Videos
|
Odisha

ଶୁଭମିତ୍ରାଙ୍କ ନିଖୋଜ ନେଇ ସସପେନ୍ସ ଜାରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶୁଭମିତ୍ରାଙ୍କ ନିଖୋଜ ନେଇ ସସପେନ୍ସ ଜାରି

Key Points

କୁଆଡେ ଗଲେ ମହିଳା ଟ୍ରାଫିକ କନେଷ୍ଟବଳ ?
ଶୁଭମିତ୍ରାଙ୍କ ନିଖୋଜ ନେଇ ସସପେନ୍ସ ଜାରି
ସପ୍ତାହେ ପରେ ବି ମହିଳା କନେଷ୍ଟବଳଙ୍କ ମିଳୁନି ସୁରାକ

ସୋସିଆଲ ମିଡ଼ିଆ ରେ ପୋଷ୍ଟର ଜାରି କଲା ପୋଲିସ। କମିଶନରେଟ ପୋଲିସରେ କାର୍ଯ୍ୟରତ ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ଙ୍କ ନିଖୋଜ ନେଇ ବଢୁଛି ସନ୍ଦେହ। 7 ଦିନ ପରେ ବି ଶୁଭମିତ୍ରା ଙ୍କ କୌଣସି ଖୋଜ ଖବର ନମିଳିବାରୁ ସନ୍ଦେହ ବଢ଼ାଉଛି। ଘଟଣା ପରଠୁ ତାଙ୍କ ମୋବାଇଲ ଫୋନ ବି ସୁଇଚ ଅଫ ରହିଛି । ତେଣୁ ନିଖୋଜ ପଛରେ ଅନେକ ଅସମାହିତ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି।


ଝିଅ ନିଖୋଜ ପରେ ଏବେ କ୍ୟାପିଟାଲ ଥାନାକୁ ଦୌଡୁଛନ୍ତି ପରିବାର ଲୋକେ। ଝିଅ ଡ୍ୟୁଟି ରେ ଥାଇ ନିଖୋଜ ହେବା ପୋଲିସ ହିଁ ଦାୟି ବୋଲି ପରିବାର ଅଭିଯୋଗ କରିଛନ୍ତି।  ସେପଟେ ଶୁଭମିତ୍ରାଙ୍କ ସାଙ୍ଗ ମାନଙ୍କୁ ପଚରାଉଚରା କରୁଛି କ୍ୟାପିଟାଲ ଥାନା ପୋଲିସ ।

ଗତ ୬ ତାରିଖ ସକାଳ ୧୦ଟା ସମୟରେ କାମକୁ ଆସିଥିଲେ ଶୁଭମିତ୍ରା। ସନ୍ଧ୍ୟା ୭ଟାରେ କାମ ସରିବା ପରେ କିନ୍ତୁ ସେ ଆଉ ଘରକୁ ଫେରି ନଥିଲେ।  ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କ ମୋବାଇଲ ବି ତାଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା। ଯାହାକୁ ନେଇ ପରିବାର ଲୋକେ ଦ୍ବନ୍ଦ୍ବରେ ପଡ଼ିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଦୁଇଟି ହେଲ୍ପଲାଇନ୍ ନମ୍ବର ଜାରି କରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: