Similipal Cold Wave / ଜାଡ଼ରେ ଥରୁଛି ଶିମିଳିପାଳ ବିଯୁକ୍ତ ଡିଗ୍ରୀକୁ ଖସିଲା ପାରଦ: ଭୁବନେଶ୍ୱରରେ ପୁଣି ୯ଡ଼ିଗ୍ରୀ ଛୁଇଁଲା
·6 months ago·2 min read

Key Points
ଶିମିଳିପାଳରେ ତୁଷାରପାତ। -୧° ଡିଗ୍ରୀକୁ ଖସିଲା ପାରଦ । ଉପରବାର୍ହାକାମୁଡ଼ା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆଠାରେ ତୁଷାରପାତ ହୋଇଛି ।
ଚାରିଆଡେ ପ୍ରବଳ ଥଣ୍ଡା। ଅସହ୍ୟ ଜାଡ଼ରେ ଥରୁଛନ୍ତି ରାଜ୍ୟବାସୀ। ଶିମିଳିପାଳରେ ତୁଷାରପାତ। -୧° ଡିଗ୍ରୀକୁ ଖସିଲା ପାରଦ । ଉପରବାର୍ହାକାମୁଡ଼ା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆଠାରେ ତୁଷାରପାତ ହୋଇଛି । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡ଼ିର ଧଳା ଚାଦର ତଳେ ଘୋଡ଼େଇ ହୋଇଛି ଶିମିଳିପାଳ ଅଭ୍ୟାୟରଣ୍ୟ । ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ୍ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି । ଶୁକ୍ରବାର ସକାଳ ୬ଟା ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା -୧° ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଚହଲା ଓ ଗୁରୁଗୁଡ଼ିଆରେ ୨° ଡିଗ୍ରୀ ଏବଂ ବରେହିପାଣିଠାରେ ୫° ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି ।
ଏହାସହ ପଢ଼ନ୍ତୁ: ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି, ପ୍ରବଳ ଥଣ୍ଡାକୁ ଦେଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି
ଭୁବନେଶ୍ବରରେ ରେକର୍ଡ ଭାଙ୍ଗିଲା ତାପମାତ୍ରା। ଜାନୁଆରୀ ମାସରେ ଚତୁର୍ଥ ସର୍ବନିମ୍ନ ତାପମାତ୍ରା ୧୯୫୨ ମସିହାରେ ଯାହା ଥିଲା ପୁଣି ସେହି ତାପମାତ୍ରାକୁ ଦୋହରାଇଛି। ୯.୪° ଡିଗ୍ରୀ ସହ ଆଜି ୧୯୫୨ ମସିହାର ରାତ୍ରି ତାପମାତ୍ରାକୁ ଦୋହରାଇଛି ରାଜଧାନୀ ଶୀତ।
ଏହାସହ ପଢ଼ନ୍ତୁ: ମାଘ ମାସରେ ବାଘୁଆ ଶୀତ: ଆସନ୍ତା ୨୧ ଯାଏ ସବୁ ଥରିବ, ଥରାଇବ ସ୍ବାଭାବିକଠୁ ୬ ଡିଗ୍ରୀ ତଳେ ରହିବ ତାପମାତ୍ରା
ଆସନ୍ତା ଦୁଇ ସପ୍ତାହ ଯାଏ, ଅର୍ଥାତ୍ ୨୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ ପ୍ରଚଣ୍ଡ ଥଣ୍ଡାରୁ । ସ୍ୱାଭାବିକ ତାପମାତ୍ରାଠାରୁ ପାଖାପାଖି ୬ ଡିଗ୍ରୀ ତଳକୁ ଖସିଯିବ ସର୍ବନିମ୍ନ ତାପମାତ୍ରା । ପାଣିପାଗ ବିଭାଗର ବିସ୍ତାରିତ ଆକଳନ ଏମିତି ଚିତ୍ର ଆଙ୍କିଛି । କାଲୁଆ ପାଗରେ ଜାଡ଼ ପାଲଟିଯିବ ସାରା ରାଜ୍ୟ ।
ପୂର୍ବାନୁମାନ ସତ ହେଲେ ୯ରୁ ୧୪ ତାରିଖ ଯାଏ ଶୀତ ଲହରୀ ସ୍ଥିତି ରହିବ । ୯ ଓ ୧୦ ତାରିଖରେ ଥଣ୍ଡା ଅଧିକ ରହିବ । ଏହି ସପ୍ତାହରେ ଶୀତ ଲହରୀ ରହିବାର ସମ୍ଭାବନା ୬୮ରୁ ୧୦୦% ରହିଛି । ୧୩ରୁ ୧୫ ତାରିଖ ଯାଏ ଘନ କୁହୁଡ଼ି ରହିପାରେ ବୋଲି ମଧ୍ୟ ବିସ୍ତାରିତ ଆକଳନରେ କୁହାଯାଇଛି । ସେହିଭଳି ୧୫ରୁ ୨୧ ତାରିଖ ଯାଏ ଶୀତ ଲହରୀ ସମ୍ଭାବନା ଅଛି । ଏହି ସପ୍ତାହରେ ପୂର୍ବ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି
ସମୟର ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଯାଏ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories