Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଡ଼ା ଘରେ ଏକାକୀ ରହୁଥିବା ମହିଳାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ ଅଭିଯୋଗ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଭଡ଼ା ଘରେ ଏକାକୀ ରହୁଥିବା ମହିଳାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ଘରେ ପଶିଲେ, ମହିଳାଙ୍କୁ ଛୁରୀ ଦେଖାଇବା ସହ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅଞ୍ଚଳରେ । ଘଟଣାରେ ଅଭିଯୁକ୍ତ ହୃଷିକେଶ ସାହୁକୁ ଗିରଫ କରିଛି ସଦର ଥାନା ପୋଲିସ ।


ସୂଚନା ଅନୁସାରେ, ମହିଳା ଜଣଙ୍କ ଏକ ଭଡ଼ା ଘରେ ଏକୁଟିଆ ରହୁଥିଲେ । ଏହାର ସୁଯୋଗ ନେଇ ଶନିବାର ରାତିରେ ଘରେ ପଶି ହୃଷିକେଶ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ହୃଷିକେଶର ଘର ଦେବଗଡ଼ ଜିଲ୍ଲାରେ ବୋଲି ଜଣାପଡିଛି । ପୀଡିତା ରହୁଥିବା ଘର ନିକଟ ଏକ ସ' ମିଲରେ କାମ କରେ ହୃଷିକେଶ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଗତ କିଛି ଦିନ ହେବ ଅଭିଯୁକ୍ତ ହୃଷିକେଶ ମହିଳାଙ୍କ ଉପରେ ନଜର ରଖିଥିଲା । ଶନିବାର ରାତିରେ ମହିଳା ଜଣଙ୍କ କୌଣସି କାମ ପାଇଁ ଘର ବାହାରକୁ ଆସିବା ସମୟରେ ଅଗୋଚରରେ ହୃଷିକେଶ ଘରେ ପଶିଥିଲା । ଆଉ ମହିଳା ଜଣଙ୍କ ଭିତରକୁ ଯିବା ପରେ ଛୁରି ଦେଖାଇ ହୃଷିକେଶ ଭୟଭୀତ କରାଇଥିଲା ।


ମହିଳାଙ୍କ ହାତ ଗୋଡ଼ ବାନ୍ଧି ଦେବା ସହ ରାତି ୮ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସଦର ଥାନାରେ ପୀଡ଼ିତା ଲିଖିତ ଅଭିଯୋଗ କରିବା ପରେ ସଦର ଥାନା ପୋଲିସ ଅଭିଯୁକ୍ତ ହୃଷିକେଶକୁ ଗିରଫ କରିଛି । ଅଭିଯୁକ୍ତ ଠାରୁ ଛୁରିକୁ ପୋଲିସ ଜବତ କରିଛି ।

Sponsored
Single Women Alleged Rape In Rental House In Dhenkanal | Argus News