Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 3 ବର୍ଷରେ ଶ୍ରୀମନ୍ଦିରକୁ ମିଳିଛି 113 କୋଟିର ଦାନ

Odisha

3 ବର୍ଷରେ ଶ୍ରୀମନ୍ଦିରକୁ ମିଳିଛି 113 କୋଟିର ଦାନ

Rashmita Mishra
Browse all articles by Rashmita Mishra
·1 year ago·1 min read
3 ବର୍ଷରେ ଶ୍ରୀମନ୍ଦିରକୁ ମିଳିଛି 113 କୋଟିର ଦାନ

ଅର୍ଗସ ବ୍ୟୁରୋ: 3 ବର୍ଷରେ ଶ୍ରୀମନ୍ଦିରକୁ ମିଳିଛି 113 କୋଟିର ଦାନ। ପୁରୀରେ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହେଉଛି ସେ ନେଇ ବିଧାନସଭାରେ ବିସ୍ତୃତ ତଥ୍ୟ ଆସିଛି। ୨୦୨୧ରୁ ୨୦୨୪ ଏହି 3 ବର୍ଷ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ଆସିଛି ୧ ଶହ ୧୩ କୋଟି ୨ ଲକ୍ଷ ୫୫ ହଜାର ୮୮୯ ଟଙ୍କା। ୨୦୨୧-୨୨ ରେ ଜଗନ୍ନାଥଙ୍କ ହୁଣ୍ଡିରୁ ୮ କୋଟି ୨୩ ଲକ୍ଷ ୧୩ ହଜାର ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୧୫ କୋଟି ୪୬ ଲକ୍ଷ ୧୭ ହଜାର ଓ ୨୦୨୩-୨୪ରେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ଟଙ୍କା ମିଳିଛି। ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ ରେ ୬ କୋଟି ୮୩ ଲକ୍ଷ ୩୧ ହଜାର ଟଙ୍କା, ୨୦୨୨-୨୩ ରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ଓ ୨୦୨୩-୨୪ରେ ୨୨ କୋଟି ୨୪ ଲକ୍ଷ ୩୯ ହଜାର ଟଙ୍କା ମିଳିଛି। ଅନ୍ୟାନ୍ୟ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ  ଏହି ତିନି ବର୍ଷରେ ଯଥାକ୍ରମେ ୨ କୋଟି ୨୫ ଲକ୍ଷ ୩୧ ହଜାର, ୪ କୋଟି ୬୨ ଲକ୍ଷ ଓ ୫ କୋଟି ୭୩ ଲକ୍ଷ ୫୭ ହଜାର ଟଙ୍କା ମିଳିଛି। ବିଧାନସଭାରେ ଏହି ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shrimandir receives donations of Rs 113 crore in 3 years | Argus News