ଆଜି କେବଳ ଗୋଟିଏ ଦିନରେ ବଜ୍ରପାତରେ 6 ଜଣଙ୍କର ମୃତ୍ୟୁ

Key Points
କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା
ବଜ୍ରପାତରେ 6 ଜଣଙ୍କର ମୃତ୍ୟୁ
ଜୀବନ ନେଉଛି ବଜ୍ରପାତ । ଗତ କିଛି ଦିନ ଧରି ବଜ୍ରପାତରେ ପ୍ରାଣ ହରାଉଛନ୍ତି ଅନେକ । ଆଜି କେବଳ ଗୋଟିଏ ଦିନରେ ବଜ୍ରପାତରେ 6 ଜଣଙ୍କର ମୃତ୍ୟୁ ହୋଇଛି ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପରଡିଗୁଡା ଗାଁରେ ବଜ୍ରପାତ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଦିନ ଦିପହରରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା । ବର୍ଷା ସମୟରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆରେ 8 ଜଣ ଆଶ୍ରୟ ନେଇଥିବାବେଳେ ଜେଜେ ମା, ନାତୁଣୀ ଓ ଅନ୍ୟ ଜଣେ ମହିଳା ଥିବା ସମୟରେ କୁଡ଼ିଆ ଉପରେ ବଜ୍ର ପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬୦ ବର୍ଷୀୟା ବୃଦ୍ଧା ବୁଦ୍ରୀ ମାଣ୍ଡିଙ୍ଗା ଓ ତାଙ୍କ ନାତୁଣୀ 18 ବର୍ଷୀୟା କସା ମାଣ୍ଡିଙ୍ଗାଙ୍କ ମୃତ୍ୟୁ ହୋଇଛି । ସେହିପରି କୁମ୍ଭାର ସାହିର ୩୫ ବର୍ଷୀୟା ଅମ୍ବିକା କାଶୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି ।
ସେହିପରି ଭଂଜନଗର- ବେଲଗୁଣ୍ଠା ଥାନା କେବିରିବ୍ରହ୍ମପୁର ଗ୍ରାମରେ ଆମ୍ବ ଗୋଟାଇବା ପାଇଁ ତୋଟାକୁ ଯାଇଥିବାବେଳେ ଜଣେ ୨୩ ବର୍ଷୀୟ ଯୁବତୀ ବଜ୍ରାପାତର ଶିକାର ହୋଇଛନ୍ତି । ଭଞ୍ଜନଗର ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
📱 Get Argus News App
✨ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେନୋରା ଗ୍ରାମରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହେଇଛନ୍ତି । ଆଜି ଅପରାହ୍ନରେ କାଳ ବୈଶାଖୀ ବହୁ ଜୋର୍ ରେ ପବନ ସହ ବର୍ଷ ହୋଇଥିଲା ଓ ବିଜୁଳି ମରିଥିଲା । ଉମରକୋଟ ବ୍ଲକ ସଙ୍କରଡ଼ା ଗ୍ରାମର ଲଳିତ ମାଝୀ ଓ ଚୈତ୍ ରାମ ମାଝୀଙ୍କ ସହ ମୋଟ ୮ ଜଣ ଏକ ଫଡ଼ିରେ ମକା ସୁଖା ଯାଇଥିବା ମକା ସଂଗ୍ରହ କରୁଥିଲେ । ଏହି ସମୟରେ ବଜ୍ରପାତରେ ଉଭୟ ସେଠାରେ ଅଚେତ୍ ହୋଇ ପଡ଼ିଥିଲେ । ଉଭୟଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ବାଟରେ ଲଲିତ ମାଝୀଙ୍କ ମୃତ୍ୟୁ ଘଟିଥିଲା । ରାସ୍ତା ସାରା ଗଛ ପଡ଼ି ଥିବାରୁ ମେଡିକାଲ ପହଞ୍ଚିବା ଡେରି ହୋଇଥିଲା । ହୁଏ ତ ଠିକ୍ ସମୟ ରେ ମେଡିକାଲ ପହଞ୍ଚିଥିଲେ ଲଳିତଙ୍କ ଜୀବନ ବଞ୍ଚି ଯାଇଥାନ୍ତା ।
ଖାଲି ଏତିକି ନୁହେଁ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କାନକଟା ଗ୍ରାମରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ କାନକତା ନାକା ପଏଣ୍ଟ ନିକଟରେ ଘର କାମ ଲାଗି ଟ୍ରାକ୍ଟରରୁ ଇଟା ଓହ୍ଲାଉଥିବାବେଳେ ପୋଲିସ ବିଟ ହାଉସ ନିକଟରେ ଥିବା ଏକ ଶୁଖିଲା ଗଛକୁ ବଜ୍ରପାତ ହୋଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।
କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା, ପବନ, ବିଜୁଳି, ଘଡଘଡି ମାରୁଥିବାବେଳେ ବଜ୍ରପାତରେ ଟଳିପଡୁଛନ୍ତି ଗୋଟିଏ ପରେ ଗୋଟିଏ ।