Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ହନୁମାନ ନିୟୁତା ଵା ଗୁଆ ଗୁଣ୍ତା;ସହରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ ଦେଉଛନ୍ତି ପ୍ରଭୁ ହନୁମାନ

Smruti Parija
Browse all articles by Smruti Parija
·1 year ago·2 min read
ଆଜି ହନୁମାନ ନିୟୁତା ଵା ଗୁଆ ଗୁଣ୍ତା;ସହରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ ଦେଉଛନ୍ତି ପ୍ରଭୁ ହନୁମାନ

Key Points

ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା

ମୁଖ୍ୟ ପରମ୍ପରା ପତ୍ରପେଣ୍ଡି ବା ନିର୍ବନ୍ଧ ସରିଛି

ପ୍ରଭୁ ହନୁମାନ ସହରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରୁଛନ୍ତି

ପବିତ୍ର ଶୀତଳ ଷଷ୍ଠୀ ପାଇଁ ଉଠୁଚି ପଡୁଛି ସମ୍ବଲପୁର । ଘରେ ଘରେ କୁଣିଆ । ଶୀତଳ ଷଷ୍ଠୀ ଯାତ୍ରା ଦେଖିବାକୁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ । ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ମୁଖ୍ୟ ପରମ୍ପରା ପତ୍ରପେଣ୍ଡି ବା ନିର୍ବନ୍ଧ ସରିଛି । ବରପିତା, ସପ୍ତଋଷି ଗଣ ଓ ଷଷ୍ଠୀ କମିଟି ସଦସ୍ୟ ବିରାଟ ପଟୁଆର ଶୋଭାଯାତ୍ରା ନେଇ କନ୍ୟା ଅନ୍ବେଷଣରେ ପହଁଚି ମାତା ପାର୍ବତୀଙ୍କ ସହ ବିବାହ ପାଇଁ ପ୍ରସ୍ତାବ ରଖିଛନ୍ତି । ସର୍ଗିପତ୍ର ଓ ଫୁଲ କନ୍ୟା ଘରକୁ ପ୍ରଦାନ କରି ନିର୍ବନ୍ଧ ସମ୍ପୂର୍ଣ୍ଣ କରିଛନ୍ତି ।


ଗୁରୁବାର ସଂଧ୍ୟାରେ ଝାଡୁଆପଡା ଲୋକନାଥ ବାବାଙ୍କ ପତରପେଣ୍ତି ଥିଵାବେଳେ ଵରପିତା, ସପ୍ତରଷୀ ଓ ଷଷ୍ଠୀ କମିଟି ସଦସ୍ୟ ବିରାଟ ପଟୁଆରରେ ବାଜା , ରୋଷଣୀ ଶୋଭାଯାତ୍ରା କରି କନ୍ୟା ଅନ୍ଵେଷଣ ବା ଖୋଜିବା ପାଇଁ ବାହାରିଥିଲେ । ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ଓ ତାଙ୍କ ସ୍ତ୍ରୀ ପଦ୍ମିନୀ କନ୍ୟା ମାତାପିତା ଥିବାରୁ ସାକ୍ଷୀପଡା ସ୍ଥିତ ବାସଭବନ ପହଁଚି ମାତା ପାର୍ବତୀଙ୍କ ସହ ଲୋକନାଥ ବାବାଙ୍କ ବିବାହ ପାଇଁ ପ୍ରସ୍ତାବ ରଖିଥିଲେ । ବିଧି ମୁତାବକ ଉଭୟ ପକ୍ଷ କଥୋପକଥନ ବା ଯୁକ୍ତିତର୍କ ପରେ ବିବାହ ପ୍ରସ୍ତାବ ହୋଇଥିଲା । ବରପିତା ମହାଦେବଙ୍କ ମହିମା ବର୍ଣ୍ଣନା ମଧ୍ୟ କରିଥିଲେ । ଏହାପରେ ବରପକ୍ଷ ଆଣିଥିବା ସର୍ଗିପତ୍ର, ବେଲପତ୍ର, ଫୁଲ କନ୍ୟା ପିତାମାତାକୁ ପ୍ରଦାନ କରି ନିର୍ବନ୍ଧ ବା ପତ୍ରପେଣ୍ତି ସମ୍ପୂର୍ଣ୍ଣ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ମୁଦୀପଡା ଜାଗେଶ୍ବର ବାବାଙ୍କର ମଧ୍ୟ କନ୍ୟା ଅନ୍ୱେଷଣ ପାଇଁ ବିରାଟ ଶୋଭାଯାତ୍ରା ବାହାରି କମଲିବଜାର ପାଟଣେଶ୍ଵରୀ ମଣ୍ତପ ପହଁଚିଥିଲେ । ଉଭୟ ପକ୍ଷ ଅନେକ ସମୟ ଧରି ଯୁକ୍ତିତର୍କପରେ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ପ୍ରସ୍ତାବ କରି କନ୍ୟା ପିତା ମୃତ୍ୟଞୟ ଦାସ ଓ ମାତା ମଧୁସ୍ମିତା ପଣ୍ତାଙ୍କୁ ପୂଜା ଓ ସର୍ଗିପତ୍ର ଥାଳ ପ୍ରଦାନ କରି ନିର୍ବନ୍ଧ କରିଥିଲେ । ସେଭଳି ବଡବଜାରର ଶୀତଲେଶ୍ବର ବାବା ମୁଦୀପଡା ପହଁଚି କନ୍ୟା ଖୋଜି ନିର୍ବନ୍ଧ କରିଥିଲେ । ଠାକୁରପଡା ଗୁପ୍ତେଶ୍ଵର ବାବା ମଧ୍ୟ ବରେଇପାଲି ଅଂଚଳରେ ବିବାହ ପ୍ରସ୍ତାବ ହୋଇଥିଲା ।


ପ୍ରସିଦ୍ଧ ଶୀତଳ ଷଷ୍ଠୀର ମୁଖ୍ୟ ପରମ୍ପରା ପତର ପେଣ୍ତି ସମସ୍ତ ପଡାର ବେଶ ଧୁମ୍ ଧାମରେ ସମ୍ପୂର୍ଣ୍ଣ ହେବା ପୁରା ସମ୍ବଲପୁର ସହର ଉତ୍ସବ ମୁଖର ରହିଛି । ସେପଟେ ଆଜି ସମସ୍ତ ଶୀତଳ ଷଷ୍ଠୀର ଦେବ ବିବାହ ନେଇ ଗୁଆ ଗୁଣ୍ତା ବା ହନୁମାନ ନିୟୁତା ପରମ୍ପରା ବିଧି ହେବ । ପ୍ରଭୁ ହନୁମାନ ସହରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରୁଛନ୍ତି ।

Sponsored
sitalasashthi-patar-pendi-rituals-performed-at-lokanath-sambalpur | Argus News