Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chilika Lake / ଚିଲିକାରେ ଆଉ ଭଲ ନାହିଁ ସ୍ଥିତି ! ମାଛ ଧରିବାକୁ ବି ଯାଉନାହାନ୍ତି ମତ୍ସ୍ୟଜୀବୀ..

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ଚିଲିକାରେ ଆଉ ଭଲ ନାହିଁ ସ୍ଥିତି ! ମାଛ ଧରିବାକୁ ବି ଯାଉନାହାନ୍ତି ମତ୍ସ୍ୟଜୀବୀ..
Chilika

Key Points

ସଂପୂର୍ଣ୍ଣ ନାଳ ସଫା ହୋଇନଥିବାରୁ ନାଳରେ ରାଜଦଳ ନଳଘାସ ସହିତ ପଟୁମାଟିରେ ପୋତି ହୋଇଛି।

ଚିଲିକା ଧିରେ ଧିରେ ପୋତି ହେବାକୁ ବସିଲାଣି। ଚିଲିକାରୁ ମାଛମାରୀ ଜୀବନ ନିର୍ବାହ କରୁଥିବା ମତ୍ସ୍ୟଜୀବୀ ଚିନ୍ତାରେ। ଚିଲିକା ଉପରେ ନିର୍ଭର କରୁଥିବା ଶହ ଶହ ମତ୍ସ୍ୟଜୀବୀ ଏବେ କୌଳିକ ବୃତ୍ତି ଛାଡ଼ି ଦାଦନ ଶ୍ରମିକ ଭାବରେ ବିଦେଶ ଚାଲିଯାଉଛନ୍ତି। ଚିଲିକା ଭିତରକୁ ସଂଯୋଗ କରୁଥିବା ନାଳ ଗୁଡିକ ଧିରେ ଧିରେ ପୋତି ହେଉଛି । ନାଳରେ ପରିପୂର୍ଣ୍ଣ ରାଜଦଳ । ରାଜଦଳ ଯୋଗୁଁ ମତ୍ସ୍ୟଜୀବୀ ଚିନ୍ତାରେ।

ଚିଲିକାକୁ ସଂଯୋଗ କରୁଥିବା ନାଳ ଖନନ ହେଉନି। ନାଳ ଶୁଖିଲା ପଡୁଛି । ନାଳରେ ରାଜଦଳ ନଳଘାସ ଓ ପଟୁମାଟି ଜମା ହୋଇଗଲାଣି। ଡଙ୍ଗା ଯାତାୟତ କରିପାରୁନାହିଁ । ଆଗରୁ ଯେମିତି ଚିଲିକାରୁ ମାଛ ମରୁଥିଲେ ଏବେ ମାଛ ମରୁନାହାନ୍ତି ଲୋକେ। କୌଳିକ ବୃତ୍ତି ଛାଡ଼ି ଦାଦନ ଭାବରେ ବିଦେଶରେ ଖଟୁଛନ୍ତି । ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ଗ୍ରାମପଞ୍ଚାୟତ ଓ ବାଲିପାଟପୁର ଗ୍ରାମପଞ୍ଚାୟତ ଅଂଚଳର ମତ୍ସ୍ୟଜୀବୀଙ୍କ ଅବସ୍ଥା କିଛି ଏମିତି ।

ଚିଲିକା ହେଉଛି ଏହି ଅଂଚଳ ଲୋକଙ୍କ ଭାତହାଣ୍ଡି। ଚିଲିକାରୁ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ । ଏବେ କିନ୍ତୁ ନାଚାର । ନାଳର ପୁନରୁଦ୍ଧାର କରିବା ପାଇଁ ଅନୁଦାନ ଆସିଥିଲା । ପଟୁ ମାଟି ସଫା ହୋଇଥିଲା । ହେଲେ ସଂପୂର୍ଣ୍ଣ ନାଳ ସଫା ହୋଇନଥିବାରୁ ନାଳରେ ରାଜଦଳ ନଳଘାସ ସହିତ ପଟୁମାଟିରେ ପୋତି ହୋଇଛି। ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବୀ ଏବେ ଚିନ୍ତାରେ ।

ଶୁକ୍ରବାର ଭୂଷଣ୍ଡପୁର ଓ ବାଲିପାଟପୁର ଅଂଚଳର ଦୁଇ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ଏକାଠି ହୋଇ ୨୦୦ଟି ଡଙ୍ଗାରେ ଚିଲିକା ନାଳରେ ପହଞ୍ଚି ରାଜଦଳ ସଫା କରିଛନ୍ତି। ଚିଲିକାକୁ ସଂଯୋଗ କରୁଥିବା ନାଳକୁ ସଫା କରିବା ପାଇଁ ସ୍ଥାନୀୟ ଅଂଚଳର ମତ୍ସ୍ୟଜୀବୀମାନେ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି। ଏବେ ଅପେକ୍ଷା ଚିଲିକାକୁ ସଂଯୋଗ କରୁଥିବା ନାଳର ପୁନରୁଦ୍ଧାର କରିବା ପାଇଁ ସରକାର କେବେ ପଦକ୍ଷେପ ନେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chilika Lake | Situation is no better in Chilika ! The fishermen are not going to catch fish. | Argus News