Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶୁଭମନଙ୍କ ଉପରେ ରାଗିକି ଟକମକ କରି ଚାହିଁଲେ ସାରା !

Satyendu Sekhar Mishra
Browse all articles by Satyendu Sekhar Mishra
·12 months ago·2 min read
ଶୁଭମନଙ୍କ ଉପରେ ରାଗିକି ଟକମକ କରି ଚାହିଁଲେ ସାରା !

Key Points

ଗିଲ୍‌ଙ୍କୁ ବୁଲି ବୁଲି ଚାହିଁଲେ ସାରା !
ଅନ୍ୟ ଜଣେ ଝିଅ ସହ କଥା ହେଉଥିଲେ ଗିଲ ।
ଗିଲ୍‌ଙ୍କୁ ୟୁଜର୍ସ କହିଲେ ଭାଇ ତମେ ଠିକ୍‌ କରୁନ ।

ସାରା ତେନ୍ଦୁଲକର ଏବଂ ଶୁଭମନ ଗିଲ୍‌ଙ୍କ ପ୍ରେମ ଗୁଜବକୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଥାଏ । ଉଭୟଙ୍କ ବିଷୟରେ ଜାଣିବା ପାଇଁ ମଧ୍ୟ ସମସ୍ତଙ୍କର ଆଗ୍ରହ ରହିଥାଏ । କାରଣ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଶୁଭମନ ଗିଲ୍ । ଆଉ ସାରା ତେନ୍ଦୁଲକର ହେଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ।

ଗତ କିଛି ସପ୍ତାହ ଧରି ଲଗାତାର ଚର୍ଚ୍ଚାରେ ଅଛନ୍ତି ଶୁଭମନ । ଟେଷ୍ଟ ଦଳର ଅଧିନାୟକ ହେବା ପରେ ଶୁଭମନ ଇଂଲଣ୍ଡରେ ଅଧିକ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ଏହା ବ୍ୟତୀତ, ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଢ଼େର ଚର୍ଚ୍ଚାରେ ଅଛନ୍ତି । ସାରା ଏବଂ ଶୁଭମନ ଗିଲଙ୍କ ସମ୍ପର୍କକୁ ନେଇ ଗତ ୩-୪ ବର୍ଷ ଧରି ଆଲୋଚନା ଚାଲିଛି। ନିକଟରେ, ଉଭୟଙ୍କୁ ସମାନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଶୁଭମନ ଗିଲ୍ ଭାରତୀୟ ଦଳ ସହ ଉପସ୍ଥିତ ଥିଲେ। ଅନ୍ୟପଟେ ସାରା ନିଜ ପିତାମାତାଙ୍କ ସହିତ ଥିଲେ।

ସେଠାକାର ଏମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା କି ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ଶୁଭମନ ଗିଲ ଜଣେ ଝିଅ ସହିତ କଥା ହେଉଛନ୍ତି। ହେଲେ ଝିଅଟି କିଏ ତାହା ସ୍ପଷ୍ଟ ହୋଇନାହିଁ। ଗିଲ୍‌ ଜଣେ ଝିଅ ସହ କଥା ହେଉଥିବାର ଦେଖି ସାରା ବୁଲି ପଡ଼ି କିଛି ସମୟ ପାଇଁ ତାଙ୍କୁ ଚାହିଁ ରହିଛନ୍ତି । ଯେଉଁଥିପାଇଁ ଅନେକ ୟୁଜର୍ସ ଏବେ ଏହାକୁ ନେଇ ଆଲୋଚନା କରୁଛନ୍ତି । ସମସ୍ତଙ୍କର ସେଇ ଗୋଟିଏ କଥା ସାରା ରାଗିଲେ । ଗିଲ ଭାଇ ତମେ କିଛି ଠିକ୍ କରୁନ ।

ପୂର୍ବରୁ ମଧ୍ୟ ଏହି ଇଭେଣ୍ଟରୁ ଆଉ ଏକ ଭିଡିଓ ଆସିଥିଲା, ଯେଉଁଥିରେ ରବିନ୍ଦ୍ର ଜାଡେଜା ଏବଂ କେଏଲ ରାହୁଲ ଗିଲଙ୍କୁ କୌଣସି କଥାରେ ଚିଡ଼ାଉଥିବାର ଦେଖାଯାଇଥିଲା । ତେବେ ଏହି ଚର୍ଚ୍ଚା କେତେ ସତ କେତେ ମିଛ, ତାହା କେବଳ ଶୁଭମନ ଓ ସାରା ହିଁ କହିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shubman Gill talking to another girl as Sara Tendulkar looks at him, video goes viral | Argus News