ରୂପା ଇଟା ସହ ନଗଦ ୫ ଲକ୍ଷ ୪୨ ହଜାର ୬୦୦ ଟଙ୍କା ଜବତ
·1 year ago·1 min read

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସ ଜବତ କରିଛି ରୂପା ଓ ଟଙ୍କା । ଗତକାଲି ରାତିରେ ଖଲ୍ଲିକୋଟ ପୋଲିସ ୧୬ ନମ୍ବର ଜାତୀୟ ରାଜପଥର ଗାଡି ଯାଞ୍ଚ କରୁଥିବା ବେଳେ ସନ୍ଦେହରେ ଗୋଟିଏ କାରକୁ ଅଟକ ରଖି ଚେକିଂ କରିଥିଲା। ଚେକିଂ ବେଳେ ମିଳିଥିଲା ବିପୁଳ ପରିମାଣର ରୂପା ଇଟା ଓ ଟଙ୍କା । ମିଳିଥିବା ସୂଚନା ଅନୁଯାୟୀ ୭୩ ଗୋଟି ରୂପା ମିଳିଥିଲା ,ଯାହାର ଓଜନ ୮୮ କିଲୋଗ୍ରାମ ଏବଂ ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ, ଏଥି ସହିତ ନଗଦ ୫ ଲକ୍ଷ ୪୨ ହଜାର ୬୦୦ ଟଙ୍କା ଜବତ କରାଯାଇଛି । ଜବତ ହୋଇଥିବା ରୂପା ଇଟା ଓ ଟଙ୍କାକୁ ଜି ଏସ ଟି ଗୁଇନ୍ଦା ବିଭାଗକୁ ଖଲ୍ଲିକୋଟ ପୋଲିସ ହସ୍ତାନ୍ତର କରିଛି । ସେମାନେ ବ୍ୟବହାର କରୁଥିବା ମାରୂତି ସୁଜୁକି ଡିଜାୟର କାରକୁ ମଧ୍ୟ ଜବତ କରାଯାଇଛି । ଦୁଇ ଜଣ ବ୍ୟବସାୟୀଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ଏହି ଜବତ ରୂପା ଇଟା ବ୍ରହ୍ମପୁରରୁ କଲିକତା ଯାଉଥିବା ଜଣାପଡିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: