ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନ

ଅର୍ଗସ ବ୍ୟୁରୋ: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନ । କାଲି ଦିନ ୧୧.୪୫ ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଅପରାହ୍ନ ୨ ଟାରେ ସିଙ୍ଗାପୁର ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ଅପରାହ୍ନ ୪ ଟା ରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ କରିବେ । ତାହା ସହିତ ୱାର୍ଲଡ଼ ସ୍କିଲ ସେଣ୍ଟର ମଧ୍ୟ ବୁଲି ଦେଖିବେ ସିଙ୍ଗାପୁର ରାଷ୍ଟ୍ରପତି । ସେହିପରି ୧୮ ତାରିଖରେ ରଘୁରାଜପୁର ହେରିଟେଜ ଭିଲେଜ ବୁଲି ଦେଖିବା ତାହା ପରେ ଆଇଓସିଏଲ ଇଣ୍ଟରପେସନ ବୁଲି ଦେଖିବେ । ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ଅପରାହ୍ନରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନମୁଗରତ୍ନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି
📱 Get Argus News App
✨ବିଶ୍ୱବାସୀଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଐତିହ୍ୟ । ସୁଦୂର ସିଙ୍ଗାପୁରରୁ ଆକୃଷ୍ଟ କରିଛି ରଘୁରାଜପୁର ଗାଁ ଆଉ କୋଣାର୍କର ସୂର୍ଯ୍ୟ ମନ୍ଦିର । ବିଶ୍ବ ଦରବାରରେ ଚର୍ଚ୍ଚିତ ଓଡ଼ିଶାର ଐତିହ୍ୟ ଗାଁ ଦେଖିବାକୁ ଓଡ଼ିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଟି ଶାନମୁଗରତ୍ନମ । ପୁରୀର ପଟ୍ଟଚିତ୍ର ଓ କଳାକୃତ୍ତିର ଗାଁ ରଘୁରାଜପୁର ଗାଁ ବୁଲିବାକୁ ଓ କୋଣାର୍କର ସୂର୍ଯ୍ୟମନ୍ଦିର ଦେଖିବାକୁ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ଏନେଇ ଓଡ଼ିଶାର ଦୁଇ ଦିନିଆ କାର୍ଯ୍ୟକ୍ରମରେ ଏମିତି କିଛି ରହିଛି କାର୍ଯ୍ୟକ୍ରମ ।
ଜାନୁଆରୀ 17 ଓ 18ରେ ବୁଲିବେ ଓଡ଼ିଶା
ଆସନ୍ତା ୧୭ରୁ ୧୮ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଟି ଶାନମୁଗରତ୍ନମ । ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁସାରେ ଭାରତ ଗସ୍ତରେ ଆସନ୍ତା ୧୪ରୁ ଆସୁଥିବା ସିଙ୍ଗାପୁର ରାଷ୍ଟ୍ରପତିଙ୍କର ଆସନ୍ତା ୧୭ରୁ ୧୮ତାରିଖ ଦୁଇ ଦିନ ଧରି ଓଡିଶା ଗସ୍ତ ରହିବ । ଯେଉଁଠି ଅନେକ କାର୍ଯ୍ୟକ୍ରମରେ ଯୋଗଦେବା ସହ ବୁଲିବା କାର୍ଯ୍ୟକ୍ରମ ରହିଛି ।
ଏନେଇ କମିସନରେଟ ପୋଲିସ ପକ୍ଷରୁ ଏନେଇ ସୁରକ୍ଷା ପ୍ରସ୍ତୁତି ଆରମ୍ଭ କରାଯାଇଛି । କାରଣ ଭୁବନେଶ୍ୱରରେ ଆସନ୍ତା ୧୭ରେ ପହଁଚିବା ପରେ ଏକ ତାରକା ହୋଟେଲରେ କାର୍ଯ୍ୟକ୍ରମ ସହ ସେଠାରେ ତାଙ୍କ ସହ ଓଡ଼ିଶାର ଅର୍ଥନୈତିକ ଓ ବ୍ୟବସାୟିକ କାରବାରର ସୁଯୋଗ ଆଦି ଦିଗରେ ଅନେକ ବ୍ୟବସାୟିକ ପ୍ରତିନିଧିଙ୍କ ସହ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହା ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଭେଟଘାଟ କାର୍ଯ୍ୟକ୍ରମ ସହ ମୁଖ୍ୟମନ୍ତ୍ରୀଙ୍କ ସହ ରାତ୍ରଭୋଜନର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେହିପରି ଭୁବନେଶ୍ବରରେ ସ୍ଥାପିତ ସିଙ୍ଗାପୁର ITEES( ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ସର୍ଭିସେସ) ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭ୍ୟାକସିନ ପ୍ରସ୍ତୁତକାରି କମ୍ପାନୀ ଭାରତ ବାୟୋଟେକର କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଭୁବନେଶ୍ୱର ସ୍ଥିତ ରାଜଭବନରେ ମଧ୍ୟ କାର୍ଯ୍ୟକ୍ରମ ରହିଛି ।