Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ପାଇଁ ବଡ଼ ପ୍ରୋଜେକ୍ଟ: ସ୍ପୋର୍ଟସର ହବ୍‌ ହେବ ସିଲଭରସିଟି

Rashmita Mishra
Browse all articles by Rashmita Mishra
·1 year ago·1 min read
କଟକ ପାଇଁ ବଡ଼ ପ୍ରୋଜେକ୍ଟ: ସ୍ପୋର୍ଟସର ହବ୍‌ ହେବ ସିଲଭରସିଟି

Key Points

କ୍ରୀଡାର ହବ୍‌ ହେବ କଟକ
ନିର୍ମାଣ ହେବ ମେଗା ସ୍ପୋର୍ଟସ ଡେଭଲପମେଣ୍ଟ
ସତ୍ୟବ୍ରତ ଷ୍ଟାଡିଆମରେ ହେବ ସ୍ପୋର୍ଟସ କମ୍ପ୍ଲେକ୍ସ
କ୍ରୀଡ଼ାରେ କଟକକୁ ଆଗକୁ ନେବାକୁ ସରକାରଙ୍କ ବଡ଼ ପ୍ରୋଜେକ୍ଟ

ସ୍ପୋର୍ଟସର ହବ୍‌ ହେବ ସିଲଭରସିଟି । ଭୁବନେଶ୍ୱର ପରେ କଟକରେ ହେବ ମେଗା Sports Development। ସତ୍ୟବ୍ରତ ଷ୍ଟାଡିଆମରେ ନିର୍ମାଣ ହେବ ବିଭିନ୍ନ ସ୍ପୋର୍ଟସ କମ୍ପ୍ଲେକ୍ସ । ତିଆରି ହେବେ ନୂଆ ଓ ଦକ୍ଷ ପ୍ରତିଭା ଖେଳାଳି। କେବଳ କ୍ରିକେଟ ନୁହଁ ବରଂ ଆଥେଲଟିକ , ଫୁଟବଲ , ବାସ୍କେଟବଲ, ଭଲିବଲ ଓ ଅନ୍ୟାନ୍ୟ କ୍ରୀଡ଼ାରେ ଯେପରି କଟକ ଆଗକୁ ଯିବ ସେନେଇ ସରକାର ଆଣୁଛନ୍ତି ବଡ଼ ପ୍ରୋଜେକ୍ଟ ।

ସତ୍ୟବ୍ରତ ଷ୍ଟାଡିଅମରେ ଆଥେଲଟସ ମାନଙ୍କ ପାଇଁ ସିଂଥେଟିକ ଟ୍ରାକ , ଫୁଟବଲ ଗ୍ରାଉଣ୍ଡ ଭଲିବଲ , ବାସ୍କେଟବଲ ଗ୍ରାଉଣ୍ଡ ଆଦି ନିର୍ମାଣ ହେବ। ସେନେଇ ପ୍ରଶାସନିକ ସ୍ତରରେ ସବୁ ଯୋଜନା ଶେଷ ହୋଇଥିବା ସ୍ପଷ୍ଟ ହୋଇଛି। କିପରି ରାଜ୍ୟରେ ତୃଣମୂଳ ସ୍ତରରୁ ଖେଳାଳି ଚୟନ ହୋଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ସେନେଇ ଏହି ପ୍ରୟାସ ଆରମ୍ଭ କରିଛି କ୍ରୀଡା ବିଭାଗ । ତେବେ ବଡ଼ ପ୍ରୋଜେକ୍ଟ ଆରମ୍ଭ ହେବାକୁ ନେଇ ଖୁସି ପ୍ରକଟ କରିଛନ୍ତି ରାଜ୍ୟ ଆଥେଲଟିକ ସଙ୍ଘ, ଓଡିଶା କ୍ରିକେଟ ସଂଘ ଓ ଯୁବ କ୍ରୀଡ଼ାବିତ।

ବିଭିନ୍ନ କ୍ରୀଡା ପାଇଁ ଗୋଟିଏ ଦୁଇଟି ପଡ଼ିଆ ଛାଡିଲେ କଟକ ସହରରେ ଖେଳ ପଡିଆ ଅଭାବ ରହିଛି । ପୂର୍ବରୁ କଟକ ସତ୍ୟବ୍ରତ ଷ୍ଟାଡିୟମ୍ ଏସଆଇ ଅଧୀନରେ ରହି ଆସିଥିବା ବେଳେ ବର୍ତ୍ତମାନ ଖେଳ ପଡିଆକୁ ସାଧାରଣ ଖେଳ ଉପଯୋଗୀ କରିବା ପାଇଁ ଆଲୋଚନା ହୋଇଛି। ଖୁବଶୀଘ୍ର ଏହାର ଉନ୍ନତିକରଣ କରାଯାଇ ଖେଳ ଉପଯୋଗୀ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ରାଜ୍ୟରେ କ୍ରୀଡା ଭିତ୍ତି ଭୂମିକୁ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ କଟକରେ ସ୍ପୋର୍ଟ ହବ କେବେ କାର୍ଯ୍ୟକ୍ଷମ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
silver-city-cuttack-to-be-a-sports-hub | Argus News