ଦକ୍ଷିଣକାଳୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼, ସକାଳୁ ସକାଳୁ ଚାଲିଛି ନୀତିକାନ୍ତି
·1 year ago

ଅର୍ଗସ ବ୍ୟୁରୋ: କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଉଛନ୍ତି ମାଆ । ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି । ମା'ଙ୍କୁ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳ ସ୍ଥିତ ବୀରଗୋବିନ୍ଦପୁର ଲାଗିଛି ଭକ୍ତଙ୍କ ଭିଡ । ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା' ଦକ୍ଷିଣକାଳୀ ।
ରାତିରେ ଘଟସ୍ଥାପନ, ଚକ୍ଷୁଦାନ ସହ ବଢିଥିଲା ବିଭିନ୍ନ ନିତିକାନ୍ତି । ବଡ଼ି ଭୋରୁ ବଳି ନୀତି, ବଳି ଧୂପ, ବଡସିଂହାର, ପହୁଡ ନିତି ପରେ ବିସର୍ଜନ ନୀତି ଶେଷ ହୋଇଛି। ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଦକ୍ଷିଣକାଳୀ । ସେପଟେ ଯାଜପୁରର ଗଣପର୍ବ କାଳୀପୂଜା ଲାଗି ଉତ୍ସବ ମୁଖର ପୂରା ପରିବେଶ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: