Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍

Odisha

କାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍

Rashmita Mishra
Browse all articles by Rashmita Mishra
·1 year ago·2 min read
କାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍

Key Points

ଯୁଦ୍ଧ ସମ୍ଭାବନା ଭିତରେ ଓଡ଼ିଶାରେ ବି ବଡ଼ ପ୍ରସ୍ତୁତି
କାଲି ଅପରାହ୍ନ ୪ଟାରେ ବାଜିବ ସାଇରନ୍
ଭୁବନେଶ୍ବର ସମେତ ରାଜ୍ୟର ୧୨ଟି ସ୍ଥାନରେ ହେବ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍
ଭାଗନେବେ NCC, NSS କ୍ୟାଡେଟ୍, ଆପଦା ମିତ୍ର, ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ସଂଗଠନ
ଭୟଭୀତ ନ ହେବାକୁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପରାମର୍ଶ
ଉଦ୍ଦେଶ୍ୟ କେବଳ ନାଗରିକ ଓ ରାଷ୍ଟ୍ରର ସୁରକ୍ଷା

ଯୁଦ୍ଧ ପରିସ୍ଥିତିରେ ନିଜକୁ କେମିତି ରଖିବେ ସୁରକ୍ଷିତ ? କେଉଁଠି ନେବେ ଆଶ୍ରୟ ? କଣ କରିବେ, କଣ କରିବେ ନାହିଁ ? ଆସନ୍ତା କାଲି ରାଜ୍ୟର ୧୨ଟି ସ୍ଥାନ ରେ ହେବ ବଡ଼ ଧରଣର ମକ୍‌ ଡ୍ରିଲ୍‌ । ଭୁବନେଶ୍ବର, ତାଳଚେର, ବାଲେଶ୍ବର, କୋରାପୁଟ, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡାରେ ହେବ ଯୁଦ୍ଧ ସ୍ଥିତିର ମୁକାବିଲା ପାଇଁ ମକ୍ ଡ୍ରିଲ୍ ।

ଏଥିପାଇଁ ଜୋରଦାର ପ୍ରସ୍ତୁତି କରିଛି ରାଜ୍ୟ ଗୃହ ବିଭାଗ। ବରିଷ୍ଠ ଅଧିକାରୀଙ୍କ ଆଲୋଚନା ପରେ ମକ୍‌ଡ୍ରିଲ୍‌ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ। କାଲିର ମକ୍ ଡ୍ରିଲ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ଅପରାହ୍ନ ୪ ଟାରେ ବାଜିବ ସାଇରନ । ଲୋକେ ସୁରକ୍ଷିତ ରହିବାକୁ କଂକ୍ରିଟ୍ ଛାତ ତଳକୁ ଚାଲିଯିବେ । ଆସନ୍ତାକାଲି ସହରାଞ୍ଚଳ ସହ ଉପକୂଳବର୍ତ୍ତୀ ଅଞ୍ଚଳର ବାତ୍ୟା ଆଶ୍ରୟସ୍ଥଳୀରେ ବି ମକ୍ ଡ୍ରିଲ୍ କରାଯିବ । ପର୍ଯ୍ୟାୟ କ୍ରମେ 7 ଦିନ ଧରି ଚାଲିବ ଏହି ପ୍ରକ୍ରିୟା।

କେବଳ ସମ୍ଭାବ୍ୟ ଯୁଦ୍ଧ ସ୍ଥିତି ପାଇଁ ପ୍ରସ୍ତୁତି ଏହାକୁ ନେଇ କୌଣସି ଭୟଭୀତ ବା ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନ୍ ମୋଡକୁ ଆସିଛନ୍ତି ଜିଲ୍ଲା ପ୍ରଶାସନ । ବାଲେଶ୍ଵରରୁ ନେଇ ଜଗତସିଂହପୁର, କଟକ ସବୁଠି କାଲି ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। କାଲିସୁଦ୍ଧା ଜିଲ୍ଲା ଓ ରାଜ୍ୟସ୍ତରରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
siren-will-sound-tomorrow-at-4-pm | Argus News