Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SI Scam / କେମିତି ଆଶାୟୀଙ୍କ ସହ ହେଉଥିଲା ଡିଲ ? ଜାଣନ୍ତୁ କ'ଣ କହିଲେ ପରୀକ୍ଷାର୍ଥୀ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
କେମିତି ଆଶାୟୀଙ୍କ ସହ ହେଉଥିଲା ଡିଲ ? ଜାଣନ୍ତୁ କ'ଣ କହିଲେ ପରୀକ୍ଷାର୍ଥୀ...

Key Points

କେମିତି ହୋଇଥିଲା SI କେଳେଙ୍କାରୀ ?
କଣ ଥିଲା ମୁନ୍ନା ମହାନ୍ତିର ଭୂମିକା ?
କେମିତି ଲିକ୍ ହୋଇଥାନ୍ତା ପ୍ରଶ୍ନପତ୍ର ?

କେମିତି ହୋଇଥିଲା SI କେଳେଙ୍କାରୀ ? କଣ ଥିଲା ମୁନ୍ନା ମହାନ୍ତିର ଭୂମିକା ? କେମିତି ଲିକ୍ ହୋଇଥାନ୍ତା ପ୍ରଶ୍ନପତ୍ର ? ଜଣେ ପରୀକ୍ଷାର୍ଥୀଙ୍କ ଠାରୁ ପୁରା ତଥ୍ୟ ହାସଲ କଲା ଅର୍ଗସ । ସେପଟେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ଅରବିନ୍ଦ ଦାସଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ।

ମାଷ୍ଟରମାଇଣ୍ଡ ଶଙ୍କରକୁ କୋର୍ଟକୁ ନେବା ବେଳେ ଗାଡ଼ି ଭିତରେ ବସି ହସୁଥିଲା ଶଙ୍କର । ହଜାର ହଜାର ପିଲାଙ୍କ ଜୀବନ ସହ ଖେଳ ଖେଳିଥିବା ସେହି ଖଳନାୟକ ମୁହଁରେ ଟିକେ ବି ପଶ୍ଚାତାପ ନାହିଁ । ରିଙ୍ଗ ମାଷ୍ଟର ଶଙ୍ଗର ଖେଳିଥିଲା ସାଂଘାତିକ ଖେଳ ।

ତଦନ୍ତ ଓ ସୁରକ୍ଷା କାରଣରୁ ଆମେ ପରୀକ୍ଷାର୍ଥୀଙ୍କ ନାଁ, ଦଲାଲର ନାଁ ଓ ସ୍ଥାନକୁ ଗୋପନ ରଖିଛୁ । ଖବର ଅନୁସାରେ ପରୀକ୍ଷାର କିଛି ଦିନ ଆଗରୁ ପରୀକ୍ଷାର୍ଥୀଙ୍କୁ ଜଣେ ସ୍ଥାନୀୟ ଦଲାଲ୍ ଯୋଗାଯୋଗ କରିଥିଲେ । ପରୀକ୍ଷାର୍ଥୀ ଏସଆଇ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିଛି ବୋଲି ସେ ଜାଣିଥିଲେ । ତାଙ୍କ ଅଂଚଳର କିଛି ପିଲା ସେ ଦଲାଲ୍ ମାଧ୍ୟମରେ ଚାକିରି ପାଇଥିବା କଥା ଜଣାଥିଲା ।

ସେ ଦଲାଲ୍ ପରୀକ୍ଷାର୍ଥୀଙ୍କୁ କନଭିନ୍ସ କଲେ, କହିଲେ ଚାକିରି ପକ୍କା । ତାଙ୍କ ଘରକୁ ଯାଇ ଘର ଲୋକଙ୍କୁ ବି କନଭିନସ୍ କଲେ । ୨୫ ଲକ୍ଷ ଟଙ୍କାରେ ଚାକିରି ହେବ ବୋଲି ପୁରା ବିଶ୍ବାସ ଜମାଇଲେ । କେମିତି ତାଙ୍କୁ ବାହାରକୁ ନିଆହେବ, ପ୍ରଶ୍ନପତ୍ର ଦିଆଯିବ ସେ ସବୁ କହିଲେ । ପ୍ରଶ୍ନପତ୍ର ପାଇଲା ପରେ ପ୍ରାକ୍ଟିସ୍ କରି ପରୀକ୍ଷା ଦେବୁ ବୋଲି ଜଣାଇଲେ । ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବନି, ପ୍ରଶ୍ନପତ୍ର ପାଇଲେ ଟଙ୍କା ଦେବୁ ବୋଲି କୁହାଗଲା ।

ଏମିତି କି ଟୋକନ୍ ବ୍ୟବସ୍ଥା ବି ହୋଇଥିଲା । ସେହି ଟୋକନ୍ ମାଧ୍ୟମରେ ହିଁ ସବୁ ବ୍ୟବସ୍ଥା ହୋଇଥିଲା । ସେ ଦଲାଲ ମାଧ୍ୟମରେ ସେପଟେମ୍ବର ୨୯ ତାରିଖରେ ପରୀକ୍ଷାର୍ଥୀ ଭୁବନେଶ୍ବର ଗଲେ । ସମସ୍ତେ ବସରେ ବସି ବିଜୟନଗରମ୍ ଯାଇଥିଲେ । ବିଜୟନଗରମ୍ ଯାଉଥିବା ବାଟରେ ୨୯ ସେପ୍ଟେମ୍ବର ରାତିରେ ସେମାନଙ୍କୁ ପୋଲିସ ଧରିଲା । ଏବେ ପରୀକ୍ଷାର୍ଥୀ ଜାଣିଲେ ଯେଉଁ ପିଲା ତାଙ୍କୁ ଯୋଗାଯୋଗ କରିଥିଲା ସେ ମୁନ୍ନା ମହାନ୍ତିର ପିଲା । ମୁନ୍ନା ହିଁ ସବୁ ଡିଲ୍ କରାଉଥିଲା ।

ଏବେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ଅରବିନ୍ଦ ଦାସଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ଜେଏମଏଫସି ରୁରାଲ କୋର୍ଟ ଶଙ୍କର ଓ ଅରବିନ୍ଦଙ୍କୁ ଦେଲେ ରିମାଣ୍ଡ । ରିମାଣ୍ଡ ସମୟରେ ଶଙ୍କର ପୃଷ୍ଟି ଠାରୁ ହଜାରେ କୋଟିର ଡିଲ ପଛର ରହସ୍ୟ ଖୋଜିବ କି କ୍ରାଇମବ୍ରାଞ୍ଚ । SI କେଳେଙ୍କାରୀ ଘଟଣାର ସିବିଆଇ ତଦନ୍ତ ହେଲେ ବହୁ ଗୁଢ଼ ରହସ୍ୟ ପଦାକୁ ଆସିପାରନ୍ତା ବୋଲି କହିଛନ୍ତି ଆଇନଜୀବୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Scam | Si Scam How was the deal with Students ? | Argus News