Fire / ବିଦ୍ୟୁତ୍ ସର୍ଟସର୍କିଟରୁ ଲାଗିଗଲା ନିଆଁ; ବଞ୍ଚିଗଲେ ୫ ପରିବାରର ୨୫ ସଦସ୍ୟ, ଜଳିଗଲା ସବୁକିଛି
·5 months ago·2 min read

Key Points
ଜମା ଟଙ୍କାରୁ ନେଇ ପୋଷାକ ଆଉ ଚାଉଳ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । କେବଳ ବଞ୍ଚି ଯାଇଛି ଜୀବନ । ବିଳମ୍ବିତ ରାତିରେ ସର୍ଟସର୍କିଟରୁ ଲାଗିଥିବା ନିଆଁରେ ୫ ପରିବାରର ୧୪ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି ।
ସିମୁଳିଆ (ବାଲେଶ୍ଵର): ନିଆଁ ଆଁରେ ସବୁକିଛି ଜଳିଗଲା । ଜମା ଟଙ୍କାରୁ ନେଇ ପୋଷାକ ଆଉ ଚାଉଳ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । କେବଳ ବଞ୍ଚି ଯାଇଛି ଜୀବନ । ବିଳମ୍ବିତ ରାତିରେ ସର୍ଟସର୍କିଟରୁ ଲାଗିଥିବା ନିଆଁରେ ୫ ପରିବାରର ୧୪ ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି ।

ବାଲେଶ୍ୱର ଜିଲ୍ଲା ଖଇରା ଥାନା ମାଖନପୁର ପଞ୍ଚାୟତ ଅଧୀନ ତରାଙ୍ଗ ଗାଁରେ ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ବିଦ୍ୟୁତ୍ ସର୍ଟସର୍କିଟ୍ରୁ ଲାଗିଥିବା ନିଆଁ ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପି ଯାଇଥିଲା ।

ଆଖି ପିଛୁଳାକେ ପୋଡ଼ି ଯାଇଥିଲା ୫ଟି ପରିବାରର ୧୪ ବଖରା ଘର । ଅଗ୍ନିକାଣ୍ଡରେ ୨୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି । ତରାଙ୍ଗ ଗାଁର ପୂର୍ଣ୍ଣଚନ୍ଦ୍ର ସେଠୀ, ଅକ୍ଷୟ ସେଠୀ, ବିଜୟ ସେଠୀ, ମନୋରଞ୍ଜନ ସେଠୀ ଓ ସରୋଜ ସେଠୀଙ୍କ ଘର ନିଆଁ ଲାଗି ଜଳି ଯାଇଛି ।

ନିଆଁ ଦେଖି ପଡ଼ୋଶୀ ଲୋକ ଡାକ ପକାଇଥିଲେ । ୫ ପରିବାରର ୨୫ ଜଣ ସଦସ୍ୟ ଘର ବାହାରକୁ ପଳାଇ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଖବର ପାଇ ଖଇରା ଏବଂ ଅଡ଼ା ଅଗ୍ନିଶମ ବାହିନୀ ପହଞ୍ଚିବା ସହ ନିଆଁ ଲିଭାଇଥିଲା ।
ଏଥିସହ ପଢ଼ନ୍ତୁ: ରାତି ଅଧରେ ଜଳିଗଲା ଗାଁ; ଶୋଇଥିବା ବେଳେ ପୋଡ଼ିଗଲା ୭ ପରିବାରର ସବୁକିଛି

ହେଲେ ସେତେବେଳକୁ ଘର ଗୁଡ଼ିକ ସମ୍ପୂର୍ଣ୍ଣ ଜଳିପୋଡ଼ି ଯାଇଥିଲା । ଘରେ ଥିବା ଧାନ, ଚାଉଳ, ସୁନା ରୂପା ଅଳଙ୍କାର ସହ ପଲିଥିନ୍ ଜରିରେ ବାନ୍ଧି ରଖିଥିବା ନଗଦ ୨ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ମଧ୍ୟ ଜଳି ଯାଇଛି । ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀମାନେ ଦାବି କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories