Similipal / ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଖୋଲିବ ଶିମିଳିପାଳ

Key Points
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିବ ଶିମିଳିପାଳ ଅଭୟାରଣ୍ୟ।
୧୮ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ।
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଜୁଲାଇ ୧ରୁ ଶିମିଳିପାଳ ଉପରେ କଟକଣା ଲାଗୁ ହୋଇଥିଲା। ଏବେ କଟକଣା ହଟିବା ପରେ ସହଜ ଏବଂ ସୁବିଧାରେ ପର୍ଯ୍ୟଟକମାନେ ଶିମିଳିପାଳ ବୁଲି ଏହାର ମଜା ନେଇପାରିବେ। ଆସନ୍ତା ୧୮ ତାରିଖରୁ ଏହି ଅଭୟାରଣ୍ୟ ଖୋଲିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
କିଛି ମାସ ବ୍ୟବଧାନ ପରେ ଆସନ୍ତାକାଲି ଖୋଲିବ ଜାତୀୟ ଉଦ୍ୟାନ ଶିମିଳିପାଳ, ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋ କଟେଜ ଗୁଡିକ ସଜେଇ ହେଉଥିବା ବେଳେ ଘଞ୍ଚ ଜଙ୍ଗଲ,ଉଚ୍ଚଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା ବରେହିପାଣି, ଯୋରନ୍ଦା ଓ ଉସ୍କି ଭଳି ଜଳପ୍ରପାତ ସହିତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ ।
ରାତ୍ରୀ ରହଣି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଜଙ୍ଗଲ ସଫାରୀର ବ୍ୟବସ୍ଥା କରାଯାଇଛି । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ପ୍ରବେଶ ପଥ ଦେଇ ଯାଇପାରିବେ ପର୍ଯ୍ୟଟକ । ପ୍ରତ୍ୟେକ ଦିନ ଯଶିପୁର ପଟୁ ତୁଳସୀବଣୀ ତନଖି ଫାଟକ ଦେଇ ୩୫ଟି ଏବଂ ବାରିପଦା ପଟୁ ପିଠାବଟା ତନଖି ଫାଟକ ଦେଇ ୨୫ଟି ପର୍ଯ୍ୟଟକଙ୍କ ଗାଡି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିପାରିବ । ଚଳିତ ବର୍ଷ ଦିନବେଳା ପର୍ଯ୍ୟଟକଙ୍କ ପାଇଁ ଅଫ୍ଲାଇନ ପ୍ରବେଶ ପତ୍ରକୁ ବନ୍ଦ କରାଯାଇଛି ।
ଏଥିସହ ପଢ଼ନ୍ତୁ: ୩ ଜିଲ୍ଲାରେ ମାତିଥିଲେ ମାଆ ଓ ୩ ପୁଅ; କେବଳ ମନ୍ଦିରରୁ କରୁଥିଲେ ଚୋରି
📱 Get Argus News App
✨ତେଣୁ ସେମାନେ କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇପାରିବେ । ଯଶିପୁର ତୁଳସୀବଣୀ ତନଖି ଫାଟକ ଦେଇ ସକାଳ ୫ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ଓ ପୀଠାବଟା ତନଖି ଫାଟକ ଦେଇ ସକାଳ ୮ ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ମିଳିପାରିବ ଓ ସମସ୍ତ ଦିନବେଳା ପର୍ଯ୍ୟଟକ ମାନେ ସେହିଦିନ ସନ୍ଧ୍ୟା ୬ ଘଟିକା ସୁଦ୍ଧା ପ୍ରସ୍ଥାନ ଫାଟକ ଛାଡିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଶିମିଳିପାଳ ଅଭୟାରଣ୍ୟରେ ରାମତୀର୍ଥ, କୁମାରୀ, ଗୁରୁଗୁଡ଼ିଆ, ବରେହିପାଣି, ଜାମୁଆଣି ଏବଂ ତାଳବନ୍ଧ ଠାରେ ଇକୋ କୋଟେଜ ଗୁଡିକରେ ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www.ecotourodisha.com ୱେବସାଇଟରେ ଲଗିନ୍ କରି ଅନ୍ଲାଇନ୍ ବୁକିଙ୍ଗ ମାଧ୍ୟମରେ ରାତ୍ରି ରହଣି ସହ ଜଙ୍ଗଲ ସଫାରୀର ମଜା ନେଇପାରିବେ । ତେବେ ସମସ୍ତ ପର୍ଯ୍ୟଟକ ମାନଙ୍କୁ ଶିମିଳିପାଳ ଭିତରେ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ସହ ସଫାରୀରେ ଭ୍ରମଣ ବେଳେ ବନ୍ୟପ୍ରାଣୀ ନିୟମକୁ କଡାକଡି ପାଳନ କରିବାକୁ ଶିମିଳିପାଳ କତୃପକ୍ଷ ସୂଚନା ଦେଇଛନ୍ତି ।
Related Topics
Explore more stories