Police SI Exam Scam / ତଦନ୍ତରେ ସହଯୋଗ କରୁନି ଶଙ୍କର ପୃଷ୍ଟି; ଲାଏ ଡିଟେକ୍ସନ ପାଇଁ ପ୍ରକ୍ରିୟା ଆରମ୍ଭ
·8 months ago·2 min read

Key Points
କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସିଲିକନ୍ ଟେକଲାବ ମୁଖ୍ୟ ସୁରେଶଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲା ଶଙ୍କର ପୃଷ୍ଟି । ସୁରେଶଙ୍କ ଭୁବନେଶ୍ଵର ପଟିଆସ୍ଥିତ ଘରେ ପୁରା ଷଡ଼ଯନ୍ତ୍ରର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ।
ଭୁବନେଶ୍ଵର: SI ଚାକିରି କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସିଲିକନ୍ ଟେକଲାବ ମୁଖ୍ୟ ସୁରେଶଙ୍କ ସହ ମିଶି ଷଡ଼ଯନ୍ତ୍ର କରିଥିଲା ଶଙ୍କର ପୃଷ୍ଟି । ସୁରେଶଙ୍କ ଭୁବନେଶ୍ଵର ପଟିଆସ୍ଥିତ ଘରେ ପୁରା ଷଡ଼ଯନ୍ତ୍ରର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ନୟାଗଡ଼ର ମୁନା ଓ ବାଲେଶ୍ଵରର ଅରବିନ୍ଦ ଆଶାୟୀଙ୍କୁ ଯୋଗାଡ଼ କରିଥିଲେ ।
କ୍ରାଇମବ୍ରାଞ୍ଚ ତଦନ୍ତରେ ଖୋଲୁଛି SI ଚାକିରି କେଳେଙ୍କାରୀର ଫର୍ଦ୍ଦ । ହେଉଛି ନୂଆ ନୂଆ ଖୁଲାସା । ମୁଖ୍ୟ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସକୁ ଝାଳବୁହା ଜେରା କରୁଛି କ୍ରାଇମବ୍ରାଞ୍ଚ । ଶଙ୍କର କିନ୍ତୁ ତଦନ୍ତରେ ସହଯୋଗ କରୁନି । ସେଥିପାଇଁ ତାର ଲାଏ ଡିଟେକ୍ସନ ଟେଷ୍ଟ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମିଛ ଧରା ପରୀକ୍ଷା ହେଲେ ସବୁ ସତ ସାମ୍ନାକୁ ଆସିବ ।
ସେପଟେ ଖୁବଶୀଘ୍ର ଶଙ୍କର ପୃଷ୍ଟିର ଡିଲିଟ୍ ହୋଇଥିବା ଡିଜିଟାଲ ପ୍ରମାଣ SFSLରୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବ । ସେହି ଅନୁଯାଇ ତଦନ୍ତ ଆଗକୁ ବଢ଼ିବ । କ୍ରାଇମବ୍ରାଞ୍ଚ ତଦନ୍ତ ଆଗକୁ ବଢ଼ୁଥିବା ବେଳେ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସିଲିକନ ଟେକଲାବ ମୁଖ୍ୟ ସୁରେଶ ନାୟକଙ୍କ ଭୁବନେଶ୍ୱର ପଟିଆସ୍ଥିତ ଘରେ ପୋଲିସ SI ଚାକିରି କେଳେଙ୍କାରୀର ହୋଇଥିଲା ବ୍ଲୁ ପ୍ରିଣ୍ଟ । ସୁରେଶଙ୍କୁ ଶଙ୍କର ବ୍ଲୁ ପ୍ରିଣ୍ଟ ବିଷୟରେ ବୁଝାଇଥିଲେ । ସବୁ ଶୁଣିବା ପରେ ରାଜି ହୋଇଯାଇଥିଲେ ସୁରେଶ ।
ନୟାଗଡ଼ ଦଶପଲ୍ଲାର ମୁନା ମହାନ୍ତି ଓ ବାଲେଶ୍ଵରର ଅରବିନ୍ଦ ଦାସ କ୍ୟାଣ୍ଡିଡେଟ୍ ଯୋଗାଡ଼ କରିଥିଲେ । କ୍ୟାଣ୍ଡିଡେଟ୍ ପିଛା କେତେ ଟଙ୍କା କଲେକ୍ସନ କରାଯିବ ଡିସାଇଡ କରୁଥିଲେ ଶଙ୍କର ଓ ସୁରେଶ । ସେଇଠୁ ଆରମ୍ଭ ହୋଇଥିଲା ପୋଲିସ SI ଚାକିରୀ କେଳେଙ୍କାରୀର ରୋଡ୍ ମ୍ୟାପ ।
ପୋଲିସ SI ଚାକିରି ସ୍କାମ ଘଟଣାରୁ ପରଦା ହଟାଇବାକୁ ଅଣ୍ଟା ଭିଡ଼ିଛି କ୍ରାଇମବ୍ରାଞ୍ଚ । ଶଙ୍କର ପୃଷ୍ଟିର ଗଡ୍ ଫାଦର ପାଖରେ କେବେ କ୍ରାଇମବ୍ରାଞ୍ଚ ପହଞ୍ଚୁଛି ତାହା ଦେଖିବାକୁ ବାକି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories