Sikandar / ଖୋଲୁଛି ସିକନ୍ଦର ପେଡ଼ି ! ୨୦ରୁ ଅଧିକ ଦେଶ ବୁଲିଛି ସିକନ୍ଦର...

Key Points
ସିକନ୍ଦର ଓ ତା' ସାନ ଭାଇ ଟିକି ଅନେକ ବିଦେଶୀ ନାଗରିକ ସହିତ କଥା ହୋଇଛନ୍ତି ।
ସିକନ୍ଦରର ବିଦେଶରେ ବାଂଲାଦେଶୀ ଲିଙ୍କ ନେଇ ହେବ ଖୋଳତାଡ଼ । ସୂଚନା ଅନୁସାରେ NIA, ସ୍ପେଶାଲ ବ୍ରାଞ୍ଚ, ରାଜ୍ୟ ଗୁଇନ୍ଦା ବିଭାଗ କରିପାରେ ତଦନ୍ତ । ସିକନ୍ଦରର ବ୍ୟାଙ୍କ ଆକାଉଣ୍ଟ ଉପରେ ଖୋଳତାଡ଼ କରୁଛି ପୋଲିସ । ବଡ଼ ପ୍ରଶ୍ନ, ସିକନ୍ଦର ପାଖକୁ ବିଦେଶରୁ ଆସୁଥିଲା କି ଫଣ୍ଡିଂ ? କିଏ ଦେଉଥିଲା ଟଙ୍କା ? ସିକନ୍ଦର ନିଜେ ଗାଡ଼ି କିଣିଥିଲା ନା କିଏ ଦେଇଥିଲା ?
ଅନେକ ଅସମାହିତ ପ୍ରଶ୍ନ ଘେରରେ ମଦ୍ରାସାର ଖଳନାୟକ ସିକନ୍ଦର । ଜଗତସିଂହପୁରରେ ବେଆଇନ ଭାବରେ ମଦ୍ରାସା ଚଲାଉଥିବା ସିକନ୍ଦରର ବ୍ୟାଙ୍କ ଆକାଉଣ୍ଟକୁ କେଉଁଠୁ ଆସୁଥିଲା ଟଙ୍କା ? ବିଦେଶରେ କାହା ଲିଙ୍କରେ ଥିଲା ସିକନ୍ଦର ? ମିଳିଥିବା ସୂଚନା ଅନୁସାରେ ମର୍ଚ୍ଚାଣ୍ଟ ନାଭିରେ କାମ କରୁଥିବା ବେଳେ ୨୦ରୁ ଅଧିକ ଦେଶ ବୁଲିଥିଲା । ବାଙ୍ଗଲାଦେଶ, ଓମାନ, ଇରାନ, ସାଉଦିଆରବ, ଯୋଡାନ, ସ୍ପେନ, ଦକ୍ଷିଣ ଆଫ୍ରିକା ଯାଇଥିଲା । ସିକନ୍ଦର ରୋଷେୟା ଭାବରେ କାମ କରୁଥିଲା । ଆଉ ତାର ଭାଇ ଟିକି ମେସିନ ଅପରେଟର ଭାବରେ କାମ କରୁଥିଲା ।
ବାଙ୍ଗଲାଦେଶରେ ଜାହାଜ ଖରାପ ଥିବା ସମୟରେ ସିକନ୍ଦର ୧୫ ଦିନ ବାଙ୍ଗଲାଦେଶୀ ଲୋକଙ୍କ ସହ ମିଶିଥିଲା। ସିକନ୍ଦର ଓ ତା' ସାନ ଭାଇ ଟିକି ଅନେକ ବିଦେଶୀ ନାଗରିକ ସହିତ କଥା ହୋଇଛନ୍ତି । ଆବଶ୍ୟକ ସ୍ଥଳେ ସ୍ପେଶାଲ ବ୍ରାଞ୍ଚ, ରାଜ୍ୟ ଗୁଇନ୍ଦା ବିଭାଗ ଓ NIA ତଦନ୍ତ କରିପାରେ ବୋଲି ସୂଚନା ମିଳିଛି ।
ସିକନ୍ଦର ଓ ତା ଭାଇ ବ୍ୟବହାର କରୁଥିବା ନମ୍ବର ବିହିନ ଆପାଚି ଗାଡ଼ି ଉପରେ ତଦନ୍ତ କରିବ ପୋଲିସ। କିଏ ସିକନ୍ଦରକୁ ଗାଡ଼ି ଦେଇଛି ନା ନିଜେ ସିକନ୍ଦର ଗାଡ଼ି କିଣିଛି ସେନେଇ ଖୋଳତାଡ଼ କରିବ ପୋଲିସ। ଯାଜପୁରରେ ଥିବା ଗାଡ଼ିକୁ ଜଗତସିଂହପୁର ଅଣାଯିବ ବୋଲି ସୂଚନା ମିଳିଛି ।
ବେଆଇନ ଭାବେ ମଦ୍ରାସା ଚଲାଇବା ଅଭିଯୋଗରେ ପୋଲିସ ସିକନ୍ଦର ଓ ତାର ଭାଇକୁ ଗିରଫ କରିସାରିଛି । ଏବେ ସେମାନେ ଜେଲରେ । ଖୋଳତାଡ଼ ବେଳେ ସିକନ୍ଦର ଘରୁ ଜବତ ହୋଇଥିଲା ମାରଣାସ୍ତ୍ର । ଏପରିକି ସରକାରୀ ଯାଗାରେ ବେଆଇନ ଭାବେ ୧୦ ବଖରା ଘର କରିଥିବାରୁ ବୁଲଡୋଜର ଲଗାଇ ସେସବୁକୁ ଭଙ୍ଗାଯାଇଥିଲା ।
📱 Get Argus News App
✨Related Topics
Explore more stories