SI Exam Scam / SI କେଳେଙ୍କାରୀରେ ବଡ଼ ଖୁଲାସା, ସନ୍ଦେହ ଘେରରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ
·6 months ago·2 min read

Key Points
ଅର୍ଗସ୍ ଖବର ଉପରେ CBI ମୋହର
SI କେଳେଙ୍କାରୀରେ ବଡ଼ ଖୁଲାସା
CBI ଚାର୍ଜସିଟରେ ଶଙ୍କର-ସୁରେଶ କେଳେଙ୍କାରୀର ବଡ଼ ପ୍ରମାଣ
ସନ୍ଦେହ ଘେରରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ-OPRB

ବହୁଚର୍ଚ୍ଚିତ ପୋଲିସ SI କେଳେଙ୍କାରୀ ମାମଲାରେ ହୋଇଛି ବଡ଼ ଖୁଲାସା । ଅର୍ଗସର ଖବର ଉପରେ ମୋହର ମାରିଛି CBI । CBI ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଚାର୍ଜସିଟରେ ଶଙ୍କର-ସୁରେଶ କେଳେଙ୍କାରୀର ପର୍ଦ୍ଦାଫାସ୍ ହୋଇଛି । 25 ଲକ୍ଷ ଟଙ୍କାରେ ହୋଇଥିଲା ପ୍ରଶ୍ନପତ୍ର ଲିକର ଡିଲ୍ । ଏମାନେ କେମିତି ପ୍ରଶ୍ନପତ୍ର ହାତେଇଥିଲେ ସେ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସନ୍ଦେହ ଘେରକୁ ଆସିଛି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ବା OPRB । ଯାହା ଅନୁମାନ କରାଯାଉଥିଲା ସେୟା ହିଁ ହୋଇଥିଲା। CBI ଚାର୍ଜସିଟରେ ଶଙ୍କର-ସୁରେଶ କେଳେଙ୍କାରୀର ବଡ଼ ପ୍ରମାଣ । ଜାଣି ରଖନ୍ତୁ କେମିତି ହୋଇଥିଲା ଏହି କେଳେଙ୍କାରୀ ।
ପ୍ରଶ୍ନପତ୍ର ହାତେଇବାକୁ ବଡ଼ ଗେମ୍ କରିଥିଲା ସିଲିକନ୍ ଟେକଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍ । ସିଲିକନ୍ ମନଇଚ୍ଛା ଶଙ୍କର ପୃଷ୍ଟିର ପଂଚସଫ୍ଟକୁ ସହାୟତା ପାଇଁ କାମ ଦେଇଦେଲା । ଏନେଇ OPRB କିମ୍ବା ITIକୁ ଅବଗତ କରିନଥିଲା । ସିଲିକନ୍ ପ୍ରଥମେ 5 ସେଟର ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲା । ଏଇ ପ୍ରଶ୍ନପତ୍ର ସେଟ୍ OPRBକୁ ଦେଇଥାନ୍ତା ସିଲିକନ୍ । OPRB 5 ନମ୍ବର ସେଟରୁ ସିଲେକଟ୍ କଲେ ପରୀକ୍ଷା ପାଇଁ । ସିଲିକନ୍ MD ସୁରେଶ ନାୟକ ଆଉ ଏକ ସେଟ୍ ରଖିବା ପାଇଁ କହିଥିଲା । ସୁରେଶ୍ କଥାରେ 3 ନମ୍ବର ସେଟ୍ ବା ପ୍ୟାକେଟକୁ ଚୟନ କଲେ । କୋଲକାତାର ପ୍ରିଣ୍ଟିଂ ପ୍ରେସକୁ ଗଲେ OPRB ଅଧିକାରୀ ଓ ସୁରେଶ ନାୟକ ।
ଏଥିସହ ପଢ଼ନ୍ତୁ: ‘ପ୍ରଧାନମନ୍ତ୍ରୀ ମୋଦି ମୋତେ ଖୁସି କରିବା ଆବଶ୍ୟକ': ଡୋନାଲ୍ଡ ଟ୍ରମ୍ପ
ସେପେଟମ୍ବର 9ରେ ସରସ୍ବତୀ ପ୍ରେସକୁ ପ୍ରଶ୍ନପତ୍ର ପ୍ରିଣ୍ଟିଂ ପାଇଁ ଦେଲା ସୁରେଶ ନାୟକ । ସେହିଦିନ ସନ୍ଧ୍ୟାରେ ବଡ଼ ଗେମ୍ କଲା ସୁରେଶ ନାୟକ । ପ୍ରିଣ୍ଟିଂ କର୍ମଚାରୀଙ୍କୁ ସେଟ୍ 3 ପ୍ରଶ୍ନ ସେଟ୍ 5ରେ ଭୁଲରେ ପଳାଇଥିବା କହିଲା । ପ୍ରିଣ୍ଟିଂ ପାଇଁ OPRB 5ନମ୍ବର ସେଟ୍ ସିଲେକ୍ଟ କରିଥିଲେ । 10 ସେପେଟେମ୍ବରରେ ସୁରେଶ ପ୍ରିଣ୍ଟିଂ ପାଇଁ ପ୍ରେସକୁ ଗଲା । 3 ନମ୍ବର ସେଟର ପ୍ରଶ୍ନ 5 ନମ୍ବର ସେଟରେ ବଦଳାଇଦେଲା । ପୂର୍ବରୁ 5 ନମ୍ବର ପ୍ୟାକେଟରେ ଥିବା ସେଟ୍ 3ର ପ୍ରଶ୍ନପତ୍ର ଥିଲା ସୁରେଶ ପାଖରେ । ପ୍ରଶ୍ନପତ୍ର ପ୍ରିଣ୍ଟିଂ ପାଇଁ କହି ବଡ଼ ଗେମ୍ କରିଦେଲା ସୁରେଶ । ପରେ ଶଙ୍କର ପୃଷ୍ଟି ସହ ମିଶି କରିଥିଲେ ବଡ଼ ପ୍ଲାନ୍ । 25 ଲକ୍ଷ ଟଙ୍କାରେ ପ୍ରଶ୍ନପତ୍ର ଲିକର ହୋଇଥିଲା ବଡ଼ ଡିଲ୍ । ଦଲାଲ୍ ମୁନ୍ନା ମହାନ୍ତି ଓ ଅନ୍ୟମାନେ ବି ହୋଇଥିଲେ ସାମିଲ୍ । ଅକ୍ଟୋବର 5 ଓ 6 SI ପରୀକ୍ଷା ପୂର୍ବରୁ ହୋଇଥାନ୍ତା ଟ୍ରେନିଂ । ପରୀକ୍ଷାର୍ଥୀଙ୍କୁ ବିଜୟନଗରମ୍ ନେଉଥିବାବେଳେ ପୋଲିସ ଧରିଥିଲା କେଳେଙ୍କାରୀ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories