Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SI Paper Leak / ଶଙ୍କର-ମୁନ୍ନା-ତୃପ୍ତିମୟୀଙ୍କ ଆଗୁଆ ଜାମିନ ଆବେଦନ, କେଳେଙ୍କାରୀରେ ୨ ନୂଆ ନାଁ ଶ୍ରୀକାନ୍ତ-ସୁକାନ୍ତ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଶଙ୍କର-ମୁନ୍ନା-ତୃପ୍ତିମୟୀଙ୍କ ଆଗୁଆ ଜାମିନ ଆବେଦନ, କେଳେଙ୍କାରୀରେ ୨ ନୂଆ ନାଁ ଶ୍ରୀକାନ୍ତ-ସୁକାନ୍ତ !

Key Points

ହାଇକୋର୍ଟରେ ଶଙ୍କର ପୃଷ୍ଟି ସହ ୫ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନ ।
ନୂଆ ଦୁଇ ଚେହେରା ଶ୍ରୀକାନ୍ତ ଓ ସୁକାନ୍ତଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।

SI ପରୀକ୍ଷା କେଳେଙ୍କାରୀରେ ଡିଜିଙ୍କ ବଡ଼ ବୟାନ । ପରୀକ୍ଷା ପୂର୍ବରୁ ଜିଲ୍ଲା ପେୋଲିସ ଓ ସ୍ପେଶାଲ ବ୍ରାଞ୍ଚକୁ କରାଯାଇଥିଲା ଆଲର୍ଟ । ବ୍ରହ୍ମୁପୁରର ଭିଜିଲାନସ କୋର୍ଟକୁ ଗଲା ମାମଲା । ହାଇକୋର୍ଟରେ ଶଙ୍କର ପୃଷ୍ଟି ସହ ୫ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନ । ଦୁଇ ନୂଆ ଚେହେରା ଶ୍ରୀକାନ୍ତ ଓ ସୁକାନ୍ତଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।

ଏସଆଇ ପରୀକ୍ଷା ପୂର୍ବରୁ ଦୂର୍ନୀତିର ଗନ୍ଧ ବାରିଥିଲା ପୋଲିସ । ସବୁ ଜିଲ୍ଲାର ପୋଲିସ ହେଡ କ୍ୱାଟର ସହ ସ୍ପେଶାଲ ବ୍ରାଞ୍ଚକୁ କରାଯାଇଥିଲା ଆଗୁଆ ଆଲର୍ଟ । ପୋଲିସ ଡିଜିଙ୍କ ଏଭଳି ବୟାନ ପରେ ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା । ପୋଲିସ ଡିଜି ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ପୋଲିସ ନିଯୁକ୍ତି ପରୀକ୍ଷା କିପରି ଠିକ ଭାବେ ହେବ ଓ ତ୍ରୁଟି ରହିବ ନାହିଁ ସେଥିପାଇଁ ଆଗରୁ ସଜାଗ ଥିଲା ପୋଲିସ । ଯେଉଁଥିପାଇଁ ଏଭଳି ବଡ଼ ରାକେଟର ପର୍ଦ୍ଦାଫାସ ହେବା ସହ ଅଭିଯୁକ୍ତଙ୍କୁ ଧରାଯାଇ ପାରିଲା ।

ସେପଟେ ଏସଆଇ ପରୀକ୍ଷା କେଳେଙ୍କାରୀରେ ସାମ୍ନାକୁ ଆସିଛି ଆଉ ଦୁଇ ନୂଆ ଦୁଇ ଚେହେରା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଶ୍ରୀକାନ୍ତ ମହାରଣା ଓ ସୁକାନ୍ତ ମହାରଣା କିଏ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ମାମଲାର ତଦନ୍ତ ଆରମ୍ଭ ହେବା ପରଠାରୁ ଏମାନଙ୍କ ନାଁ ସାମ୍ନାକୁ ଆସି ନଥିବା ବେଳେ ଏହି ରାକେଟରେ ଏମାନଙ୍କର କଣ ଭୂମିକା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛି ଷ୍ଟୁଡେଣ୍ଡ ଏଗନେଷ୍ଟ କରପସନ ସଙ୍ଗଠନ ।

ସେହିପରି ସ୍କାମ ପଛର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟିଙ୍କ ସହ ତାଙ୍କ ସ୍ତ୍ରୀ ଦିପ୍ତିମୟୀ ସାହୁ ଓ ମୁନା ମହାନ୍ତି ହାଇକେୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସେପଟେ ମାମଲା ବ୍ରହ୍ମପୁର ରୁରାଲ କୋର୍ଟରୁ ଭିଜଲାନ୍ସକୋର୍ଟକୁ ହୋଇଛି ସ୍ଥାନାନ୍ତର ।

ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ ପାଖରେ ରହିଛି । ଗିରଫ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କ ମୋବାଇଇକୁ ଏସଏଫଏସଏଲ ପଠାଇ ଏମାନଙ୍କ ମଧ୍ୟରେ ଲିଙ୍କ କାଢ଼ିବାକୁ ଚେଷ୍ଠା କରୁଛି ତଦନ୍ତକାରୀ ସଂସ୍ଥା। ଶଙ୍କର, ତୃପ୍ତିମୟୀ ଓ ମୁନା ମହାନ୍ତି ନାଁରେ ଲୁକ ଆଉଟ ସର୍କୁଲାର ଜାରି କରାଯାଇଛି । ଏମାନଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଥିବା ବେଳେ ମାମଲାର ଚେର ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ କେବେ ପହଁଚୁଛି ତାହା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Paper Leak | SI Paper Leak Case: Shankar-Munna-Truptimayi's anticipatory bail application | Argus News