Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିକ୍କିମ ସୁର୍ଘଟଣା: ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ

Ritu Das
Browse all articles by Ritu Das
·1 year ago·2 min read
ସିକ୍କିମ ସୁର୍ଘଟଣା: ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ

Key Points

ସିକ୍କିମରେ ୧୦୦୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ଟ୍ରାଭେରା
ଜଣେ ମୃତ, 8 ଜଣ ନିଖୋଜ
ନିଖୋଜ ମଧ୍ୟରେ ଅଛନ୍ତି ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନା
ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସ ହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏକ ଟ୍ରାଭେରାରେ ଯାଉଥିବା ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ସମୟରେ ହୁଏତ କେବେ ବି ଭାବିନଥିବେ, ଏମିତି ଏକ ଭୟାନକ ଦୁର୍ଘଟଣା ଘଟିବ ବୋଲି। ଆଗ ପଛ ହୋଇ 2ଟି ଟ୍ରାଭେରା ଯାଉଥିଲା। କିଛି ସମୟ ଭିତରେ ପ୍ରଥମ ଟ୍ରାଭେରାର ଯାତ୍ରୀ ଦେଖିବା ବେଳକୁ ଦ୍ବିତୀୟ ଟ୍ରାଭେରାଟି ଆଉ ପଛରେ ଆସେନାହିଁ। ଗାଡି ଅଟକାଇ ଦେଖିବାକୁ ବେଳକୁ ୧୦୦୦ 0ଫୁଟ ତଳକୁ ଖସିଯାଇଥିଲା ଟ୍ରାଭେରାଟି। ଯେଉଁଥିରେ ୧୧ ଜଣ ଯାତ୍ରୀ ଥିଲେ। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8ଜଣଙ୍କ ଖୋଜଖବର ମିଳୁନାହିଁ। ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ଅଛନ୍ତି। ନର୍ଥ ସିକ୍କିମର ମୁନଷିଥାଙ୍ଗ ନିକଟରେ ତିସ୍ତା ନଦୀକୁ ଖସି ପଡିଥିଲା ଟୁରିଷ୍ଟ ବସ। ସବୁଠୁ ଚ୍ୟାଲେଜିଂ ଥିଲା ରେସକ୍ୟୁ ଅପରେସନ। ପାଣି ଭିତରେ ଦଉଡିକୁ ଧରି ଧରି ଚାଲିଥିଲା ରେସକ୍ୟୁ ଅପରେସନ। ନିଖୋଜଙ୍କ ମଧ୍ୟରେ ଅଛନ୍ତି ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନା।


ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ ହୋଇ ଯାଇଛନ୍ତି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସିକ୍କିମ୍ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଦୁର୍ଘଟଣାଗସ୍ତ ଯାତ୍ରୀମାନଙ୍କୁ ଉଦ୍ଧାର, ଚିକିତ୍ସା ଓ ସୁରକ୍ଷିତ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସିକ୍କିମକୁ ପଠାଯାଇଛି। ସିକ୍କିମ ସରକାରଙ୍କ ସହ ଓଡ଼ିଶା ସରକାର ନିରନ୍ତର ଯୋଗାଯୋଗରେ ଅଛନ୍ତି। ଅନ୍ୟପଟେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ସିକ୍କିମ ସାଂସଦଙ୍କ ସହ ଆଲୋଚନା କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
sikkim-accident-bjp-leader-from-jajpur-itishree-jena-missing | Argus News