Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ପୁଣି ଟଣ୍ଟ ମାରିଲେ ଶ୍ରୀମୟୀ, ଗପ ଶୁଣାଇ କଲେ ଧରାଶାୟୀ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ପୁଣି ଟଣ୍ଟ ମାରିଲେ ଶ୍ରୀମୟୀ, ଗପ ଶୁଣାଇ କଲେ ଧରାଶାୟୀ
Shreemayee Mishra

Key Points

ଶୁକ୍ରବାର ସକାଳୁ ସକାଳୁ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ଦଳରୁ ବିତାଡ଼ିତ ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ର ।

ବିଜେଡିରୁ ତଡ଼ା ଖାଇଥିବା ଚର୍ଚ୍ଚିତ ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣି ବିଜେଡିକୁ କରିଛନ୍ତି କାଉଣ୍ଟର । ନାଁ ନନେଇ ପାଣ୍ଡିଆନ ଓ ନବୀନଙ୍କୁ କରିଛନ୍ତି ଟାର୍ଗେଟ୍‌ । ସେ ପୁଣି ଏକ ବାଘ, ହାତୀ ଗାଈ ଗପ କହି ବିଜେଡି ମୁଖିଆଙ୍କୁ କରିଛନ୍ତି କଡ଼ା ସମାଲୋଚନା । କହିବାକୁ ଗଲେ ପୁଣି ବିଜେଡି ଉପରେ ପଡ଼ିଛି ଚଡ଼କ । ଗୁରୁବାର ବିଜେଡି ପକ୍ଷରୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି ହୋଇଛି । ଆଉ ଶୁକ୍ରବାର ସକାଳୁ ସକାଳୁ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ଦଳରୁ ବିତାଡ଼ିତ ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ର ।

ବିଜେଡିର ଏଭଳି ଦୁଃସ୍ଥିତି, ତାତ୍ସଲ୍ୟ କରିବାର ସୁଯୋଗ ହାତଛଡ଼ା କରିନାହାନ୍ତି ଶ୍ରୀମୟୀ । ସେ ବାଘ, ହାତୀ, ଗାଈ ଉପାଖ୍ୟାନ ଦେଇ ବିଜେଡିକୁ ପ୍ରବଳ ଧୋଇଛନ୍ତି । ବାପାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହ ପୁଅର ମିଛକୁ ସତ କଥା କହି, ତା ହଁରେ ହଁ କୁହନ୍ତି ତେବେ ଜନେ ହସିବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ସେ ଲେଖିଛନ୍ତି, ପିଲାବେଳେ ଆପଣ ସମସ୍ତେ ନିଜ ମାଆ କୋଳରେ ବସି ଅନେକ କାହାଣୀ ଶୁଣି ଖାଇବା ଖାଇଥିବେ। ପିଲାଙ୍କୁ ଖୁଆଇବା ପାଇଁ ବାପା ମାନେ ମଧ୍ୟ ଅନେକ କାଳ୍ପନିକ ଚରିତ୍ରରେ ଅଭିନୟ କରିଥାଆନ୍ତି। ଗାଁ ଦାଣ୍ଡରେ ବାପା କାନ୍ଧରେ ବସି ବୁଲୁବୁଲୁ କେତେବେଳେ କେଉଁ ଜୀବଜନ୍ତୁ ଦେଖି ସବୁ ଛୁଆ ଖୁସି ହେଇ ଯାଆନ୍ତି। କେତେବେଳେ କେମିତି ଯଦି ପିଲା କୁକୁରକୁ ଦେଖି ବାଘ କହିଦିଏ, ବାପା ତା ହଁରେ ହଁ ମିଶାନ୍ତି, କେତେବେଳେ ଯଦି ଗାଈ ଦେଖି ହାତୀ କହିଦିଏ, ତେବେ ବି ବାପା କିଛି କୁହନ୍ତିନି, କାରଣ ପିଲାଟି କାଳେ କାନ୍ଦିବ। ଚାରି ପାଞ୍ଚ ବର୍ଷ ଯାଏ ଏସବୁ ଚାଲେ, ହେଲେ ପିଲା ବଡ଼ ହେଇ ପ୍ରାପ୍ତ ବୟସରେ ପହଞ୍ଚିଲା ପରେ ମଧ୍ୟ ବାପା ଯଦି ପିଲାର ମିଛକୁ ସତ କହି, ତା ହଁ ରେ ହଁ କୁହନ୍ତି, ତେବେ ଜନେ ହସନ୍ତି।

ସେପଟେ ଶ୍ରୀମୟୀଙ୍କ ଭଳି ଏଲିନା ମଧ୍ୟ ଏଭଳି ସୁଯୋଗର ଖୁବ୍‌ ଭରପୁର ଫାଇଦା ନେଇଛନ୍ତି । ସେ ବି ଶିଖିଗଲେଣି 'ନଇଁ ପଡ଼ିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ' । ତେଣୁ ସେ ମଧ୍ୟ ବିଜେଡି ନେତାଙ୍କୁ ତାତ୍ସଲ୍ୟ କରି ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, 'ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା ଥାଇ କହୁଛି ମୋ ବେଳ କାଳ ଆସୁଛି। ୫୧ ରୁ ୫୦ ହେଲେ, ତାପରେ ୪୮ ହେଲେ । ଗୋଟିଏ କ୍ରୀତଦାସ ପାଇଁ ଆଜି ଓଡ଼ିଶା ସାରା ହଜାର ହଜାର ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ ହେଉଛନ୍ତି । ଏବେ ବି ଯଦି ବିଧାୟକ ମାନେ ଏକ ନହୋଇ କ୍ରୀତଦାସତା କରିବେ ତାହେଲେ ଆଗାମୀ ଦିନରେ କାହା ବେଳ କାଳ କେତେବେଳେ ଆସିବ ତାହା କେବଳ ପ୍ରେସ୍ ରିଲିଜ୍ ଏବଂ ମିଡିଆରୁ ହିଁ ସମସ୍ତେ ଜାଣିବାକୁ ପାଇବେ ! ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା । ବେଳ ଥାଉ ଥାଉ ଏକ ହୁଅ, ଏକତା ହିଁ ବଳ, ବିଭାଜନ ହିଁ ପତନ' ବୋଲି ଏଲିନା ଲେଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | Shreemayee Mishra teased again to BJD Leaders | Argus News