SI Update / SI କେଳେଙ୍କାରୀର ଚେର, ରାଜ୍ୟ ବାହାରର ମାଫିଆଙ୍କ ହାତରେ ରିମୋଟ

Key Points
SI କେଳେଙ୍କାରୀର ଚେର , ଆରମ୍ଭ କେଉଁଠୁ ଲମ୍ବିଛି କେଉଁଯାଏଁ
ଅର୍ଗସ ହାତରେ ଲାଗିଲା ଦଲାଲଙ୍କ ଡିଲ୍ ର ମାଷ୍ଟରପ୍ଲାନ
ରାଜ୍ୟ ବାହାରର ମାଫିଆଙ୍କ ହାତରେ ରିମୋଟ
ମୋହରା ଓଡିଶାର ଦଲାଲ୍
ଚାକିରି ନାଁରେ ଆଶାୟୀଙ୍କ ଠାରୁ ଲୁଟୁଥିଲେ କୋଟି କୋଟି
ବିଭିନ୍ନ ରାଜ୍ୟରେ ଏମାନଙ୍କ ନାଁରେ ମାଳ ମାଳ ଅଭିଯୋଗ
ବର୍ଷ ବର୍ଷ ଧରି ନିଯୁକ୍ତି ପରୀକ୍ଷାରେ ଘୋଟାଲ କରୁଥିବା ଖଳନାୟକଙ୍କ ମୁଖା ଖୋଲିଛି ଅର୍ଗସ ହାତରେ ଲାଗିଥିବା ଏ ଏକସକ୍ଲୁସିଭ ଦସ୍ତାବିଜ । ପ୍ରତି ଚାକିରି ପାଇଁ ହୋଇଥିଲା 25 ଲକ୍ଷର ଡିଲ। ଦଲାଲଙ୍କ ହାତରେ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ।
1-ରାକେଟର ମାଷ୍ଟରମାଇଣ୍ଡ ...ରବି ଭୂଷଣ..ଘର ବିହାରର ନାଳନ୍ଦା
ବିଭିନ୍ନ ରାଜ୍ୟରେ ରବିଙ୍କ ନାଁରେ ରହିଛି ମାଳମାଳ ଅପରାଧିକ ମାମଲା...ପ୍ରଶ୍ନ ପତ୍ର ଲିକ୍, ସରକାରୀ ଚାକିରି ବିକ୍ରି, ଶହ ଶହ ଗରିବ ଛାତ୍ରଛାତ୍ରୀଙ୍କ ଚାକିରୀ ପାଇଁ ଟଙ୍କା ହଡ଼ପ ଅଭିଯୋଗ ...ଶଙ୍କର ପୃଷ୍ଟିଙ୍କ ସହ ମିଶି ଓଡିଶାରେ ଖୋଲିଥିଲା ଏକାଧିକ ଅନଲାଇନ୍ ପରୀକ୍ଷା କେନ୍ଦ୍ର
2-ସନ୍ତୋଷ ସାଓ୍ବନ.. ଘର ଝାଡଖଣ୍ଡର ରାଞ୍ଚି
ଅନଲାଇନ୍ ପରୀକ୍ଷା ଠକେଇର ଆଉ ଜଣେ ମାଷ୍ଟରମାଇଣ୍ଡ ..ଓଡ଼ିଶାରେ ତିଆରି କରିଛି ସରକାରୀ ଚାକିରି ଦୁର୍ନୀତିର କଳା ସାମ୍ରାଜ୍ୟ..କଟକରେ ଖୋଲିଛି ଜଗନ୍ନାଥ ଇଞ୍ଜନିୟରିଂ ଏଣ୍ଡ ଟେ୍ନୋଲୋଜି କ୍ୟାମ୍ପସ ୨... କରିଛି ୫୦୦ରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ପାରିଲା ଭଳି ଏକଜାମ ସେଣ୍ଟର...ଶଙ୍କର ପୃଷ୍ଟି ସହ ସନ୍ତୋଷ ସାୱନ ମିଶି ଚଲାଉଛି ନିଯୁକ୍ତି ପରୀକ୍ଷାର ରାକେଟ ...ଅନ୍ୟ ରାଜ୍ୟର ବ୍ଲାକ୍ ଲିଷ୍ଟ ହୋଇଥିବା କମ୍ପାନୀର କମ୍ପୁଟର ଆଣି ଖୋଲିଛି ଏକଜାମ୍ ସେଣ୍ଟର ...ଚାକିରି ଦେବା ନାଁରେ ଓଡ଼ିଶାରୁ ୫୦ କୋଟିରୁ ଅଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ...ଲୁଟ ଟଙ୍କାରେ ଝାଡଖଣ୍ଡ ହଜାରିବାଗରେ ତିଆରି କରିଛି ମେଡିକାଲ କଲେଜ ।
3-ହିମାଂଶୁ ଦାସ
ସିଲିକନ୍ ପ୍ରାଇଭେଟ୍ ଲିମିଟେଡର ସେଲ୍ସ ହେଡ୍... ସିଲିକନ୍ ପ୍ରାଇଭେଟ୍ ଲିମିଟେଡ ଆଟିଆଇ କମ୍ପାନୀଠୁ ପରୀକ୍ଷା ପରିଚାଳନା କାମ ନେଇଥିଲା ... ପରେ ଶଙ୍କର ପୃଷ୍ଟି ମାଲିକାନାରେ ଥିବା ପଞ୍ଚ ସଫଟ ପ୍ରାଇଭେଟ୍ ଲିମିଟେଡକୁ ଦେଇଥିଲା ସବଲିଜ କରି ଦେଇଥିଲା ପରିଚାଳନା ଦାୟିତ୍ବ
📱 Get Argus News App
✨4-ଶଙ୍କର ପୃଷ୍ଟି
ଅନଲାଇନ୍ ଓ ଅଫ ଲାଇନରେ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ଚଲାଇଛି ଘୋଟାଲା ...ରାକେଟର ରିମୋଟ କଣ୍ଟ୍ରୋଲ ସାଜିଥିଲା ଶଙ୍କର ପୃଷ୍ଟି ..ପୂର୍ବ ସରକାର ପ୍ରୋତ୍ସାହନରେ ପ୍ରତିଷ୍ଠିତ କୋଚିଂ ସେଣ୍ଟର ମାଲିକଙ୍କ ସହ ମିଶି ଚଳାଇଥିଲା ରାକେଟ୍ ...ଶିକ୍ଷକ, ଫରେଷ୍ଟ ଗାର୍ଡ, ଫରେଷ୍ଟର, ଜେଇ ଓ ପୋଲିସ ଚାକିରିରେ କରିଥିଲା ବ୍ୟାପକ ଅନିୟମିତତା । ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳି ରୋଜଗାର କରିଛି ୧୦୦କୋଟିରୁ ଅଧିକ ଟଙ୍କା ।
ଯୋଜନା ମୁତାବକ ୩୦୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ରାଜ୍ୟ ବାହାରକୁ ନେବା ପାଇଁ ବରମୁଣ୍ଡାରୁ ବାହାରିଲା ବସ 3 ଟି ବସ ।
ବସ୍ ନମ୍ବର ଥିଲା OD-18J 0222, OD 18 P 4569, AP 39UX6256
ବିଶାଖାପାଟନମ, ଶ୍ରୀକାକୁଲମ୍ ଓ ହାଇଦ୍ରାବାଦକୁ ଯାଉଥିଲା ବସ। ହୋଟେଲ,ଫାର୍ମ ହାଉସରେ ରଖି ୩ଦିନ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ପଢାଇବାକୁ ଥିଲା ଯୋଜନ॥ ପ୍ରତି ଚାକିରି ପାଇଁ ଆଶାୟୀ ପାଖରୁ ନେଇଥାନ୍ତେ ୨୫ ଲକ୍ଷ ଟଙ୍କା... ତେବେ ଯିବା ପୂର୍ବରୁ ଆଗୁଆ 5 ଲକ୍ଷ ଲେଖାଁଏ ନେଇଥିଲେ ଏହି ଦଲାଲ... ଏମାନଙ୍କ ହାତରେ ଥିଲା ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍ । ସୁରାକ ପାଇ କ୍ରାଇମବ୍ରାଞ୍ଚ କରିଥିଲା ତଦନ୍ତ....କ୍ରାଇମବ୍ରାଞ୍ଚର ଏକାଧିକ ଟିମ ବିହାର ଓ ଝାରଖଣ୍ଡ ରେ ଅଭିଯୁକ୍ତ ମାନଙ୍କର ଅଫିସ, ଘର ସହ ସମ୍ପର୍କୀୟଙ୍କ ଘରେ କରିଛି ମାରଥନ ରେଡ୍ ...ଅନ୍ୟ କିଛି ଅଭିଯୁକ୍ତଙ୍କୁ ସ୍କାନରରେ ରଖି ତଦନ୍ତ ଚଳାଇଛି କ୍ରାଇମ ବ୍ରାଞ୍ଚ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: