ନୟାଗଡ ମାଟିତଳେ ଲିଥିୟମ ଥିବା ନେଇ ମିଳିଛି ସଙ୍କେତ

ର୍ଅଗସ ବ୍ୟୁରୋ: ଓଡିଶା ମାଟି ତଳେ ରହିଛି ଲିଥିୟମ! ନୟାଗଡ ମାଟିତଳେ ଲିଥିୟମ ଥିବା ନେଇ ମିଳିଛି ସଙ୍କେତ। ଲିଥିୟମ ଖୋଜୁଥିବା ଜିଓଲୋଜିକାଲ ଟିମକୁ ସଙ୍କେତ ମିଳିଛି। ଓଡ଼ିଶାର ଖଣି ପରିଚାଳନା ସାରା ଦେଶ ପାଇଁ ମଡେଲ ପାଲଟିଛି। AI କହିବ କେଉଁଠି ଅଛି କେଉଁ ଖଣି । ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲଜି । ଡ୍ରୋନ ମାଧ୍ୟମରେ ହେବ ଖଣିଜ ପଦାର୍ଥ ଖୋଜା। ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ । ଦୀର୍ଘ ବର୍ଷ ଧରି ବନ୍ଦ ଥିବା କନ୍ଧମାଳ, ମାଲକାନଗିରି ଭଳି ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ବି ଜୋର୍ ଧରିବ ଖଣିଜ ସର୍ଭେ । ଲିଥିୟମ୍ , କପର ଭଳି କ୍ରିଟିକାଲ ମିନେରାଲ ଖୋଜା ଉପରେ ଗୁରୁତ୍ବ ଦେଉଛନ୍ତି ଭାରତ ସରକାର ।
ଆସନ୍ତାକାଲି କୋଣାର୍କରେ ହେବାକୁ ଥିବା ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ ପୂର୍ବରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି GSIର ବୋର୍ଡ ବୈଠକ । ସବୁ ରାଜ୍ୟର ଖଣି, GSI ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । ପ୍ରାୟ ୫୦ ଭାଗ ଖଣିଜ ଯୋଗାଇ ଦେଶର ଖଣି ରାଜଧାନୀ ଭାବେ ପରିଚିତ ଓଡ଼ିଶାରେ ଏହି ବୈଠକ ଅନେକ ଗୁରୁତ୍ବ ବହନ କରୁଛି ବୋଲି କହିଛନ୍ତି କେନ୍ଦ୍ର ଖଣି ସଚିବ ଏଲ୍ କାନ୍ତା ରାଓ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: