ଏଥି ମଧ୍ୟରେ 14 ବର୍ଷ ବିତିଗଲାଣି, ସୁରକ୍ଷିତ ଅଛି ତ ଏମାର ମଠର ଦୁର୍ମୂଲ୍ୟ ରତ୍ନ

Key Points
ଶ୍ରୀମନ୍ଦିର ହେପାଜତକୁ ଆସିବ କି ଏମାର ମଠର ଦୁର୍ମୂଲ୍ୟ ରତ୍ନ
ବହୁଚର୍ଚ୍ଚିତ ଏମାର ମଠରୁ ଜବତ ଇଟା ଏବେ କେମିତି ଅଛି
ପୋଲିସ ଶସ୍ତ୍ରାଗାରର ପୁରାତନ ବିଲ୍ଡିଂ ରେ ସୁରକ୍ଷିତ ତ ମଠ ଐତିହ୍ୟର ଦୁର୍ଲଭ ସମ୍ପତ୍ତି
ଶ୍ରୀମନ୍ଦିର ହେପାଜତକୁ ଆସିବ କି ଏମାର ମଠର ଦୁର୍ମୂଲ୍ୟ ରତ୍ନ । ବହୁଚର୍ଚ୍ଚିତ ଏମାର ମଠରୁ ଜବତ ଇଟା ଏବେ କେମିତି ଅଛି । ପୋଲିସ୍ ଶସ୍ତ୍ରାଗାରରେ ସାଇତା 567 ଖଣ୍ଡ ଇଟା ଏବେ କେତେ ସୁରକ୍ଷିତ ? ପୋଲିସ ଶସ୍ତ୍ରାଗାରର ପୁରାତନ ବିଲ୍ଡିଂ ରେ ସୁରକ୍ଷିତ ତ ମଠ ଐତିହ୍ୟର ଦୁର୍ଲଭ ସମ୍ପତ୍ତି । ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପରେ ଏମାର ମଠରୁ ଜବତ ଇଟା ଫେରିବା ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି ।
14 ବର୍ଷ ବିତିଗଲା ହେଲେ ରୂପା ଇଟାକୁ ନେଇ ସଂଶୟ ଦୂର ହେଲା ନାହିଁ । ଏମାର ମଠରୁ ଜବତ ହୋଇଥିଲା ଦୁର୍ମୂଲ୍ୟ 567 ଖଣ୍ଡ ରୂପା ଇଟା । 2011ରେ ଏହି ଇଟା ଜବତ ହୋଇଥିଲା । ସେତେବେଳେ ଏହାର ମୂଲ୍ୟ ପ୍ରାୟ 90 କୋଟି ଆକଳନ ହୋଇଥିଲା । ଦୁଇ ଶ୍ରମିକ ଇଟା ବିକି ଧରା ପଡ଼ିବା ପରେ ଏମାର ମଠ ପର୍ଯ୍ୟନ୍ତ ପହଞ୍ଚିଥିଲା ପୋଲିସ । ଦେବୋତ୍ତର ବିଭାଗ ପାଖରେ ମଠ ତରଫରୁ ଏ ସମ୍ପତ୍ତିକୁ ନେଇ ସୂଚନା ନଥିଲା ।
📱 Get Argus News App
✨ତେଣୁ ଇଟା ଜବତ କରି ନିଜ ହେପାଜତକୁ ନେଇଥିଲା ପୋଲିସ । ଅନ୍ୟ 45 ଖଣ୍ଡ ଇଟା ଜିଲ୍ଲା ଟ୍ରେଜେରୀରେ ରଖାଯାଇଥିଲା । ତେବେ ଏତେ ବର୍ଷ ଧରି ଏହା ବିଷୟରେ କିଛି ନିଷ୍କର୍ଷ ବାହାରି ପାରିନାହିଁ । 14 ବର୍ଷ ଧରି ମାମଲାର ଚାର୍ଜସିଟ୍ ବି ଦାଖଲ କରିଛି ନା ନାହିଁ ପୋଲିସ ତାହାର ଖବର ନାହିଁ । ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏବେ ଜବତ ଇଟାର ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି ଏମାର ମଠ ଟ୍ରଷ୍ଟି ତଥା ଉତ୍ତର ପାର୍ଶ୍ଵ ମଠ ମହନ୍ତ । ତତ୍ ସହିତ ଜବତ ସମୟରେ ଯେଉଁ ଓଜନ ହୋଇଥିଲା , ତାହା ମେଳକ କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି ।
ସେପଟେ ଗତ ବିଧାନସଭା ଅଧିବେଶନର ଏମାର ମଠ ରୂପା ଇଟାକୁ ନେଇ ଉଠିଥିଲା ପ୍ରସଙ୍ଗ । ଏମାର ମଠରୁ ଜବତ 567 ଖଣ୍ଡ ରୂପା ଇଟା କଥା ସତ ବୋଲି ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ । ପରବର୍ତ୍ତୀ ସମୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଏହା ଜିଲ୍ଲା ଅସ୍ତ୍ରାଗାର ରେ ରହିଛି । ଏହି ରୂପା ଇଟା କୁ ଶ୍ରୀମନ୍ଦିର ପ୍ରଶାସନ ମାର୍ଫତ କୁ ନେବା ଆଇନ୍ ଗତ ଦିଗ ସରକାରଙ୍କ ବିଚାରଧୀନ ରହିଛି । ତେବେ ନୂଆ ପରିଚାଳନା କମିଟି ଗଠନ ହେବା ପରେ 14 ବର୍ଷ ତଳେ ଜବତ ହୋଇଥିବା ଏହି ଦୁର୍ମୂଲ୍ୟ ତଥା ମୂଲ୍ୟବାନ ଅଳଙ୍କାର ପୁଣି ମହାପ୍ରଭୁଙ୍କ ମାର୍ଫତକୁ ଫେରିବା ନେଇ ଆଶା ଦେଖାଦେଇଛି ।