Videos
|
Odisha

କୋଣାର୍କ ମନ୍ଦିରର ଐତିହ୍ୟକୁ ନେଇ ଛୋଟ ଫିଲ୍ମ ଦେଖିଲେ ସିଙ୍ଗାପୁର ରାଷ୍ଟ୍ରପତି

Smruti Parija
Browse all articles by Smruti Parija
·1 year ago·1 min read
କୋଣାର୍କ ମନ୍ଦିରର ଐତିହ୍ୟକୁ ନେଇ ଛୋଟ ଫିଲ୍ମ ଦେଖିଲେ ସିଙ୍ଗାପୁର ରାଷ୍ଟ୍ରପତି

Key Points

ପତ୍ନୀଙ୍କ ସହ କୋଣାର୍କ ମନ୍ଦିର ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍ମୁଗରତନମ । ପ୍ରଥମେ IOCL ବ୍ୟାଖ୍ୟାନ କେନ୍ଦ୍ରରେ କୋଣାର୍କ ମନ୍ଦିରର ଐତିହ୍ୟକୁ ନେଇ ସେ ଏକ ଛୋଟ ଫିଲ୍ମ ଦେଖିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ।

ପୁରୀ: ପତ୍ନୀଙ୍କ ସହ କୋଣାର୍କ ମନ୍ଦିର ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍ମୁଗରତନମ । ପ୍ରଥମେ IOCL ବ୍ୟାଖ୍ୟାନ କେନ୍ଦ୍ରରେ କୋଣାର୍କ ମନ୍ଦିରର ଐତିହ୍ୟକୁ ନେଇ ସେ ଏକ ଛୋଟ ଫିଲ୍ମ ଦେଖିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ପରେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ବୁଲି ଦେଖିଥିଲେ । ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।


ସେପଟେ ପୁରୀ ଗସ୍ତ ଅବସରରେ ଐତିହ୍ୟ ଗ୍ରାମ ରଘୁରାଜପୁରରେ ଶିଳ୍ପୀଙ୍କ ସହ ଆଲୋଚନା କରି ସାଙ୍ଗରେ କିଛି କଳାକୃତି ସାମଗ୍ରୀ ନେଇଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । କ୍ରାପ୍ଟ ସେଣ୍ଟର ବୁଲି ଦେଖିବା ସହ ସେ ଶିଳ୍ପୀମାନଙ୍କ ସହ ଆଲୋଚନା କରିଥିଲେ। ରଘୁରାଜପୁର ଗ୍ରାମବାସୀଙ୍କ ତରଫରୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ନାଗାର୍ଜୁନ ବେଶ ପଟ୍ଟଚିତ୍ର ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା । ତାଳପତ୍ରରେ ଖୋଦେଇ ହୋଇଥିବା ରାମାୟଣ, କୃଷ୍ଣଲୀଳା କଥାବସ୍ତୁ ସହ 108 କଳସ ଥିବା ଗଣେଶଙ୍କୁ ସେ କିଣିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଏକ ଫଟୋଚିତ୍ର ଉପହାର ସ୍ବରୂପ ପ୍ରଦାନ କରିଥିଲେ । ଫଟୋଚିତ୍ରରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସହ ରାଷ୍ଟ୍ରପତି ଓ ତାଙ୍କ ଧର୍ମପତ୍ନୀଙ୍କ ଫଟୋକୁ ସୁନ୍ଦର ଭାବରେ ଆଙ୍କି ଆୟୁଷ ରାଷ୍ଟ୍ରପତିଙ୍କୁ ଉପହାର ସୂରୂପ ପ୍ରଦାନ କରିଥିଲେ ।

singapore-president-and-his-wife-watches-short-film-on-history-of-konark-temple | Argus News