Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରେମିକାକୁ ପ୍ରେମିକ ହତ୍ୟା ଘଟଣା, ଅଭିଯୁକ୍ତ କଲା ସିନ୍‌ ରିକ୍ରିଏସନ୍‌

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରେମିକାକୁ ପ୍ରେମିକ ହତ୍ୟା ଘଟଣା, ଅଭିଯୁକ୍ତ କଲା ସିନ୍‌ ରିକ୍ରିଏସନ୍‌

Key Points

ପ୍ରେମିକାକୁ ପ୍ରେମିକ ହତ୍ୟା ଘଟଣା

ଅଭିଯୁକ୍ତ ପ୍ରେମିକକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ୍

ଲଜ୍ ରୁମରେ କେମିତି ନିଜ ପ୍ରେମିକାକୁ ହତ୍ୟା କରିଥିଲା

ବ୍ରହ୍ମପୁର ପ୍ରେମିକାକୁ ପ୍ରେମିକ ହତ୍ୟା ଘଟଣା। ଅଭିଯୁକ୍ତ ପ୍ରେମିକକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କଲା ପୋଲିସ୍ । ଲଜ୍ ରୁମରେ କେମିତି ନିଜ ପ୍ରେମିକାକୁ ହତ୍ୟା କରିଥିଲା ଗୋଟି ଗୋଟି କରି ସିନ୍ ରିକ୍ରିଏସନ୍ କରି ଦେଖାଇଛି ପ୍ରେମିକ ଅଭୟ । ତେବେ ପ୍ରେମରେ ପାଗଳ ହୋଇ ଏହି ଜଘନ୍ୟ କାଣ୍ଡ ଭିଆଇଥିଲା ସଇତାନ ପ୍ରେମିକ । ପିଲାଦିନୁ ଲାଞ୍ଜିପଲ୍ଲୀର ଅଭୟ ମହାରଣା ଓ ପ୍ରିୟା ମହାରଣା ସାଙ୍ଗ ହୋଇ ସ୍କୁଲରେ ପାଠ ପଢୁଥିଲେ । ପରେ ଉଭୟ ପରସ୍ପରର ପ୍ରେମରେ ପଡିଥିଲେ । ଗତ ୪ ମାସ ହେବ ଉଭୟଙ୍କ ସଂପର୍କ ଅଧିକ ନିବିଡ଼ ହୋଇଥିଲା ।  


ଯୁବତୀ ଜଣଙ୍କ ବ୍ରହ୍ମପୁର ଉପକଣ୍ଠ ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ଏବଂ ଯୁବକ ଜଣଙ୍କ ଏକ କମ୍ପାନୀରେ କାମ କରୁଥିଲା । ପରେ ପ୍ରେମିକ ଅଭୟ ଚାକିରି ହରାଇବା ଯୋଗୁଁ ଯୁବତୀ ଜଣଙ୍କ ତାଙ୍କୁ ଅଣଦେଖା କରି ଆସୁଥିଲେ । କାଳେ ପ୍ରେମିକା ଅନ୍ୟ କେଉଁଠି ବିବାହ କରିଦେବ ଏହା ଭାବି ପ୍ରେମିକାକୁ ହତ୍ୟା ପାଇଁ ଯୋଜନା କରିଥିଲା ପ୍ରେମିକ । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନୂଆ ବସଷ୍ଟାଣ୍ଡ ସ୍ଥିତ ଏକ ଲଜକୁ ପ୍ରେମିକାକୁ ଡାକି ନେଇଥିଲା । ସେଠାରେ କିଛି ସମୟ ପ୍ରେମିକା ସହ ବିତାଇବା ପରେ ଶେଷରେ ସାଙ୍ଗରେ ନେଇଥିବା ଏକ ଛୁରୀରେ ପ୍ରେମିକାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ଧାରୁଆ ଛୁରୀରେ ପ୍ରେମିକାର ଗଳା କାଟିବା ସହ ଶରୀରର ପାଖାପାଖି ୧୫ଟି ସ୍ଥାନରେ ଛୁରୀ ମାରିଥିଲା ପ୍ରେମିକ । ଆଉ ଶେଷରେ ଥାନାରେ ପୋଲିସ ପାଖେ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ଅଭୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored