|
logo
Live

Argus News - ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା କାର୍ଯ୍ୟ

Odisha

ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା କାର୍ଯ୍ୟ

Smruti Parija
Browse all articles by Smruti Parija
·1 year ago·1 min read
ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା କାର୍ଯ୍ୟ

Key Points

ଆସନ୍ତାକାଲିଠୁ ଏକକାଳୀନ ପକ୍ଷୀ ଗଣନା । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଦକ୍ଷିଣ ଡିଭିଜନ୍ ସହ କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ବନଖଣ୍ଡ ଅଧୀନରେ ଥିବା ଜଳାଶୟରେ ପକ୍ଷୀ ଗଣନା କରାଯିବ ।

ମୟୂରଭଞ୍ଜ: ଆସନ୍ତାକାଲିଠୁ ଏକକାଳୀନ ପକ୍ଷୀ ଗଣନା । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଉତ୍ତର, ଦକ୍ଷିଣ ଡିଭିଜନ୍ ସହ କରଞ୍ଜିଆ, ରାଇରଙ୍ଗପୁର ଓ ବାରିପଦା ବନଖଣ୍ଡ ଅଧୀନରେ ଥିବା ଜଳାଶୟରେ ପକ୍ଷୀ ଗଣନା କରାଯିବ । ୧୮ ତାରିଖ ସକାଳ ୬ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ଏହି ବାର୍ଡ ସେନ୍ସସ୍ ପ୍ରକ୍ରିୟା ଚାଲିବ । ବିଶେଷ କରି ବାରିପଦା ବନଖଣ୍ଡ ଅଧୀନରେ ଥିବା ୭ ଟି ରେଞ୍ଜର ୪୪ ଟି ଜଳାଶୟରେ ଏହା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।


ନିର୍ଭୁଲ ଭାବେ ପକ୍ଷୀ ଗଣନା ପାଇଁ ଅତ୍ୟାଧୁନ ଉପକରଣର ବ୍ୟବହାର କରାଯିବ । ସେହିପରି ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ଟି ରେଞ୍ଜ ବାଲୁଗାଁ, ରମ୍ଭା, ସାତପଡ଼ା, ନୂଆପଡା, ଟାଙ୍ଗି ରେଞ୍ଜ ଇଲାକାରେ ହେବ ପକ୍ଷୀ ଗଣନା । ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା କାର୍ଯ୍ୟ । ସେପଟେ ଚନ୍ଦକାରେ ପକ୍ଷୀ ଗଣନା ଲାଗି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨୨ଟି ଟିମ୍ ପ୍ରସ୍ତୁତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗୋଟିଏ ଦିନରେ ସରିବ ପକ୍ଷୀ ଗଣନା କାର୍ଯ୍ୟ | Argus News