Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ପୁରୀ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ୍ ଶନମୁଗାରତ୍ନମ୍

Odisha

ଆଜି ପୁରୀ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ୍ ଶନମୁଗାରତ୍ନମ୍

Argus News
Browse all articles by Argus News
·1 year ago
ଆଜି ପୁରୀ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ୍ ଶନମୁଗାରତ୍ନମ୍

ଅର୍ଗସ ବ୍ୟୁରୋ: ଆଜି ପୁରୀ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ୍ ଶନମୁଗାରତ୍ନମ୍। ଦୁଇ ଦିନିଆ ଓଡ଼ିଶା ଗସ୍ତର ଶେଷଦିନରେ ଆଜି ସିଙ୍ଗାପୁର ରାଷ୍ଟ୍ରପତି ଥର୍‍ମନ ସନ୍‍ମୁଗ୍‍ରତ୍ନମ ଐତିହ୍ୟ ଗ୍ରାମ ରଘୁରାଜପୁର ସହ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ରଘୁରାଜପୁରରେ ପଟ୍ଟଚିତ୍ର ଶିଳ୍ପୀଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି ।


ସୁରକ୍ଷା ଦାୟିତ୍ବରେ ୨୧ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଜଣେ ଏସପି ରାଙ୍କ ଅଧିକାରୀ, ୪ ଅତିରିକ୍ତ ଏସପି, ୮ ଡିଏସପି ଓ ୧୫ ଇନ୍ସପେକ୍ଟର ମୁତୟନ ହେବେ। ରାଷ୍ଟ୍ରପତି ଙ୍କ ଗସ୍ତବେଳେ ଆତିଥ୍ୟତା ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Singapore President Thurman Shanmugaratnam is coming to Puri today | Argus News