Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିଲିକାରେ ସେତୁ ପାଇଁ ଆଗକୁ ପାଦ ବଢାଇଲେ ସରକାର 

Smruti Parija
Browse all articles by Smruti Parija
·1 year ago·2 min read
ଚିଲିକାରେ ସେତୁ ପାଇଁ ଆଗକୁ ପାଦ ବଢାଇଲେ ସରକାର 

Key Points

  • ସତ ହେବ ସିଗ୍ନେଚର୍ ସେତୁ
  • ଚିଲିକାରେ ସେତୁ ପାଇଁ ଆଗକୁ ପାଦ ବଢାଇଲେ ସରକାର 
  • ନିର୍ବାଚନ ପୂର୍ବରୁ କଥା ଦେଇ ଥିଲେ ଗଡକରି
  • ନୂଆ ସରକାର ଆସିବାର ୨ ମାସ ଭିତରେ DPR ଅନୁମୋଦନ ପାଇଁ ଗଲା ଚିଠି 
  • କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟକୁ ଚିଠି ଲେଖିଲା ଜାତୀୟ ରାଜପଥ କର୍ତ୍ତୃପକ୍ଷ 
  • ନିଜ ନେତାଙ୍କ ସ୍ୱାର୍ଥ ପାଇଁ ସିଗ୍ନେଚର ସେତୁରେ ବାଧା  ସୃଷ୍ଟି କରିଥିଲେ ବିଜେଡ଼ି ସରକାର 
  • ଲୋକଙ୍କ ଆଶା ଡବଲ ଇଂଜିନ ସରକାରରେ ପୂରଣ ହେବ ସ୍ଵପ୍ନ 

ଅର୍ଗସ ବ୍ୟୁରୋ: ଜହ୍ନିକୁଦରୁ ସାତପଡ଼ା , ଚିଲିକା ଉପରେ ହେବ ସିଗ୍ନେଚର ସେତୁ , ଅର୍ଥାତ ତଳେ ରହିବ ନାହିଁ ପିଲର । ଚିଲିକା ଭିତରେ ଥିବା ତୁଇଟି ଟାପୁ ମହିଷା ଓ  ବରହମ୍ ପୁରକୁ ଏହା ସଂଯୋଗ କରିବ । ଗୋଟିଏ ସେତୁ ଜହ୍ନି କୁଦ ରୁ ମିହିଷା ପର୍ଯ୍ୟନ୍ତ ହେବ ଓ  ଅନ୍ୟଟି ବରହମ୍ ପୁର ରୁ ସାତପଡା ପର୍ଯ୍ୟନ୍ତ ହେବ । ଚିଲିକା ଉପରେ ଦେଢ଼ କିଲୋମିଟର ଲେଖାଏଁ ଦୁଇଟି ସେତୁ ପାଇଁ DPR ଚୂଡ଼ାନ୍ତ କରି କେନ୍ଦ୍ର ସଡ଼କ ପରିବହନ ବିଭାଗକୁ ପଠାଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ସାତପଡାରୁ ଜହ୍ନି କୁଦ ସମୁଦାୟ ୭.୬ କିଲୋମିଟର ରାସ୍ତା ଓ ପୋଲ ଭାରତ ମାଳା ପ୍ରକଳ୍ପରେ ହେବ ।  

ପୂର୍ବରୁ କୋଷ୍ଟାଲ ହାଇୱେରେ ଏହା ସ୍ଥାନ ପାଇଥିଲା । ତେବେ କିଛି ବିଜେଡ଼ି ନେତା ଙ୍କ ନିଜ ସ୍ୱାର୍ଥ ପାଇଁ ଏହାର ଗତିପଥ ପରିବର୍ତ୍ତନ କରାଗଲା । ପୂର୍ବ ସରକାର ବାହାନା କଲେ ପରିବେଶ ସନ୍ତୁଳନ ବିଗିଡି ଯିବ । ତେବେ ସ୍ଥାନୀୟ ଲୋକଙ୍କ ଦାବିକୁ ଦେଖି ଚିଲକା ଉପରେ ସିଗ୍ନେଚର ସେତୁ ପାଇଁ କଥା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ । 


ବର୍ଷ ବର୍ଷ ଧରି ଚିଲିକା ଭିତରେ ଏମିତି ବିପଦପୂର୍ଣ୍ଣ ଭାବେ ଜଳଯାତ୍ରା କରୁଛନ୍ତି ଲୋକେ । କୃଷ୍ଣପ୍ରସାଦ ବ୍ଳକ୍ ର ୨୧ ପଂଚାୟତ ରୁ ୧୪ ପଂଚାୟତ ରହିଛି ଜହ୍ନି କୁଦ ପଟରେ ଓ ୭ ଟି ପଂଚାୟତ ରହିଛି ସାତପଡା ପଟରେ ।  ପଂଚାୟତ ଅଫିସକୁ ଯିବାକୁ ହେଲେ ଏମାନଙ୍କୁ ଡଙ୍ଗା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଗୁରୁତର ରୋଗୀଙ୍କୁ ପୁରୀ ନେବାକୁ ହେଲେ ନାକେଦମ୍ ହେଉଛନ୍ତି ଲୋକେ । ଦୀର୍ଘ ଦିନ ଧରି ଦାବି କରିବା ପରେ ଏମାନେ ବାଧ୍ୟ ହୋଇ ଜଳ ସତ୍ୟାଗ୍ରହ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପୂର୍ବରୁ  ୨୦୨୧ ମସିହାରେ କୋଷ୍ଟାଲ୍ ହାଇୱେ ପ୍ରକଳ୍ପରେ DPR କରାଯାଇ ୬୧୯ କୋଟିର ବ୍ୟୟବରାଦ ହୋଇଥିଲା । ତେବେ ରାଜ୍ୟ ସରକାରଙ୍କର ଆନ୍ତରିକତା ଅଭାବରୁ ଏହା ଅଧାରେ ଅଟକି ଥିଲା । ଏବେ ୩୯୭ କୋଟି ର ବ୍ୟୟ ବରାଦ ହୋଇଛି । ଅପେକ୍ଷା କେବେ ପୂରଣ ହେବ ଲୋକଙ୍କ ଶହ ଶହ ବର୍ଷର ସ୍ଵପ୍ନ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Signature Bridges to be build over Chilika lake | Argus News