|
logo
Live
Argus News App
GET APP

Argus News - SI ପରୀକ୍ଷା, କେମିତି ହୋଇଥିଲା କେଳେଙ୍କାରୀ ପ୍ଲାନ ?

Odisha

SI Scam / SI ପରୀକ୍ଷା, କେମିତି ହୋଇଥିଲା କେଳେଙ୍କାରୀ ପ୍ଲାନ ?

Sudeshna Mishra
Browse all articles by Sudeshna Mishra
·4 months ago·2 min read
SI ପରୀକ୍ଷା, କେମିତି ହୋଇଥିଲା କେଳେଙ୍କାରୀ ପ୍ଲାନ ?

Key Points

ସିଲିକନ ଟେକ୍ ମାଲିକ ସୁରେଶ ଚନ୍ଦ୍ର ନାୟକ ଗିରଫ ।

SI ପରୀକ୍ଷା ସ୍କାମରେ ବି ଆଜି ହୋଇଛି ଆଉ ଏକ ବଡ଼ ଗିରଫଦାରୀ। ବନ୍ଧା ହୋଇଛନ୍ତି ସିଲିକନ ଟେକ୍ ମାଲିକ ସୁରେଶ ନାୟକ। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସହ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏପଟେ କେମିତି ହୋଇଥିଲା ପୁରା ପରୀକ୍ଷା କେଳେଙ୍କାରୀ, ତାର ଏକ୍ସକ୍ଲୁସିଭ୍ ଦସ୍ତାବିଜ୍ ଲାଗିଛି ଅର୍ଗସ୍ ହାତରେ । ଆଜି ଶଙ୍କର ପୃଷ୍ଟି ସହ ସୁରେଶକୁ କୋର୍ଟ ଚାଲାଣ କରାଯାଇଛି । ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ । ପୂର୍ବରୁ ମୁନା ମହାନ୍ତିକୁ ରିମାଣ୍ଡରେ ଆଣି ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ ।

ଏବେ ଆସନ୍ତୁ ଜାଣିବା କେମିତି ହୋଇଥିଲା SI କେଳେଙ୍କାରୀ । ପଂଚସଫ୍ଟ ଓ ସିଲିକନର କୋଟେସନ୍ ଓ ପ୍ରପୋଜାଲ୍ କପି ଅର୍ଗସ ହାତରେ ଲାଗିଛି । ପ୍ରପୋଜାଲରେ ଶଙ୍କର ପୃଷ୍ଟିର ଦସ୍ତଖତର ପ୍ରମାଣ ବି ରହିଛି ।

ପରୀକ୍ଷା ପାଇଁ ସିଲିକନଠାରୁ ସବଲିଜ୍ ନେଇଥିଲା ଶଙ୍କର । ପ୍ରଥମେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ OPRB SI ପରୀକ୍ଷା ଦାୟିତ୍ବ ଦେଇଥିଲା ଆଇଟିଆଇ ପ୍ରାଇଭେଟ୍ ଲିମିଟେଡକୁ । ଆଇଟିଆଇ ପ୍ରାଇଭେଟ୍ ଲିମିଡେଟ୍ କାମ ଦେଇଦେଲା ସିଲିକନ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡକୁ । ସିଲିକନକୁ ଆଡହକ୍ ମ୍ୟାନପାୱାର ଯୋଗାଇବା ପାଇଁ ପ୍ରସ୍ତାବ ଦେଇଥିଲା ପଞ୍ଚସଫ୍ଟ । ହେଲେ ସେଠି OUT OF SCOPE ଉଲ୍ଲେଖ ଥିଲା ଯାହାକୁ ନେଇ ପ୍ରଶ୍ନ ଉଠାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ସତ୍ୟପାଠରେ ସିଲିକନ ଓ ପଞ୍ଚସଫ୍ଟ ନେକ୍ସସରେ ହୋଇଥିଲା କେଳେଙ୍କାରୀ ।

ଅନ୍ୟପଟେ ରବିବାର ଶଙ୍କର ପୃଷ୍ଟି ଗିରଫ ହେବା ପରେ ଗଣମାଧ୍ୟମ ଆଗରେ ଶଙ୍କର କରିଛି ବଡ଼ ଖୁଲାସା । ଭୁବନେଶ୍ୱରରେ ପହଞ୍ଚିବା ପରେ ଦେଇଛି ଚାଞ୍ଚଲ୍ୟକର ବୟାନ । କହିଛି, ବିଜେଡି ସରକାର ସମୟରେ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । ବିଜେଡି ଶାସନରେ ହୋଇଥିଲା ୧୦୦୦ କୋଟିର ଡିଲ । ଖାଲି ସେତିକି ନୁହେଁ, ଶଙ୍କର ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଆହୁରି କହିଛି, 'ମୁଁ ଲୁଚିନଥିଲି, ଆଇନଗତ ଭାବେ ଲଢ଼ୁଥିଲି । ଆଗୁଆ ବେଲ ପାଇଁ ହାଇକୋର୍ଟରେ ଫାଇଲ୍ କରାଯାଇଥିଲା, ସୁପ୍ରିମକୋର୍ଟରେ ବି ଫାଇଲ୍ କରିଥିଲି । ଗୋଟିଏ ମାସ ସମୟ ଦେଇଥିଲେ ମୁଁ ନିଜେ ସରେଣ୍ଡର କରିଥାନ୍ତି । ଗିରଫ ହୋଇଥିବା ଆଶୟୀଙ୍କ ସହ ମୋର କିଛି ଯୋଗାଯୋଗ ନାହିଁ ।" ଗତକାଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ମୁନା ମହାନ୍ତି ଓ ଶଙ୍କର ପୃଷ୍ଟିଙ୍କୁ ମୁହାଁମୁହିଁ ଜେରା କରିଥିଲେ ଅଧିକାରୀ ।

ସପ୍ତାହକ ତଳେ ପୋଲିସ SI ସ୍କାମ୍‌ ମାମଲାକୁ CBIକୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇ ଏହି ନିଷ୍ପତ୍ତି ନିଆଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBIକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ । ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି । ପୋଲିସ ଓ ଅନ୍ୟାନ୍ୟ ପୋଷାକଧାରୀ କର୍ମଚାରୀ ଚୟନ ପାଇଁ ହେବ ସ୍ଥାୟୀ ଆୟୋଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Scam: SI ପରୀକ୍ଷା, କେମିତି ହୋଇଥିଲା କେଳେଙ୍କାରୀ ପ୍ଲାନ ? | Argus News