖାଲି ନୂଆପଡ଼ା ଚାଷୀ ନୁହେଁ ବରଂ ନର୍ଲା ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଗେଇ ପାରୁନି ଚାଷ, ଅଧାରୁ ଅଧିକ ଜମିରେ ତଳି ମଧ୍ୟ ପଡ଼ିନି । ଝିପିଝିପି ବର୍ଷା ଧାନ ଚାଷ କ୍ଷେତ୍ରରେ ଉତ୍ପାଦନ କୁ ଆଶାତୀତ ଭାବେ ବୃଦ୍ଧି କରିବା ସମ୍ଭାବନା ନଥିବା ଚାଷୀ ମାନେ କହିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ ଆସନ୍ତା ୧୨ ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ। ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ସମୁଦ୍ର ମଧ୍ୟରେ ବର୍ତମାନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏହା ଫଳରେ ବାଂଲାଦେଶ ସହ ପଶ୍ଚିମବଙ୍ଗ ଓ ତାତ୍ସଲଗ୍ନ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ବାରଣ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଖୋର୍ଦ୍ଧା, ଜଗସିଂହପୁର, କଟକ ସହ ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ସେହିଭଳି ଆସନ୍ତାକାଲି ମଧ୍ୟ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଏବଂ ୩୦ ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।


ଶ୍ରାବଣରେ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍‌। ଅସ୍ୱାଭାବିକ ଗରମ, ଗୁଳୁଗୁଳି ଜନଜୀବନକୁ ନାକେଦମ କରୁଛି। ଇତିମଧ୍ୟରେ ବର୍ଷା ପ୍ରକୋପ ବି କମିଯାଇଛି । ଆଶ୍ୱସ୍ତିର ଖବର ହେଲା, ଆଉ ଏକ ଲଘୁଚାପ ଆସୁଛି ଆସନ୍ତା ୧୨ ତାରିଖ ବେଳକୁ, ଯାହାକି ଓଡ଼ିଶା ଉପକୂଳରେ ଦାନା ବାନ୍ଧିବା ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ।

Sponsored
shravan-is-about-to-end-but-there-is-deficient-rainfall-in-the-state-the-situation-in-9-districts-is-dire | Argus News