ଭୁବନେଶ୍ବରରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି ଥରମନ୍ ସନମୁଗରତ୍ନମ

Key Points
ଭୁବନେଶ୍ୱରରେ ପହଁଚିଲେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗରତ୍ନମ
ଭୁବନେଶ୍ୱର: ଭୁବନେଶ୍ୱରରେ ପହଁଚିଲେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗରତ୍ନମ । ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମୁଖ୍ୟଶାସନ ସଚିବ ମନୋଜ ଆହୁଜା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥରମନ୍ ସନମୁଗରତ୍ନମ । ଅପରାହ୍ନ ୪ଟାରେ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷରିତ କରିବେ । ତା ସହ ୱାର୍ଲଡ଼ ସ୍କିଲ୍ ସେଣ୍ଟର ମଧ୍ୟ ବୁଲି ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି । ସେହିପରି ୧୮ ତାରିଖରେ ରଘୁରାଜପୁର ହେରିଟେଜ୍ ଭିଲେଜ୍ ଓ ଆଇଓସିଏଲ ଇଣ୍ଟରପେସନ୍ ବୁଲି ଦେଖିବେ । ଏଥିସହ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ଏହା ସହ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିବାର ରହିଛି କାର୍ଯ୍ୟକ୍ରମ।
📱 Get Argus News App
✨ଗତକାଲି ରାଷ୍ଟ୍ରପତି ଭବନରେ ସିଙ୍ଗାପୁର ରାଷ୍ଟ୍ରପତି ଥରମନ୍ ସନମୁଗରତ୍ନମଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିଥିଲେ।
