Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି

Smruti Parija
Browse all articles by Smruti Parija
·1 year ago·1 min read
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି

Key Points

ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି । ଚଳିତମାସ ୧୭ ତାରିଖରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶାନମୁଗରତ୍ନମ୍ ଓଡିଶାରେ ପହଞ୍ଜିବେ ।

ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି । ଚଳିତମାସ ୧୭ ତାରିଖରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶାନମୁଗରତ୍ନମ୍ ଓଡିଶାରେ ପହଞ୍ଜିବେ । ଦୁଇ ଦିନ ଧରି ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ଦକ୍ଷତା ବିକାଶ ପାଇଁ ଓଡିଶା ଓ ଭାରତ ସରକାରଙ୍କ ସହ ସିଙ୍ଗାପୁର ସରକାରଙ୍କ ସହଭାଗିତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ଓଡିଶା ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।


ବର୍ତ୍ତମାନ ଓଡିଶାରେ ପ୍ରବାସୀ ଭାରତୀୟ ମହାକୁମ୍ଭ ଅନୁଷ୍ଠିତ ହେଉଛି । ଅମୃତ କାଳରେ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ରହିଛି। ଓଡ଼ିଶାର ସଂସ୍କୃତି, ଐତିହ୍ୟ ଏବଂ ଓଡ଼ିଶୀ ନୃତ୍ୟ ବିଶ୍ଵବିଦିତ। `ବସୁଧୈବ କୁଟୁମ୍ବକମ୍‌'ରେ ବିଶ୍ଵାସ କରେ ଆମ ଦେଶ ଭାରତ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର ଫୋକସ୍‌ରେ ରହିଛି ଓଡ଼ିଶା। ପ୍ରବାସୀମାନେ ଆମର ଆମ୍ବାସଡର । ଓଡ଼ିଶାର ବିକାଶରେ ସାମିଲ୍ ହେବାକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ଭୁରି ଭୁରି ପ୍ରଶଂସା କରିବା ସହ କହିଛନ୍ତି ସମୃଦ୍ଧ ଭାରତର ପ୍ରତିଫଳନ ହେଉଛି ଏବେର ଓଡ଼ିଶା। ଓଡ଼ିଶାରେ ବାଲିଯାତ୍ରାର ବଡ଼ ଆୟୋଜନ ହେଉଛି। ପୂର୍ବରୁ ଓଡ଼ିଶାରୁ ଅନ୍ୟ ପ୍ରଦେଶକୁ ଯାଇ ବାଣିଜ୍ୟ କରାବାର କରୁଥିଲେ। ଏହାର ସ୍ମୃତିରେ ଓଡ଼ିଶାରେ ବାଲିଯାତ୍ରାର ବଡ଼ ଆୟୋଜନ ହେଉଛି। ଓଡ଼ିଶାରେ ଥିବା ଧଉଳି ସ୍ତୁପ ସାରା ବିଶ୍ଵ ପାଇଁ ଶାନ୍ତିର ପ୍ରତୀକ। ସମ୍ରାଟ ଅଶୋକ ଏଠି ଧର୍ମାଶୋକରେ ପରିଣତ ହୋଇଥିଲେ । ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Sponsored
singapore-president-to-arrive-in-odisha-on-two-day-visit | Argus News