ଓଡ଼ିଶାର ବିକାଶ ଉପରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ବଡ଼ ବୟାନ

Key Points
ଓଡ଼ିଶାର ବିକାଶ ଉପରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ବଡ଼ ବୟାନ
ଓଡ଼ିଶାରେ ସିଙ୍ଗାପୁରର ଆଗ୍ରହ ଓ ନିବେଶ ପାଇଁ ଉତ୍ସାହ
ଆଉ କିଛି ଦିନ ପରେ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ
ସିଙ୍ଗାପୁର ସହ ସ୍ବାକ୍ଷର ହୋଇଛି 8ଟି MOU
ଉତ୍କର୍ଷ ଓଡ଼ିଶା ଦିଗରେ ବଡ଼ ସହଯୋଗ ପାଇଁ ବାଟ ଫିଟାଇବ ସିଙ୍ଗାପୁର ସହ ରାଜିନାମା
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସିଙ୍ଗାପୁରର ଉତ୍ସାହ । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଛି । ସିଙ୍ଗାପୁର ରାଷ୍ଟ୍ରପତି କହିଛନ୍ତି, ପ୍ରଗତି ପଥରେ ଓଡ଼ିଶା । ବିଭିନ୍ନ କ୍ଷେତ୍ରରେ ଶିଖର ଛୁଇଁବାକୁ ଚେଷ୍ଟା ଚାଲିଛି ।ଏଥିପାଇଁ ଶିକ୍ଷା ଓ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଉଛି । ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଙ୍ଗାପୁର ଯାଇ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଆଲୋଚନା କରିଛନ୍ତି । ଶିକ୍ଷା ପରେ ଛାତ୍ରଛାତ୍ରୀମାନେ ଯେପରି ନିଯୁକ୍ତି ସହ ଶିଳ୍ପାନୁଷ୍ଠାନର ଆବଶ୍ୟକତା ପୂରଣ କରିପାରିବେ ସେ ନେଇ ପଦକ୍ଷେପ ନିଆଯାଉଥିବା ସିଙ୍ଗାପୁର ରାଷ୍ଟ୍ରପତି କହିଛନ୍ତି ।
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ସମୟରେ ଦକ୍ଷତା ବିକାଶ ସହ ବିଭିନ୍ନ କ୍ଷେତ୍ରରେ ୮ଟି ଏମଓୟୁ ସ୍ବାକ୍ଷରିତ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଓଡିଶା ଏବଂ ସିଙ୍ଗାପୁର ମଧ୍ୟରେ ଏମଓୟୁ ଦ୍ବାରା ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଏମଓୟୁ ଗୁଡିକ ଓଡିଶାର ଦକ୍ଷତା ପରିସଂସ୍ଥାନ , ଏକବିଂଶ ଶତାବ୍ଦୀର ଦକ୍ଷତା ମାଧ୍ୟମରେ ଓଡିଶାର ମାନବ ପୁଞ୍ଜିକୁ ଅଧିକ ସଶକ୍ତ କରିବ । ଶିଳ୍ପ କ୍ଷେତ୍ରକୁ ସୁଦୃଢ କରିବା ସହ ଗବେଷଣାକୁ ମଜଭୁତ କରିବ । ଓଡିଶାର ଦକ୍ଷତା ଇକୋ ସିଷ୍ଟମ ସୁଦୃଢ ହେବ । ଓଡିଶା ସହ ସିଙ୍ଗାପୁରର ସମ୍ପର୍କରେ ନୂତନ ଦିଗ ଯୋଡିବା ସହ ଭାରତ-ସିଙ୍ଗାପୁର ମଧୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବ ।
📱 Get Argus News App
✨ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସିଙ୍ଗାପୁର ଗସ୍ତ କରିଥିଲେ ଆମ ସରକାରର ଟିମ୍। ଶିଳ୍ପପତି ମାନଙ୍କ ସହ ONE TO ONE କଥା ବାର୍ତ୍ତା ହୋଇଥିଲା । ଓଡ଼ିଶାରେ ଇନଭେଷ୍ଟମେଣ୍ଟ କରିବାକୁ ସିଙ୍ଗାପୁର ସରକାର ଏବଂ ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରାଯାଇଛି । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଓଡ଼ିଶା ସରକାର 8ଟି MOU କରିଛନ୍ତି । ଡବଲ ଇଂଜିନ ସରକାର ଓଡ଼ିଶାରେ ପ୍ରଥମ ଥର ଆସିବା ପରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଫୋକସ କରୁଛନ୍ତି । ଆଉ କିଛି ଦିନ ପରେ ହେବ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ଉତ୍କର୍ଷ ଓଡ଼ିଶା ଦିଗରେ ବଡ଼ ସହଯୋଗ ପାଇଁ ବାଟ ଫିଟାଇବ ସିଙ୍ଗାପୁର ସହ ରାଜିନାମା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: