Videos
|
Odisha

Police SI / ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା, ଆଜି ହୋଇପାରେ ଅଭିଯୁକ୍ତଙ୍କ ଜାମିନ ଶୁଣାଣି

Banajyotshna Ray
Browse all articles by Banajyotshna Ray
·9 months ago·2 min read
ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା, ଆଜି ହୋଇପାରେ ଅଭିଯୁକ୍ତଙ୍କ ଜାମିନ ଶୁଣାଣି

Key Points

ଆଜି ହୋଇପାରେ ଅଭିଯୁକ୍ତଙ୍କ ଜାମିନ ଶୁଣାଣି
ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା
ଆଜି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇପାରେ ଜାମିନ ଶୁଣାଣି
ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା । ଆଜି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇପାରେ ଶଙ୍କର ପୃଷ୍ଟି, ଅରବିନ୍ଦ ଦାସ ଓ ସୁରେଶ ନାୟକର ଜାମିନ ଶୁଣାଣି । ଶଙ୍କର ସମେତ ମୋଟ ୧୦ଜଣ ଅଭିଯୁକ୍ତ ଦଲାଲ ଓ ଏଜେଣ୍ଟ ବ୍ରହ୍ମପୁର ଜେଲରେ ଅଛନ୍ତି ବନ୍ଦୀ । ମାମଲାର ତଦନ୍ତ କରୁଛି ସିବିଆଇ । ପୂର୍ବରୁ ଭିଜିଲାନ୍ସ କୋର୍ଟ ୨ ଅଭିଯୁକ୍ତ ଶେଖର ସାହୁ ଓ ପ୍ରକାଶ ସାହୁ ଙ୍କୁ ଜାମିନ ପ୍ରଦାନ କରିଥିଲେ । ଅଭିଯୁକ୍ତ ବିଶ୍ୱ ରଞ୍ଜନ ବେହେରା ଓ ତଫିମ ଅହମ୍ମଦ ଖାନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଥିଲେ ।

ସିବିଆଇ ଏହି ମାମଲାର କାଗଜପତ୍ର ତନତନ କରି ଯାଞ୍ଚ କରୁଛି । ଏହି ରାକେଟ ପଛରେ କାହାର ହାତ ଅଛି ସେନେଇ ଖୋଳତାଡ଼ ଆରମ୍ଭ କରିଛି । ସିବିଆଇ ଅଧିକାରୀ ବ୍ରହ୍ମପୁର ପୋଲିସର ଏକାଧିକ ଅଧିକାରୀ ଏବଂ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ଘଟଣା ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଆଲୋଚନା ପରେ ସିବିଆଇ ଶଙ୍କରଙ୍କ ସମେତ ଅନ୍ୟମାନଙ୍କୁ ପଚାରଉଚରା କରିବ ।

ଏଥିସହ ପଢ଼ନ୍ତୁ: ପୋଲିସ SI ସ୍କାମ ମାମଲା, କେୟାର ଟେକର ସାଗର ଗୌଡ଼କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଓଡିଶା ପୋଲିସ ସବ୍‌ଇନ୍‌ସପେକ୍ଟର ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସି.ଆଇ.ଡିକୁ ଦିଆଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅନୁସଂଧାନରୁ ଜଣାଯାଇଛି ଯେ ଏହି ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପି ଥାଇପାରେ। ଏହା ସହିତ ଏହି ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏସବୁକୁ ଦୃଷ୍ଟିରେ ରଖି, ଏହି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା ପାଇଁ ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ ଆଇନ ପରିସରକୁ ଆଣି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ସଂସ୍ଥା ସି.ବି.ଆଇକୁ ଦେବା ପାଇଁ ନିର୍ଣ୍ଣୟ କରିଛନ୍ତି । ପୋଲିସ SI ସ୍କାମ ମାମଲା । ଅନ୍ୟପଟେ କିଛି ଦିନ ତଳେ ଶଙ୍କର ପୃଷ୍ଟିର କେୟାର ଟେକର ଗିରଫ ହୋଇଥିଲା । କେୟାର ଟେକର ସାଗର ଗୌଡ଼କୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର ବୋଲି ସୂଚନା ରହିଛି। ଦିଘା ମଡ଼୍ୟୁଲକୁ ଅପରେଟ କରୁଥିଲା ସାଗର। ଧରାପଡ଼ି ଗିରଫ ହୋଇଛି। ସାଗର ଠାରୁ ବିଭିନ୍ନ ତଥ୍ୟ ଆଦାୟ କରିଛି କ୍ରାଇମ ବ୍ରାଞ୍ଚ ଟିମ୍‌।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:


Related Topics

Explore more stories