ଶିଆଳିରେ କୂଳ ଲଙ୍ଘୁଛି ସମୁଦ୍ର, ଆତଙ୍କିତ ସ୍ଥାନୀୟ ଲୋକେ
·1 year ago

ଜଗତସିଂହପୁର: ଏରସମା ବ୍ଲକ ପଦ୍ମପୁର ଶିଆଳି ଠାରେ କୂଳ ଲଙ୍ଘୁଛି ସମୁଦ୍ର । ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ । ନିକଟ ଅତୀତରେ ସମୁଦ୍ର କୂଳ ଲଂଘିବା ଫଳରେ ଭିୟୁ ଟାୱାର ସମୁଦ୍ର ଗର୍ଭରେ ଲୀନ ହୋଇଥିଲା । ଏବେ ସମୁଦ୍ର ଜନବସତି ଆଡ଼କୁ ମୁହାଁଇଛି । ପ୍ରଶାସନ ତରଫରୁ ଜରୁରୀ କାଳୀନ ପଦକ୍ଷପ ନିଆନଗଲେ ସମୁଦ୍ର ଉପକୂଳରେ ଥିବା ୫ ଟି ପଞ୍ଚାୟତ ଯଥା ପଦ୍ମପୁର, ଗଡହରିଶପୁର, ଆମ୍ବିକି, ଗୋଡ଼ା, ଗଡବିଶୁନପୁର ଆଦି ପଞ୍ଚାୟତ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: