Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SI Recruitment Scam / ଆଳୁ-ପିଆଜ ବସ୍ତାରେ ଟଙ୍କା ବୋହୁଥିଲା ଶଙ୍କର

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଆଳୁ-ପିଆଜ ବସ୍ତାରେ ଟଙ୍କା ବୋହୁଥିଲା ଶଙ୍କର

Key Points

ଗାଁରେ ଟାଉଟରି କରୁଥିବା ଶଙ୍କର ବନିଗଲା ପ୍ରଶ୍ନପତ୍ର ଲିଙ୍କର ସର୍ଦ୍ଦାର ।
ପଞ୍ଚସଫ୍ଟ ସିଲିକନ୍ ନେକ୍ସସର ବଡ଼ ପ୍ରମାଣ ।

ଜଣେ ଦିନ ମଜୁରିଆଙ୍କ ପୁଅ, ଗାଁରେ ଟାଉଟରୀ କରୁଥିଲା । ବର୍ଷ କେଇଟାରେ ହୋଇଗଲା କୋଟିପତି, ଶହେ କୋଟିର ମାଲିକ। ଆମେ କହୁଛୁ ସେଇ ଶଙ୍ଖର ପୃଷ୍ଟି କଥା, ଯିଏ ବହୁ ଚର୍ଚ୍ଚିତ SI ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟର ମାଇଣ୍ଡ । ଆଶାୟୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ପରୀକ୍ଷାରେ ପାସ୍ କରାଇବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଥିଲା, ସେହି ଟଙ୍କାରେ ଅୟସ କରୁଥିଲା । ଶଙ୍କର ପୃଷ୍ଟି ବିଭିନ୍ନ ସ୍ଥାନରେ ଦାମୀ ଜମି କିଣିଥିବାର ଦସ୍ତାବିଜ୍ ଲାଗିଛି ଅର୍ଗସ ହାତରେ । ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।

ଏହାସହ ପଢ଼ନ୍ତୁ:- ଫୁଲ ଦମ୍‌ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !

ରାଜସ୍ବ ବିଭାଗର ଏ ଦସ୍ତାବିଜ୍ କହୁଛି... ଛତ୍ରପୁର ରଘୁନାଥପୁରର ଡିଫେନସ କଲୋନୀ ଅଂଚଳରେ ପତ୍ନୀ ଦିପ୍ତୀମୟୀଙ୍କ ନାଁରେ ଜାଗା କିଣିଛି ଶଙ୍କର । ଡିସିମିଲ୍ ଡିସିମିଲ୍ ଜାଗା, କୋଟି କୋଟି ଟଙ୍କା ମୂଲ୍ୟ । କେବଳ ଛତ୍ରପୁର ନୁହେଁ ଅନ୍ୟ ସ୍ଥାନରେ ବି ଶଙ୍କରର ରହିଛି ଜମି ତା ସହିତ ଦାମୀ ଗାଡ଼ି । ତେବେ ଶଙ୍କରର ବାସ୍ତବ ଇତିହାସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଶଙ୍କର ପୃଷ୍ଟିର ଘର ସୋରଡାର ବ୍ରାହ୍ମଣଛାଇ ଗାଁ । ବାପା ଲୁହା କାମ କରୁଥିଲେ, ଅତି ଗରିବ ଘରର ପିଲା ହେଉଛି ଶଙ୍କର, ଧାର ଉଧାର କରି ଚଳୁଥିଲେ । ଗାଁରେ ଟାଉଟରି କରୁଥିଲା ଶଙ୍କର । ତାପରେ ପ୍ରଶ୍ନପତ୍ର ଲିକ୍ ନିଯୁକ୍ତି ଜାଲିଆତିରେ ପଶିଲା ଶଙ୍କର । ଦାମୀ ଗାଡିରେ ଆଳୁ ପିଆଜ ବସ୍ତାରେ ବଣ୍ଡଲ ବଣ୍ଡଲ୍ ଟଙ୍କା ଧରି ଆସୁଥିଲା ଶଙ୍କର । ଟଙ୍କା ବାଣ୍ଟି ଗାଁରେ ବନାଇଥିଲା ଗ୍ୟାଙ୍ଗ। ବିଜେଡି ଛତ୍ରଛାୟାରେ ରହି ନେତାଗିରି ବି କରୁଥିଲା ଶଙ୍କର। ଖାଲି ସେତିକି ନୁହେଁ ବାଲି ଚୋରାଚାଲାଣ ବି ସାମିଲ ଶଙ୍କର ସାମିଲ ଥିବା ଅଭିଯୋଗ ହୋଇଛି।

ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !

ସେପଟେ ସାମ୍ନାକୁ ଆସିଛି ଶଙ୍କରର ପଞ୍ଚସଫ୍ଟ ଓ ସିଲିକନର ନେକ୍ସସ୍, ପଞ୍ଚସଫ୍ଟ ଟେକ୍ ଲ୍ୟାବ୍ ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଦେଶକ ଶଙ୍କର ପୃଷ୍ଟି। ପଞ୍ଚସଫ୍ଟ ସିଲିକନକୁ ଆଡ୍ ହକ୍ କର୍ମଚାରୀ ଦେବାର ପ୍ରସ୍ତାବ ଥିଲା । ପ୍ରସ୍ତାବରେ OUT OF SCOPE, ଉଲ୍ଲେଖ ଥିଲା। OUT OF SCOPEରେ ଥିଲା ପ୍ରଶ୍ନପତ୍ର ସହ ସଂପୃକ୍ତ କାର୍ଯ୍ୟାବଳୀ, -ପରୀକ୍ଷା ପରର ସହାୟତା, -ପରୀକ୍ଷା ଫଳର ପରିଚାଳନା। କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛି ପଞ୍ଚସଫ୍ଟ ଓ ସିଲିକନର କିଛି ବ୍ୟକ୍ତି ମିଶି କରିଛନ୍ତି କେଳେଙ୍କାରୀ। ଏବେ ସିବିଆଇ କରିବ ତଦନ୍ତ। ପୁରା କେଳେଙ୍କାରୀର ହେବ ପର୍ଦ୍ଦାଫାଶ୍।

ଏସଆଇ ନିଯୁକ୍ତି କେଳେଙ୍କାରୀରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା 123 ଜଣଙ୍କୁ ଗିରଫ କରିଛି । ମାଷ୍ଟରାମଇଣ୍ଡ ଶଙ୍କର ପୃଷ୍ଟି ଫେରାର ଅଛି। ତାର ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Recruitment Scam | SI recruitment scam: Shankar was very poor, then became the owner of 100 crores | Argus News