Puri Jagannath Temple / କାଲି ଶ୍ରୀଜିଉଙ୍କ ଅଳଙ୍କାର ସ୍ଥାନାନ୍ତରଣ

Key Points
ଆସନ୍ତାକାଲି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ
ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ହେବ ସ୍ଥାନାନ୍ତର
କାଲି ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ଆସନ୍ତାକାଲି ଶ୍ରୀଜିଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ହେବ ସ୍ଥାନାନ୍ତର। ଏଥିପାଇଁ ସକାଳ ୧୦ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ଆହୁରି ପଢନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଆସନ୍ତା ୨୩ରେ ହେବ ଅଳଙ୍କାର ସ୍ଥାନାନ୍ତର, ଭକ୍ତଙ୍କ ଦର୍ଶନ ଉପରେ କଟକଣା
ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ l ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ l ମହାପ୍ରସାଦ ପାଇବାରେ ରହିବନି କଟକଣା। ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ। ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ସ୍ୱାଭାବିକ ହେବ ଦର୍ଶନ।
📱 Get Argus News App
✨Related Topics
Explore more stories