Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri Temple / କୋଭିଡ ସମୟରୁ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନରୁ ବଞ୍ଚିତ ଭକ୍ତ

Banajyotshna Ray
Browse all articles by Banajyotshna Ray
·9 months ago·2 min read
କୋଭିଡ ସମୟରୁ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନରୁ ବଞ୍ଚିତ ଭକ୍ତ

Key Points

ଭକ୍ତଙ୍କ ପାଇଁ କେବେ ଖୋଲିବ ମହାପ୍ରଭୁଙ୍କ ଜନ୍ମବେଦୀ ?
କୋଭିଡ ସମୟରୁ ଶ୍ରୀଗୁଣ୍ଡିଚା ମନ୍ଦିର ଦର୍ଶନରୁ ବଞ୍ଚିତ ଭକ୍ତ
ମନ୍ଦିର ବନ୍ଦ ଯୋଗୁଁ ଦୁଆରୁ ଫେରିଲେଣି କୋଟିଏ ଭକ୍ତ
ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ କେବେ?

ବର୍ଷ ବର୍ଷ ଧରି ଗୁଣ୍ଡିଚା ମନ୍ଦିର ଦର୍ଶନରୁ ବଂଚିତ ଭକ୍ତ। କୋଭିଡ ସମୟରେ ରୋଷଘର ମରାମତି ଆଳରେ ଭକ୍ତଙ୍କ ମନ୍ଦିର ପ୍ରବେଶକୁ ବନ୍ଦ କରିଥିଲା ପୂର୍ବ ସରକାର। ଗତ ମାର୍ଚ୍ଚ ମାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ସଂସ୍କୃତି ଉପଦେଷ୍ଟା ମଣ୍ଡଳୀ ଗୁଣ୍ଡିଚା ମନ୍ଦିର କାର୍ଯ୍ୟର ସମୀକ୍ଷା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଚତୁର୍ପାର୍ଶ୍ୱ ସହିତ ଗୁଣ୍ଡିଚା ମନ୍ଦିର, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର କାର୍ଯ୍ୟର ସମୀକ୍ଷା ଓ ସ୍ଥିତି ଅନୁଧ୍ୟାନ କରିଥିଲେ ଖୋଦ ଗଜପତି ମହାରାଜ । ରଥଯାତ୍ରା ପରେ ଭକ୍ତଙ୍କ ପାଇଁ ମନ୍ଦିର ଖୋଲିବା ନେଇ କୁହାଯାଇଥିଲା। କିନ୍ତୁ ଏଯାବତ ଗୁଣ୍ଡିଚା ମନ୍ଦିର ଭିତର କାର୍ଯ୍ୟ ସରୁନାହିଁ କି ମନ୍ଦିର ଖୋଲୁନି ପ୍ରଶାସନ। ବର୍ଷବର୍ଷ ଧରି ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ନମିଳିବାରୁ ଭକ୍ତଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ।


ଶ୍ରୀଗୁଣ୍ଡିଚା ମନ୍ଦିରର କଳେବର ପାଇଁ ଗତ ଦୁଇବର୍ଷ ହେବ ମନ୍ଦିର ଭିତରେ ଅନେକ ସୌନ୍ଦର୍ଯ୍ୟପୁର୍ଣ୍ଣ କାର୍ଯ୍ୟ କରାଯାଇଛି । କିନ୍ତୁ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନି କି ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଉନି। ଏନେଇ ବରିଷ୍ଠ ଦଇତାପତି ସେବାୟତ କହିଛନ୍ତି ଆସନ୍ତା ପରିଚାଳନା କମିଟି ବୈଠକରେ ଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗ ଆଲୋଚନା କରାଯିବ। ସେପଟେ ପୁରୀ ଜିଲାପାଳ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ସହ ରୋଷଘର କାମ ସରିଲେ ଏହା ଉପରେ ଏସଓପି ଆଣି ଖୋଲାଯିବ ମନ୍ଦିର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଠାକୁରଙ୍କ ଜନ୍ମବେଦୀ ଦର୍ଶନ ନ କଲେ ଶ୍ରୀକ୍ଷେତ୍ର ଯାତ୍ରା ସମ୍ପୁର୍ଣ୍ଣ ହୁଏନି ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତା ପରିଚାଳନା କମିଟି ବୈଠକରେ ଗୁଣ୍ଡିଚା ମନ୍ଦିର ପ୍ରସଙ୍ଗରେ କ'ଣ ଆଲୋଚନା ହେଉଛି। କେବେ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶକୁ ମିଳିବ ଅନୁମତି ତାକୁ ହିଁ ଅପେକ୍ଷା।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Puri Temple | Devotees Deprived of Shri Gundicha Temple Darshan Since Covid | Argus News | Argus News