Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଇଖାନା ଟାଙ୍କିର ଶ୍ଵାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ

Odisha

Accident News / ପାଇଖାନା ଟାଙ୍କିର ଶ୍ଵାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ

Rashmita Mishra
Browse all articles by Rashmita Mishra
·1 hour ago·2 min read
ପାଇଖାନା ଟାଙ୍କିର ଶ୍ଵାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ
Accident News

Key Points

ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ
କଳାହାଣ୍ଡି ମଦନପୁର ରାମପୁରରେ ଅଭାବନୀୟ ଘଟଣା
ସେଣ୍ଟ୍ରିଂ ଖୋଲୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ
ଓଡ଼ିଶାରେ ଏଭଳି ଅଭାବନୀୟ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ଜୀବନ ଚାଲିଯାଇଛି। ବାହାରେ ଖରା ୪୫ ଡିଗ୍ରୀରେ ଜଳୁଥିବାବେଳେ ସେହି ସମୟରେ କାମ କରୁଥିଲେ ୬ଜଣ ଶ୍ରମିକ। ଆଉ ଶ୍ବାସରୁଦ୍ଧ ହୋଇ ଏକାସାଙ୍ଗରେ ୬ଜଣଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ମଦନପୁର ରାମପୁରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଯାହାକୁ ଶୁଣିବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।  ଗୌଡକର୍ଲାଖୁଣ୍ଟା ଗାଁରେ ପାଇଖାନା ଟାଙ୍କିର ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେଣ୍ଟ୍ରିଂ ଖୋଲୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଜଣେ ଗୁରୁତରଙ୍କୁ ମଦନପୁର ରାମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ପାଇଖାନା ଟାଙ୍କିରେ ସେଣ୍ଟ୍ରିଂ ଖୋଲୁଥିବା ବେଳେ ବଡ଼ ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ୩ ମିସ୍ତ୍ରୀ, ଜଣେ ଶ୍ରମିକ, ମାଲିକ ଏବଂ ତାଙ୍କ ପୁଅ ଅଛନ୍ତି। ପ୍ରଥମେ ଜଣେ ମିସ୍ତ୍ରୀ ପାଇଖାନା ଟାଙ୍କି ଭିତରେ ପଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ପାଇଖାନାର ନିର୍ମାଣକାରୀ ଗୌଡ଼ କର୍ଲାଖୁଣ୍ଟା ଗାଁର ନିମାଇଁ ପାଲ(୪୮) ତାଙ୍କ ପୁଅ ଆକାଶ ପାଲ (୨୮), ସହଯୋଗୀ ଶ୍ରମିକ ଅଦଲ ମାଝୀ (୫୫), ମାଟୋଗଣ୍ଡା ଗାଁର ମନୋରଞ୍ଜନ ହାତୀ (୨୭), ଦୁଟାଗାଁର ଛନ୍ଦା ଜାଲ ଓ ବିପୁଲ ଜାଲ। ସେହିପରି ଗୁରୁତର ଜଣକ ହେଲେ ହାତୀଖୋଜ ଗାଁର ପଙ୍କଜ ଯାନୀ (୩୨)। ତାଙ୍କୁ ଏମ ରାମପୁର ମେଡିକାଲରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

କେଉଁ କାରଣରୁ ମୃତ୍ୟୁ ଘଟୁଛି?
ସେପ୍ଟିକ ଟାଙ୍କି କିମ୍ବା ସ୍ୱେରେଜ୍ ଲାଇନ ଭିତରେ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ (ଯଥା- Hydrogen Sulfide, Methane ଏବଂ Ammonia) ଶ୍ଵାସରୁଦ୍ଧ ହେବାର ମୁଖ୍ୟ କାରଣ। ତେବେ  ସୁରକ୍ଷା ଉପକରଣ ବିନା ଅନେକ ସମୟରେ ଶ୍ରମିକମାନେ ଟାଙ୍କି ଭିତରକୁ ପଶି ଅକାଳରେ ପ୍ରାଣ ହରାଉଛନ୍ତି।

ସେଣ୍ଟ୍ରିଂ କଣ?  

ସେଣ୍ଟ୍ରିଂ ହେଉଛି ଘର ନିର୍ମାଣ କାମରେ ବ୍ୟବହାର ହେଉଥିବା ଏକ ଅସ୍ଥାୟୀ ପ୍ରଣାଳୀ । ଛାତ , ବିମ୍ କିମ୍ବା ସ୍ତମ୍ଭ ଢଳେଇ କରିବା ସମୟରେ, ତରଳ ସିମେଣ୍ଟ-ମସଲାକୁ ସଠିକ୍ ଆକାର ଏବଂ ସ୍ଥାନରେ ଧରି ରଖିବା ପାଇଁ ଏହାକୁ ବ୍ୟବହାର କରାଯାଏ । ସାଧାରଣତଃ ନିର୍ମାଣ କାର୍ଯ୍ୟରେ ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା ଢଳେଇ ସମ୍ପୂର୍ଣ୍ଣ ଭାବରେ ଶୁଖି ଶକ୍ତ ହେବା ପର୍ଯ୍ୟନ୍ତ ଏହା ଓଜନକୁ ସମ୍ଭାଳି ରଖେ । ଏଥିପାଇଁ କାଠ ପଟା, ବାଉଁଶ, ଲୁହା ପ୍ଲେଟ୍ ଏବଂ ପାଇପ୍ ଆଦି ବ୍ୟବହାର କରାଯାଏ । ଏହାର ସମୟସୀମା ହେଉଛି ଢଳେଇ କାମ ସରିବାର ପ୍ରାୟ ୧୪ ରୁ ୨୧ ଦିନ ପରେ (ଛାତର ଆକାର ଏବଂ ପାଗ ଦେଖି) ସେଣ୍ଟ୍ରିଂ ଖୋଲାଯାଏ । ଏହା ଢଳେଇ କାର୍ଯ୍ୟକୁ ସୁରକ୍ଷିତ ଏବଂ ମଜବୁତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Acciden tNews | Six Die Due to Suffocation Inside Septic Tank | Argus News