ପଞ୍ଚୁକ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା
·1 year ago

ପୁରୀ: ପଞ୍ଚୁକ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା। ପଞ୍ଚୁକ ନୀତିକୁ ଆହୁରି ତ୍ଵରିତ କରାଯିବ। ପଞ୍ଚୁକର ଆଜି ପ୍ରଥମ ଦିନରେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିଛନ୍ତି। ନୀତି ଶୃଙ୍ଖଳିତ ପାଇଁ ସମସ୍ତ ସେବାୟତଙ୍କ ସହ ଆଲୋଚନା ହୋଇଛି। ନୀତିକାନ୍ତିରେ କିଛିମାତ୍ରାରେ ବିଳମ୍ବ ରହୁଛି। ନୀତି ଚାଲୁଥିବା ସମୟରେ ମାଇକ ଯୋଗେ ସୂଚନା ଦିଆଯାଉଛି।
ସୁରୁଖୁରୁରେ ପୁରୀବାସୀ କିପରି ମହାପ୍ରସାଦ ପାଇପାରିବେ ସେନେଇ ସେବାୟତ ମାନଙ୍କ ସହ ଆଲୋଚନା କରାଯାଉଛି । ମର୍ଚ୍ଚିକୋଟ ଛକରୁ ହୋଇଥିବା ବ୍ୟାରିକେଡ଼ ଭିତରେ ଭକ୍ତଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ପୋଲିସ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟ ପ୍ରଶାସକ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: