Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SI Scam / 'ମୋର କାହା ସହ କିଛି ସମ୍ପର୍କ ନାହିଁ, ମୁଁ ଲୁଚି ନଥିଲି'

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
'ମୋର କାହା ସହ କିଛି ସମ୍ପର୍କ ନାହିଁ, ମୁଁ ଲୁଚି ନଥିଲି'

Key Points

ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ସହ ମୋର କୌଣସି ଯୋଗାଯୋଗ ନାହିଁ କହୁଛି ଶଙ୍କର ।

ଭୁବନେଶ୍ୱରରେ ପହଞ୍ଚିଲା SI ଚାକିରି କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ଉତ୍ତରାଖଣ୍ଡରୁ ଶଙ୍କରକୁ ଆଣିଲା କ୍ରାଇମବ୍ରାଞ୍ଚ ଟିମ୍ । ଏୟାରପୋର୍ଟରୁ ସିଧା କ୍ରାଇମବ୍ରାଞ୍ଚ ଅଫିସ୍ ଗଲା ଶଙ୍କର । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶଙ୍କର କହିଛି, 'ମୁଁ ଲୁଚି ନଥିଲି, ଆଇନଗତ ଭାବେ ଲଢୁଛି । ହାଇକୋର୍ଟଙ୍କୁ ପ୍ରି-ବେଲ୍ ଆପ୍ଲିକେସନ୍ ମାଗିଥିଲି । ମୋ ଉପରେ ଲଗାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଗିରଫ ୧୧୪ ପରୀକ୍ଷାର୍ଥୀଙ୍କ ସହ ମୋର କୌଣସି ଯୋଗାଯୋଗ ନାହିଁ' ।

ଗତକାଲି ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ ଶଙ୍କରକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ଘଟଣା ସାମ୍ନାକୁ ଆସିବା ପରଠାରୁ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି । ଶଙ୍କର ପୃଷ୍ଟି ସହ ତା'ର ସ୍ତ୍ରୀ ଦୀପ୍ତିମୟୀଙ୍କୁ ବି ଗିରଫ କରିଛି କ୍ରାଇମବ୍ରାଞ୍ଚ । ପୋଲିସ SI ପରୀକ୍ଷା ଘୋଟାଲାର ମାଷ୍ଟରମାଇଣ୍ଡ ହେଉଛି ଶଙ୍କର ପୃଷ୍ଟି । ତାର କଳା କାରନାମାର ପର୍ଦ୍ଦାଫାସ୍ କରିଥିଲା ଅର୍ଗସ । ପରୀକ୍ଷାର୍ଥୀଙ୍କ ଟଙ୍କାରେ ଅୟସ କରୁଥିଲା ଶଙ୍କର ପୃଷ୍ଟି । ବିଭିନ୍ନ ଜାଗାରେ ସେ କିଣିଛି ଦାମୀ ଜମି, ଅର୍ଗସ ହାତରେ ଲାଗିଥିଲା ଏକ୍ସକ୍ଲୁସିଭ୍ ଦସ୍ତାବିଜ୍।

ଦିନ ମଜୁରିଆଙ୍କ ପୁଅ କେମିତି ଶହେ କୋଟିର ମାଲିକ ହେଲା ? ଗାଁରେ ଟାଉଟରୀ କରୁଥିବା ଶଙ୍କର କେମିତି ବନିଗଲା ପ୍ରଶ୍ନପତ୍ର କେଳେଙ୍କାରୀର ସର୍ଦ୍ଦାର। ପଞ୍ଚସଫ୍ଟ ସିଲିକନ୍ ନେକ୍ସସର ବଡ଼ ପ୍ରମାଣ ଅର୍ଗସରେ ହାତରେ ଲାଗିଥିଲା । ଏସଆଇ ନିଯୁକ୍ତି କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ୧୨୩ ଜଣଙ୍କୁ ଗିରଫ କରିଥିଲା । ମାସକ ପରେ ଗତ ୩୦ ତାରିଖରେ ଜାମିନରେ ଜେଲରୁ ବାହାରିଥିଲେ ୧୧୪ ଜଣ ପରୀକ୍ଷାର୍ଥୀ । ତେବେ ଶଙ୍କରର ସହଯୋଗୀ ମୁନା ମହାନ୍ତି ସହ ୯ ଦଲାଲ ଜେଲରେ ଅଛନ୍ତି ।

ସେପ୍ଟେମ୍ବର ୨୯ ତାରିଖରେ ଭୁବନେଶ୍ୱରରୁ ଶ୍ରୀକାକୁଲମ ଅଭିମୁଖେ ଯାଉଥିବା ତିନିଟି ବସକୁ ଅଟକାଇ ଏସଆର ପରୀକ୍ଷାର ଆଶାୟୀଙ୍କୁ ଧରି କେଳେଙ୍କୀରୀର ଗୁମର ଖୋଲିଥିଲା ପୋଲିସ। ଅକ୍ଟୋବର ୧ରେ ଏମାନେ ଗିରଫ ହୋଇ କୋର୍ଟ ଫରୱାର୍ଡ ହୋଇଥିଲେ । ପ୍ରଥମେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ସରକାର । ପରେ ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

ଏବେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ ହୋଇଥିବାବେଳେ ଶ୍ରୀକାକୁଲମ ମଡ୍ୟୁଲର ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି, ଦୀଘା ମଡ୍ୟୁଲ ଅଭିଯୁକ୍ତି ଅରବିନ୍ଦ ଦାସ, ମୁନା ମହାନ୍ତିଙ୍କୁ ନିଜ ଫାର୍ମହାଉସରେ ଆଶ୍ରୟ ଦେଇଥିବା ବିଜେଡି ନେତା ଅଭିମନ୍ୟୁ ଦୋରା । ଶ୍ରୀକାନ୍ତ ମହାରଣା, ବିଶ୍ବରଂଜନ ବେହେରା, ପ୍ରିୟଦର୍ଶନୀ ସାମଲ ପ୍ରମୁଖ ଜେଲରେ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Scam | SI exam Scam mastermind Shankar Prusty reaches Bhubaneswar after arrest in Uttarakhand | Argus News