Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅତ୍ୟଧିକ କୋଲ୍ଡ ଡ୍ରିଙ୍କ୍‌ସ ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ!

Rashmita Mishra
Browse all articles by Rashmita Mishra
·1 year ago·2 min read
ଅତ୍ୟଧିକ କୋଲ୍ଡ ଡ୍ରିଙ୍କ୍‌ସ ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ!

ଅତ୍ୟଧିକ କୋଲ୍ଡ ଡ୍ରିଙ୍କ୍‌ସ ପିଉଛନ୍ତି କି ? ପିଉଥିଲେ ହୋଇଯାଆନ୍ତୁ ସାବଧାନ। ଆଜିକାଲି ଯୁବପିଢି, ମହିଳା, ବୟସ୍କ ବ୍ୟକ୍ତି ସମସ୍ତେ କୋଲ୍ଡ ଡ୍ରିଙ୍କ୍‌ସ ପିଇବାକୁ ପସନ୍ଦ କରିଥାନ୍ତି । ଏହାର ଚାହିଦା ଏତେ ଯେ ଖାଦ୍ୟ ଖାଇବା ପରେ ଲୋକେ ଏହାକୁ ପିଅନ୍ତି । କିଡନୀ ବିଶେଷଜ୍ଞ ଏହାର ସାଇଡ ଇଫେକ୍ଟ ବିଷୟରେ କହିଛନ୍ତି। ଏହି କୋଲ୍ଡ ଡ୍ରିଙ୍କ୍‌ସ ଅଧିକ ପିଇବା ଦ୍ୱାରା ଫ୍ୟାଟି ଲିଭର ସମସ୍ୟାରେ ପୀଡିତ ହୋଇପାରନ୍ତି । ଏଥିରେ ଗ୍ଲୁକୋଜ ପରିମାଣରେ ଅଧିକ ଥାଏ। ଏଥିରେ ଥିବା ଫ୍ରୁକ୍ଟୋଜ ଯକୃତ ଦ୍ୱାରା ମେଟାବୋଲିଜେସନ ହୋଇଥାଏ ।

କିନ୍ତୁ ଅଧିକ ପରିମାଣରେ କୋଲ୍ଡ ଡ୍ରିଙ୍କ୍‌ସ ପିଇବା ଦ୍ୱାରା ଶରୀରରେ ଅତିରିକ୍ତ ଫ୍ରୁକ୍ଟୋଜ ରହିଥାଏ। ଯାହା ଯୋଗୁଁ ଯକୃତ ଫ୍ରୁକ୍ଟୋଜକୁ ଚର୍ବିରେ ପରିଣତ ହୋଇ କିଡନୀରେ ଜମା ହୋଇଯାଏ। ଯାହାକି ଅଳ୍ପ ସମୟରେ ଲିଭର ରୋଗରେ ପରିଣତ ହୋଇପାରେ। ପ୍ରତିଦିନ କୋଲ୍ଡ ଡ୍ରିଙ୍କ୍‌ସ ପିଇବା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ ବଢିପାରେ । କାରଣ ଏହା କ୍ୟାଲୋରୀକୁ ବୃଦ୍ଧି କରେ । ଏହା ଶରୀରକୁ କୌଣସି ଲାଭ ହୁଏ ନାହିଁ। ଏହା ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ। ଏଥିରେ ପ୍ରଚୁର ପରିମାଣରେ ଚିନି ରହିଥାଏ , ଯାହା ଆପଣଙ୍କ ଶରୀରରେ ମେଦ ବହୁଳତା ବୃଦ୍ଧି କରେ। ତେଣୁ କୋଲ୍ଡ ଡ୍ରିଙ୍କସ ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ ।

ହୃଦୟ ପାଇଁ କ୍ଷତିକାରକ:– କୋଲ୍ଡ ଡ୍ରିଙ୍କ୍‌ସ ଆପଣଙ୍କ ହୃଦୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହେଇଥାଏ। ଅତ୍ୟଧିକ କୋଲ୍ଡ ଡ୍ରିଙ୍କ୍‌ସ ପିଇବାଦ୍ୱାରା ବିପଦଜ୍ଜନକ ଏବଂ ସାଂଘାତିକ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବହୁ ପରିମାଣରେ ବଢିପାରେ ।

ମେଦବହୁଳତାର ଶିକାର:– କୋଲ୍ଡ ଡ୍ରିଙ୍କ୍‌ସ ପିଇବା ହେତୁ ଆପଣ ମୋଟାପଣର ଶିକାର ହୋଇପାରନ୍ତି। ମେଦବହୁଳତା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ । ଯଦି ଆପଣ ଏକ ସୁସ୍ଥ ଓଜନ ବଜାୟ ରଖିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଖାଦ୍ୟରୁ କୋଲ୍ଡ ଡ୍ରିଙ୍କ୍‌ସକୁ ବାଦ ଦିଅନ୍ତୁ ।

ଯକୃତ ନଷ୍ଟ ହୋଇପାରେ:– କୋଲ୍ଡ ଡ୍ରିଙ୍କ୍‌ସରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କ ଯକୃତକୁ ମଧ୍ୟ ଖରାପ କରିପାରେ । ଯଦି ଆପଣ କୋଲ୍ଡ ଡ୍ରିଙ୍କ୍‌ସ ପିଇବା ହ୍ରାସ କରନ୍ତି ନାହିଁ, ତେବେ ଆପଣ ଫ୍ୟାଟି ଲିଭର ପରି ରୋଗର ଶିକାରହୋଇପାରନ୍ତି।

ଧୁମେହର ବିପଦ:– କୋଲ୍ଡ ଡ୍ରିଙ୍କ୍‌ସର ବ୍ୟବହାର ହେତୁ ମଧୁମେହ ପରି ନୀରବ ଘାତକ ରୋଗ ହେବାର ଆଶଙ୍କା ମଧ୍ୟ ବହୁଗୁଣିତ ହୋଇପାରେ। ତେଣୁ, ସମୟ ସମୟରେ କୋଲ୍ଡ ଡ୍ରିଙ୍କ୍‌ସର ବ୍ୟବହାରକୁ କମାଇବା ଉଚିତ୍ ।

ଗ୍ରୀଷ୍ମ ଋତୁରେ,କୋଲ୍ଡ ଡ୍ରିଙ୍କ୍‌ସ ବଦଳରେ ପ୍ରାକୃତିକ ପାନୀୟ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।ଯେପରି ନଡ଼ିଆ ପାଣି,ଲେମ୍ଵୁ ପାଣି, ବେଲପଣା,ମିଶିରି ପାଣି ପରି ପ୍ରାକୃତିକ ପାନୀୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କୌଣସି କ୍ଷତି ପହଞ୍ଚାଇବ ନାହିଁ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
side-effects-of-drinking-cold-drinks | Argus News